ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଶ୍ଵଶୁର ହତ୍ୟାକାରୀ ଜ୍ଵାଇଁକୁ ୫ ବର୍ଷ ଜେଲ୍ ଦଣ୍ଡ...

Published By : Ladu Kishor | June 11, 2025 9:51 PM

ନବରଙ୍ଗପୁର ୧୧/୬ : ଶ୍ଵଶୁର ହତ୍ୟାକାରୀ ଜ୍ଵାଇଁଙ୍କୁ ମିଳିଲା ଜେଲଦଣ୍ଡ । ଅଭିଯୁକ୍ତ ଜ୍ବାଇଁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଦୌରାଜଜ। ହତ୍ୟାକାରୀ ଜ୍ଵାଇଁକୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ହତ୍ୟାକାରୀ ଜ୍ଵାଇଁ ଜଣକ ହେଉଛନ୍ତି କୋଷ।ଗୁମଡା ଥାନା ନୁନପାଣି ଗାଁର ଚୈତନ୍ୟ ଭତରା । ଏହି ମାମଲାରେ ୨୭ ଜଣ ସାକ୍ଷ୍ଯ ଓ ୨୮ଟି ଦସ୍ତାବିଜକୁ ଭିତ୍ତିକରି ଅଭିଯୁକ୍ତ ଚୈତନ୍ୟକୁ ହତ୍ୟା ଅଭିଯୋଗରେ ୫ ବର୍ଷ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୫ ହଜାର ଜୋରିମାନା ଅଦାୟ କରିବାକୁ ନିର୍ଦେଶ ଦେଇଛନ୍ତି। ଅନାଦୟ କ୍ଷେତ୍ରରେ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ମାମଲା ପରିଚାଳନା କରୁଥିବା ପବ୍ଲିକ ପ୍ରସିକ୍ୟୁଟର ମନୋଜ କୁମାର ଏକ୍କାଙ୍କ ସୂଚନା ଅନୁଯାୟୀ, ନୁନପାଣି ଗାଁର ଚୈତନ୍ୟ ନେଙ୍ଗାନାଲ ଗ୍ରାମର ପର୍ଶୁରାମ ନାୟକଙ୍କ ଝିଅ ଦଶମୀଙ୍କୁ ବାହା ହୋଇ ଘର ଜ୍ବାଇଁ ହୋଇ ରହୁଥିଲା। ଗତ ୨୦୨୪ ଜୁଲାଇ ୭ ତାରିଖ ସନ୍ଧ୍ୟାରେ ଶ୍ଵଶୁର ପର୍ଶୁରାମ ଘର ବାରଣ୍ଡାରେ ବସିଥିବା ବେଳେ ଚୈତନ୍ୟ ହଠାତ ଆସି ତାଙ୍କୁ ଗାଳି ଗୁଲଜ କରିଥିଲା । ଏପରିକି ତଣ୍ଟି ଚିପି ଜୀବନରେ ମାରିବାକୁ ଉଦ୍ୟମ କରିଥିଲା । ଏହି ସମୟରେ ସ୍ତ୍ରୀ ଦଶମୀ ଓ ତାଙ୍କ ମାମୁଁ ନକୂଳ ଛଡ଼େଇବାକୁ ଚେଷ୍ଟା କରିଥିବା ବେଳେ ଚୈତନ୍ୟ ପର୍ଶୁରାମଙ୍କୁ ବାରଣ୍ଡା ତଳକୁ ଠେଲି ଦେଇଥିଲା। ଏହି ଠେଲା ପେଲାରେ ପର୍ଶୁରାମଙ୍କ ମୁଣ୍ଡ ପଛପଟ ଏକ ପଥରରେ ବାଜି ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିଲା। ଏହି ଘଟଣାରେ ବାପାଙ୍କୁ ହତ୍ୟା କରିଥିବା ନିଜ ସ୍ବାମୀ ଚୈତନ୍ୟଙ୍କ ବିରୋଧରେ ଦଶମୀ କୋଷଗୁମୁଡା ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୁଲିସ ଗିରଫ କରିଥିଲା। ଏହି ମାମଲାର ବିଚାର କରି ଜିଲ୍ଲା ଦୌରା ଜଜ ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ସହ ପୀଡିତ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ସୁପାରିଶ କରିଛନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.