ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

କାଶୀନଗର ୧୦ମ ସମିତି ବୈଠକ ବର୍ଜନ

Published By : Gurupada Nath | June 10, 2025 4:34 PM

କାଶୀନଗର,୧୦/୬ : କାଶୀନଗର ପଞ୍ଚାୟତ ସମିତିର ୧୦ମ ସାଧାରଣ ବୈଠକ ଅଧ୍ୟକ୍ଷା ବାଲା ସେୟମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକ ଆରମ୍ଭରୁ ସାଂସଦ ପ୍ରତିନିଧି ରକମ୍ ସତୀଶ ସ୍ବାଇଁ ସଭା ମଞ୍ଚରେ ଚେୟାର ନ ଥିବା ଯୋଗୁଁ ପ୍ରତିବାଦ କରି ତଳେ ଜିଦରେ ବସିଥିଲେ। ଗୃହର ସମସ୍ତ ସଦସ୍ୟ ବିଡ଼ିଓଙ୍କ ଅନୁରୋଧ କ୍ରମେ ସମିତି ସଭ୍ୟ, ସରପଞ୍ଚଙ୍କ ଧାର୍ଯ୍ୟ ସ୍ଥାନରେ ବସିଥିଲେ। ତା’ପରେ ବିଡିଓ ସ୍ବାଗତ ଜଣାଇ ବିକାଶ କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତକୁ ଆସିଥିବା ଦୁଇ ଗୁଣ ଅର୍ଥ ଅନୁଦାନ ସମ୍ପର୍କରେ ୬୦% କିପରି ଖର୍ଚ୍ଚ ହେବ ତାର ବିବରଣୀ ଓ ତାର ଦିଗ୍ ଦର୍ଶନ ଉପସ୍ଥାପନ କରିଥଲେ। କିନ୍ତୁ ବିଡିଓଙ୍କ ବିବରଣୀର ପ୍ରତିବାଦ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଅନୁପସ୍ଥିତି ବ୍ଲକ୍ ବୈଠକରେ ନିଆଯାଉଥିବା ନିଷ୍ପତ୍ତି କାର୍ଯ୍ୟ କାରିତା ହେଉ ନ ଥିବା ବ୍ଲକରେ ସରପଞ୍ଚ ସମିତି ସଭ୍ୟମାନଙ୍କୁ ଗୁରୁତ୍ଵ ଦିଆ ନ ଯିବା ନେଇ ଉଦବେଗ ପ୍ରକାଶ କରି ତାର ପ୍ରତିବାଦାତ୍ମକ ସମଗ୍ର ସରପଞ୍ଚ, ସମିତି ସଭ୍ୟ କକ୍ଷ ତ୍ୟାଗ କରି ଚାଲି ଯାଇଥିଲେ। 

ଉଲ୍ଲେଖଯୋଗ୍ୟ ଯେ, ସମସ୍ତ ସରପଞ୍ଚ ବିଜେଡି ଦଳର କିନ୍ତୁ ଜଣେ କଂଗ୍ରେସ ଦଳର ରାମ ପ୍ରସାଦ ପଟ୍ଟନାୟକ ପ୍ରଥମେ ବ୍ଲକର କାର୍ଯ୍ୟ ଧାରାର ଦୁର୍ନୀତି ବିରୋଧରେ କକ୍ଷ ତ୍ୟାଗ କଲାବେଳେ ଅନ୍ୟ ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟମାନେ ମଧ୍ୟ କକ୍ଷ ତ୍ୟାଗ କରିଥିଲେ। ବିଡିଓ ଡମ୍ବରୁଧର ମଲ୍ଲିକ ସମସ୍ତଙ୍କୁ ବୈଠକରେ ଯୋଗଦେବା ପାଇଁ ନିବେଦନ କରିଥିଲେ ମଧ୍ୟ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.