ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଶୁଣିଲାନି ପ୍ରଶାସନ ; ରାମନଦୀରେ ସେତୁ ନିର୍ମାଣ କଲେ ଅଞ୍ଚଳବାସୀ

Published By : Gurupada Nath | June 4, 2025 11:12 PM

ମୋହନା, ୪/୬ : ଦୀର୍ଘ ବର୍ଷ ଧରି ରାସ୍ତା ସମସ୍ୟାରେ ଯୁଝି ହେଉଥିଲେ ଅଞ୍ଚଳବାସୀ l  ଶୁଣିଲାନି ସରକାର କି ପ୍ରଶାସନ l ଶେଷରେ ପ୍ରତ୍ୟେକ ଘରୁ କିଛି କିଛି ଟଙ୍କା ଆଦାୟ କରି ନିଜ ଚେଷ୍ଟାରେ ରାସ୍ତା ନିର୍ମାଣ ସହ ରାମନଦୀ ଉପରେ ସେତୁ ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ ଅଞ୍ଚଳବlସୀ l ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ କୁମୁଳିସିଂ ଗାଁରେ l ଏହି ଗାଁ ସମେତ ଜୁରାପେଟା ଗାଁକୁ ସ୍ଥାୟୀ ରାସ୍ତା ଟିଏ ନାହିଁ l 

ଏଥିସହ ଏହି ଗାଁଠାରୁ ପଞ୍ଚାୟତ ଓ ଅନ୍ୟ ଗାଁକୁ ଯିବାକୁ ହେଲେ ଯିବାକୁ ହେଲେ ରାସ୍ତାରେ ରାମ ନଦୀ ପଡୁଛି l ଫଳରେ ଗାଁ ଲୋକେ ଯାତାୟାତ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ ଲୋକେ l ରାସ୍ତା ଓ ପୋଲ ନିର୍ମାଣ ପାଇଁ ସରକାର ଓ ପ୍ରଶାସନ ଠାରେ ବାରମ୍ବାର ଦାବି କରୁଥିଲେ ଅଞ୍ଚଳବାସୀ l ହେଲେ କେହି ଶୁଣିଲେନି ସେମାନଙ୍କ ସମସ୍ୟା l ତେଣୁ ବାଧ୍ୟ ହୋଇ କୁମୁଳିସିଂ ଓ ଜୁରାପେଟା ଗ୍ରାମବାସୀ ମିଳିତ ଭାବେ ଏହି ରାସ୍ତା ଓ ରାମନଦୀରେ ସେତୁ ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ବୋଲି କହିଛନ୍ତି ଅଞ୍ଚଳବାସୀ l ନିକଟସ୍ଥ ପାହାଡ଼ରୁ ପଥର ଆଣି ନଦୀ ଉପରେ ସେତୁ ନିର୍ମାଣ କରିଛନ୍ତି l କିଏ ମୁଣ୍ଡରେ ପଥର ଧରି ଆଣୁଛନ୍ତି ତ କିଏ ପଥର କୁ ନଦୀ ଉପରେ ପଥର ପକାଇ ସେତୁ ନିର୍ମାଣ କରୁଥିବା ଦେଖିବାକୁ ମିଳିଛି l ଏହି ରାସ୍ତା ଓ ସେତୁ ନିର୍ମାଣ ରେ ଜିରାଙ୍ଗ ପଞ୍ଚାୟତ ଓ ଡlବରlଗୁଡା ପଞ୍ଚାୟତର ଶତାଧିକ ମହିଳା, ପୁରୁଷ ସାମିଲ ଥିଲେ l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.