ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଆଉଟ୍ ସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ସରକାର, କେଉଁ ବିଭାଗରେ କେତେ ପଦବି ଖାଲି ପଡ଼ିଛି ଶ୍ୱେତପତ୍ର ଜାରି କରାଯାଉ: କଂଗ୍ରେସ

Published By : Ladu Kishor | June 6, 2025 4:43 PM

ଭୁବନେଶ୍ୱର୦୬/୬: କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାରକୁ ଇତି ମଧ୍ୟରେ ୧୧ ବର୍ଷ ପୂରଣ ହୋଇଥିବାବେଳେ ରାଜ୍ୟରେ ମୋହନ ସରକାର ୧ ବର୍ଷ ପୂରଣ କରିଛନ୍ତି। ଏହି ଏକ ବର୍ଷର ଶାସନ ପୂର୍ତିକୁ ମହାଆଡ଼ମ୍ବରରେ ପାଳନ କରିବାକୁ ରାଜ୍ୟ ସରକାର ବ୍ୟାପକ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିଛନ୍ତି । ମାତ୍ର ରାଜ୍ୟର ବେକାରୀ ସମସ୍ୟା ଦୂରୀକରଣ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇ ବିଜେପି ଗତ ସାଧାରଣ ନିର୍ବାଚନରେ କ୍ଷମତାକୁ ଆସିଥିଲା ତାହା ପୂରଣ କରିବାକୁ ଭୁଲିଯାଇଛି। କାରଣ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ବିଭାଗରେ ବହୁ ପଦବି ଖାଲି ପଡ଼ିଥିବା ବେଳେ ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ ଚାକିରି ପାଇଁ ଲଢ଼େଇ ଜାରି ରଖିଛନ୍ତି । ଶୌଚାଳୟରୁ ସଚିବାଳୟ ପର୍ଯ୍ୟନ୍ତ ସବୁ ଆଉଟ୍ ସୋର୍ସିଂରେ ଚାଲିଛି । ସମାନ କାମକୁ ସମାନ ଦରମା,ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ମଧ୍ୟ ବହୁ କର୍ମଚାରୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ତେଣୁ ଏନେଇ ରାଜ୍ୟ ସରକାର ଆଉ କେବେ ପଦକ୍ଷେପ ନେବେ ବୋଲି ପୂର୍ବତନ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ତଥା ବର୍ତମାନର ରାଷ୍ଟ୍ରୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଡ. ସ୍ମୃତିରଞ୍ଜନ ଲେଙ୍କା ପ୍ରଶ୍ନ କରିଛନ୍ତି।

ଶୁକ୍ରବାର ସ୍ଥାନୀୟ ଲୋହିଆ ଏକାଡେମୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇଟି ଦାବି ଉପସ୍ଥାପନ କରି ଡ. ଲେଙ୍କା କହିଛନ୍ତି ଯେ, ରାଜ୍ୟ ସରକାର ନିକଟରେ ସରକାରୀ ଚାକିରି ପାଇଁ ଆବେଦନର ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରିଛନ୍ତି। ଏଥି ପାଇଁ ରାଜ୍ୟର ଯୁବକ ଯୁବତୀ ମାନେ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ । ଡ.ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ବାରମ୍ବାର ଆନ୍ଦୋଳନ କରାଯିବା ସହ ମୁଖ୍ୟଶାସନ ସଚିବଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଦାବିପତ୍ର ଦିଆ ଯାଇଥିଲା। ଦୀର୍ଘଦିନର ଆନ୍ଦୋଳନ ପରେ ସରକାର ଏହି ଦାବି ପୂରଣ କରିଥିବାରୁ ତାହା ସ୍ୱାଗତଯୋଗ୍ୟ। କିନ୍ତୁ କେବଳ କାଗଜକଲମରେ ଦାବି ପୂରଣ କରିଦେଲେ ହେବ ନାହିଁ । ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ନିୟମିତ ବ୍ୟବଧାନରେ ନିଯୁକ୍ତି ପ୍ରକ୍ର୍ରିୟାକୁ ତ୍ୱରାନ୍ୱିତ କରିବା ଆବଶ୍ୟକ । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବିଭାଗରେ ବହୁ ପଦବି ଖାଲିପଡ଼ିଛି । ତେଣୁ କେଉଁ ବିଭାଗରେ କେତେ ପଦବି ଖାଲି ପଡ଼ିଛି ସେ ନେଇ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ।ଏଥିସହ କେବେ ସେହି ପଦବି ସବୁ ପୂରଣ କରାଯିବ ତାହା ସ୍ପଷ୍ଟ କରନ୍ତୁ । 

ଅନ୍ୟପକ୍ଷରେ ରାଜ୍ୟରେ ପୂର୍ବ ସରକାର ଭଳି ଏବେ ମଧ୍ୟ ଆଉଟ୍ ସୋର୍ସିଂ ବ୍ୟବସ୍ଥା ଚାଲିଛି । ରାଜ୍ୟରେ ପାଖାପାଖି ୬୦ ହଜାରରୁ ଊର୍ଦ୍ଧ୍ୱ ଆଉଟ୍ ସୋର୍ସିଂ କର୍ମଚାରୀ ରହିଛନ୍ତି । ଦିନ ମଜୁରିଆ ଭଳି ସ୍ୱଳ୍ପ ଦରମାରେ ସେମାନେ ପରିବାର ଭରଣ ପୋଷଣ କରୁଛନ୍ତି । ସେମାନଙ୍କ ଚାକିରିର କୌଣସି ସ୍ଥାୟିତ୍ୱ ନାହିଁ । ଆଉଟ୍ ସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦେଇ ସରକାର ରାଜ୍ୟର ଯୁବକ ଯୁବତୀଙ୍କୁ ୟୁଜ୍ ଆଣ୍ଡ୍ ଥ୍ରୋ ଭଳି ବ୍ୟବହାର କରୁଛନ୍ତି । ଝିଂଟିକା ମାରି ବଣି ପୋଷିବା ଭଳି ଆଉଟ୍ ସୋର୍ସିଂ ଏଜେନ୍ସି ମାନଙ୍କ ସ୍ୱାର୍ଥ ପାଇଁ ଏହି କର୍ମଚାରୀ ମାନଙ୍କୁ ଅବହେଳା କରିଚାଲିଛନ୍ତି । ସମାନ ବିଭାଗରେ ସମାନ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସମାନ ଦରମା ମିଳିପାରୁନାହିଁ । ତେଣୁ ସରକାର ଏହି କର୍ମଚାରୀ ମାନଙ୍କ ଚାକିରିକୁ ନିୟମିତ କରିବା ସହ ଆଉଟ୍ ସୋର୍ସିଂ ମାଧ୍ୟମରେ ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା କରିବାକୁ ଡ. ଲେଙ୍କା ଦାବି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ବୀରେନ କୁମାର ଦଳେଇ, ଓଡ଼ିଶା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ରାଉତ, ଓଡ଼ିଶା ଯୁବ କଂଗ୍ରେସର ପୂର୍ବତନ ଆଇନ ବିଭାଗ ଅଧ୍ୟକ୍ଷ ଆଦିତ୍ୟ ପ୍ରସାଦ ପରିଡ଼ା ଉପସ୍ଥିତ ଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.