ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

୪ ଦୁର୍ବୃତ୍ତଙ୍କୁ ଗିରଫ କଲା ବାଉଁଶୁଣୀ ପୋଲିସ

Published By : Gurupada Nath | June 10, 2025 9:03 PM

ସାହାଜପାଲ,୧୦/୪ : ୪ଜଣ ଦୁର୍ବୃତ୍ତଙ୍କୁ ଗିରଫ କଲା ବାଉଁଶୁଣୀ ପୋଲିସ  । ବୌଦ୍ଧ ସଦର ବ୍ଲକ ବାଉଁଶୁଣୀ ଥାନା ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ କମ୍ପରା ଗାଁକୁ ଗତ ୨୪ତାରିଖ ଅପରାହ୍ନରେ ଜନୈକ କଂସା ବାସନ ବିକ୍ରି କରୁଥିବା ଏକ ବେପାରୀ ବିକ୍ରି କରି ଫେରୁଥିଲେ । ଏହି ସମୟରେ କମ୍ପରା ବରମୁଣ୍ଡା ରାସ୍ତାରେ ୪ଜଣ ଦୁର୍ବୃତ୍ତ ମଦ ପିଇ କଂସା, ବାସନ ବେପାରୀଙ୍କଠାରୁ ଜିନିଷ, ବାଇକ୍, କିଛି ଟଙ୍କା, ମାବାଇଲ୍ ଫୋନ ଦୁର୍ବୃତ୍ତମାନେ ଛଡ଼ାଇ ନେଇଥିଲେ । ପରେ ଏ ନେଇ ସୁମନ୍ତ ସୂରିଆ ବାଉଁଶୁଣୀ ଥାନାରେ ଅଭିଯୋଗ କରିଥିଲେ ।

ଏ ନେଇ ବାଉଁଶୁଣୀ ପୋଲିସ ୪ଜଣ ଦୁର୍ବୃତ୍ତଙ୍କୁ ଧରିଥିବା ଜଣାପଡ଼ିଛି । ଗିରଫମାନେ ହେଲେ ରାଜେନ୍ଦ୍ର ସାହୁ ମେଡ଼ିକାଲ ଛକ ମନମୁଣ୍ଡା, ସୂର୍ଯ୍ୟକାନ୍ତ ଭୋଇ ବୌଦ୍ଧ(ମୁର୍ଷୁଣ୍ଢୀ), ଅଭୟ ମାଝୀ ମନମୁଣ୍ଡା, ରଞ୍ଜନ ସାହୁ ମନମୁଣ୍ଡା (ଦପଲା) ଏମାନଙ୍କୁ ପୋଲିସ ଧରିବା ପରେ ପୋଲିସ ତଦନ୍ତ କରିଥିଲା । ଏହାପରେ ପାଖ ଡମ୍ବରୁ ଗଡ଼ କଙ୍କଳା ଜଙ୍ଗଲର ଏକ ପୋଲ ତଳେ ବାସନ କୁସନ ରଖାଯାଇଥିବା କହିଥିଲେ। 

ଏହିଭଳି ଭାବେ ତାଙ୍କ ପାଖରୁ ଲୁହା ବନ୍ଧୁକ, ୨ଟା ଲୁହା ରଡ଼, ଚାକୁ, ଏକ ଟାଙ୍ଗିଆ, ୪୦୦୦ଟଙ୍କା, ବାସନ କୁସନ ଜବତ କରାଯାଇ ଫେରସ୍ତ କରାଯାଇଛି । ଏମାନଙ୍କୁ ଗତ ୧୧ତାରିଖରେ କୋର୍ଟ ଚାଲାଣ କରାଯିବ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.