ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

୧୦ଟଙ୍କାର ରିଚାର୍ଜ କରି ହରାଇଲେ ୫୪ହଜାର ଟଙ୍କା

Published By : Gurupada Nath | June 10, 2025 8:43 PM

ରାଉରକେଲା,୧୦/୬ :  ନିଜ ମୋବାଇଲରେ ମାତ୍ର ୧୦ଟଙ୍କାର ଗୋଟିଏ ରିଚାର୍ଜ କରିବା ମାତ୍ରକେ ବ୍ୟାଙ୍କ୍ ଖାତାରୁ ଚାଲିଗଲା ୫୪ହଜାର ଟଙ୍କା। ଏମିତି ଏକ ଘଟଣା ଘଟିଛି ରାଉରକେଲାସ୍ଥିତ ଜଗଦା ଅଞ୍ଚଳରେ। ମିଳି ଥିବା ସୂଚନା ଅନୁଯାୟୀ ଚଳିତ ମାସ ୬ତାରିଖ ଦିନ ଜଗଦା ଅଞ୍ଚଳର ନିବାସୀ ରବୀନ୍ଦ୍ର ନାଥ ହୋତା ନିଜ ମୋବାଇଲରେ ହ୍ବାଟ୍ସଅପ  ଇନଷ୍ଟାଲ କରିବା ସମୟରେ ତାଙ୍କ ନିକଟକୁ ଫୋନ୍ କଲ୍ ଆସିଲା। 

ଏହି ଫୋନ୍ କଲରେ ଜଣେ ଶ୍ରୀ ହୋତାଙ୍କୁ ୧୦ଟଙ୍କାର ରିଚାର୍ଜ କରିବା ପାଇଁ କହିଥିଲେ। ଆସିଥିବା ଫୋନ୍ କଲ୍ ଶ୍ରୀ ହୋତା ୧୦ଟଙ୍କାର ରିଚାର୍ଜ କରିଲେ। ହେଲେ ରିଚାର୍ଜ କରିବା ମାତ୍ରକେ କେଇ ମିନଟ ମଧ୍ୟରେ ବ୍ୟାଙ୍କ ଖାତାରୁ ସଙ୍ଗେ ସଙ୍ଗ ୫୪ହଜାର ଟଙ୍କା କଟି ଯାଇଥିଲା। ଏ ନେଇ ଶ୍ରୀ ହୋତା ଆଜି ଝିରପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଝିରପାଣି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.