ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

‘ଜରି ମାଉସୀ’ କମଳା ମହାରଣା ଅସୁସ୍ଥ, ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରି

Published By : Prameya | May 31, 2025 11:58 AM

କେନ୍ଦ୍ରାପଡ଼ା,୩୧/୦୫: କେନ୍ଦ୍ରାପଡ଼ାର ‘ଜରି  ମାଉସୀ’ ଭାବେ ପରିଚିତ କମଳା ମହାରଣା ଅସୁସ୍ଥ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ  ଚିକିତ୍ସିତ ହେଉଛନ୍ତି । କମଳାଙ୍କ ଘର କେନ୍ଦ୍ରାପଡ଼ା  ଜିଲ୍ଲା ସଦର ବ୍ଲକ୍‌ ଅଧୀନ ଗୁଲନଗର ପଞ୍ଚାୟତ ଖଇରାବାଦ ଗ୍ରାମରେ । ଗତ ଏପ୍ରିଲ ୨୮ ତାରିଖରେ  ଅସାବଧାନତା ହେତୁ ଘରେ ପଡ଼ିଯିବା ପରେ  କମଳାଙ୍କ ବାମ ଜଂଘ ଭାଙ୍ଗି  ଯାଇଥିବା ପରିବାର ଲୋକେ କହିଛନ୍ତି । ତେବେ ବର୍ତ୍ତମାନ କମଳାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର  ଥିବା ଜଣାପଡ଼ିଛି । ବ୍ୟବହୃତ  ପଲିଥିନ୍‌ରୁ ଘରକରଣା ସାମଗ୍ରୀ  ତିଆରି କରି ଚର୍ଚ୍ଚାରେ ଥିଲେ  ୬୬ ବର୍ଷୀୟା କମଳା ମହାରଣା ।  ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମଳାଙ୍କୁ  ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ ।  ନିକଟରେ କମଳା ‘ଅପରେସନ ସିନ୍ଦୂର'ରେ ଭାରତର  ସଫଳତା ପରେ ଖୁସିରେ ସ୍ଥଳସେନା, ବାୟୁସେନା  ଏବଂ ନୌସେନା ମୁଖ୍ୟଙ୍କୁ ଉପହାର ପଠାଇଥିଲେ ।  ନିଜ ହାତତିଆରି ଟୋପି ଓ ଚିଠି ପଠାଇ  ଶୁଭେଚ୍ଛା ଜଣାଇଥିଲେ ।  

୨୦୨୩ ମସିହା ଫେବ୍ରୁୟାରୀ ୨୬  ତାରିଖରେ ତାଙ୍କର ୯୮ତମ ମନ୍‌ କୀ  ବାତ୍‌ର ସଂସ୍କରଣରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି କମଳାଙ୍କ ପ୍ରଶଂସା  କରିଥିଲେ । ପରେ ଜୁନ୍‌ ମାସରେ  ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ାକୁ ନିର୍ବାଚନ  ବେଳେ ଆସିବା ସମୟରେ କମଳାଙ୍କୁ ଆଣ୍ଠେଇ ନମସ୍କାର କରିଥିଲେ । ପରେ ପ୍ରଧାନମନ୍ତ୍ରୀ କମଳାଙ୍କୁ  ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଦିଲ୍ଲୀ ଡାକିଥିଲେ ।  କମଳା ଅଦରକାରୀ ବସ୍ତୁରୁ ସୁନ୍ଦର ଘରୋଇ  ଉପକରଣ ତିଆରି କରି ଚର୍ଚ୍ଚାରେ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.