ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ହେଳା କରିବାରୁ ଚାଲିଗଲା ଜୀବନ, ସାପ କାମୁଡ଼ାରେ ବ୍ୟକ୍ତିଙ୍କ ମୃତ୍ୟୁ

Published By : Rasmita Pradhan | June 3, 2025 1:43 PM

ବରଗଡ଼, ୦୩/୦୬: ସାପ କାମୁଡ଼ାକୁ ହେଳା କରିବାରୁ ଚାଲିଗଲା ଜୀବନ। ହସ୍ପିଟାଲକୁ ବିଳମ୍ବରେ ଯିବାରୁ ବ୍ୟକ୍ତଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ବରଗଡ଼ ଜିଲ୍ଲା ବରଗଡ଼ ଗଙ୍ଗାଧର ନଗରରୁ। ସାପ କାମୁଡ଼ାରେ ମିଟୁ ମେହେର ନାମଙ୍କ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ, ମିଟୁ ମେହେର ତାଙ୍କ ସ୍ତ୍ରୀଙ୍କ ସହ ସାବିତ୍ରୀ ବ୍ରତ ପାଇଁ ବିଭିନ୍ନ ପୂଜା ସାମଗ୍ରୀ ବିକ୍ରି କରିବାକୁ ବଲାଙ୍ଗୀର ସହରକୁ ଯାଇଥିଲେ। ସେଠାରେ ରାତିରେ ଶୋଇ ଥିବାବେଳେ ଏକ ବିଷାକ୍ତ ସାପ ତାଙ୍କ ଗୋଡ଼କୁ ଚୋଟ ମାରିଥିଲା । ପର ଦିନ ସାବିତ୍ରୀ ଅମାବାସ୍ୟା ଥିବାରୁ ଏହାକୁ ସେ ଗୁରୁତ୍ବ ନଦେଇ ପୂଜା ସାମଗ୍ରୀ ବିକ୍ରି କରିବାରେ ଲାଗିପଡ଼ିଥିଲେ । ରାତିରେ ଘରକୁ ଫେରି ଦେଖିଲା ବେଳକୁ ଗୋଡ଼ ଫୁଲି ଯାଇଥିଲା। ବରଗଡ଼ ସରକାରୀ ଡାକ୍ତରଖାନାକୁ ଯାଇ ଦେଖାଇଥିଲେ। ହେଲେ ବୁର୍ଲା ଡ଼ାକ୍ତରଖାନା ଯିବା ପାଇଁ ଡ଼ାକ୍ତର ତାଙ୍କୁ କହିଥିଲେ। ମାତ୍ର ସେ ଗୁଣିଆ ପାଖକୁ ଯାଇ ଝଡ଼ା ଫୁଙ୍କା କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.