କୋକସରା୧୧/୦୬ କୃଷି ଓ କୃଷକ ମନ୍ତ୍ରଣାଳୟ ଭାରତ ସରକାରଙ୍କ ପକ୍ଷରୁ ଦେଶର କୃଷି ଓ କୃଷକଙ୍କ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ। ଏହି ଅଭିଯାନ ମାଧ୍ୟମରେ ରାଜ୍ୟର ଚାଷି ମାନଙ୍କୁ ଉନ୍ନତ ମାନର କୃଷି ବୈଷୟିକ ଜ୍ଞାନ କୌଶଳ ବିକାଶ ପାଇଁ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ୨୯ ମେ ରୁ ୧୨ ଜୁନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ କୃଷି ବିଭାଗ ପକ୍ଷରୁ ଆୟୋଜନ କରାଯାଇଛି। ଗୁରୁବାର କୋକସରା ବ୍ଲକ ଡ଼ହଗାଁ ଓ ଆମପାଣି ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଗୋଷ୍ଠି କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡ଼ହଗାଁ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ବିଜେପି ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ପେକ୍ସ ସମ୍ପାଦକ ଡ଼ହଗାଁ କ୍ଷମାନିଧି ବାଗ, ପାଣି ପଞ୍ଚାୟତ ସମ୍ପାଦକ ଲଳିତ କୁମାର ମିଶ୍ର, ଏଡିଓ ସଞ୍ଜୟ କୁମାର ପାତ୍ର, ଚାଷୀ ବଳରାମ ପୁଝାରି,ପବିତ୍ର ରାଉତ,ଏଲ.ଆଇ ଗିରିଶ୍ୱର ସାହୁ, ଉଦ୍ୟାନ କୃଷି ଅଧିକାରୀ ସୌରଭ କୁମାର ପାଣିଗ୍ରାହୀ, କୃଷି ବୈଜ୍ଞାନିକ ଡ଼.ଶ୍ରଦ୍ଧା ମହାନ୍ତି, ତୁଳସୀ ମାଝୀ, ବିଶ୍ୱଜିତ ମହାନ୍ତି ଉପସ୍ଥିତ ରହି କୃଷି ବୈଜ୍ଞାନିକ ମାନେ ଉନ୍ନତ ମାନର କୃଷି ଉତ୍ପାଦନ ବୃଦ୍ଧି ପାଇଁ ବୈଷୟିକ, ନୂତନ ପଦ୍ଧତିରେ ଚାଷ ପ୍ରଣାଳୀ ନେଇ ପରାମର୍ଶ ଦେଇଥିଲେ।
ସେହିପରି ଆମପାଣି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ,ବିଜେପି ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ସମାଜସେବି ତିଲୋତ୍ତମା ନାଏକ, ପେକ୍ସ ସମ୍ପାଦକ ଆମପାଣି ବିକାଶ ରଞ୍ଜନ ପଣ୍ଡା, ଚାଷୀ ଉଦୟ ନାଥ ନାଏକ, ଗୋବର୍ଦ୍ଧନ ମାଝୀ, ଗୋକୁଳ ଚନ୍ଦ୍ର ଯୋଶୀ, କୃଷି ବୈଜ୍ଞାନିକ ଡ଼.ଶ୍ରଦ୍ଧା ମହାନ୍ତି, ଏଡିଓ ସଞ୍ଜୟ କୁମାର ପାତ୍ର,ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ ଉପସ୍ଥିତ ରହି ଚାଷିଙ୍କୁ ଉନ୍ନତ ମାନର କୃଷି ଉତ୍ପାଦନ ବୃଦ୍ଧି ପାଇଁ ବୈଷୟିକ, ନୂତନ ପଦ୍ଧତିରେ ଚାଷ ପ୍ରଣାଳୀ ନେଇ ପରାମର୍ଶ ଦେଇଥିଲେ। ଉଭୟ କାର୍ଯ୍ୟକ୍ରମକୁ ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ କୃଷି ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।