ରାଉରକେଲା,୧୦/୬: ମାଓ ସଂଗଠନ ଦେଇଥିବା ୨୪ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତରେ ଦେଖିବାକୁ ମିଳିଛି। ରାଉରକେଲାରୁ ଝାଡ଼ଖଣ୍ଡକୁ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।
ଓଡ଼ିଶା ସୀମାନ୍ତ ଜରେଇକେଲା, ଭାଲୁଲତା, ସୋରଡ଼ା, ଟାଇନ୍ଦା, ଝାଡ଼ଖଣ୍ଡର ଗୋଏଲକେରା, ଚିଡିଆ, ମନୋହରପୁର, ସୋନୁଆ, ବଡ଼ ଜାମଦା, ସୀମଡେଗା, ଆଦି ସ୍ଥାନକୁ ବସ ଚଳାଚଳ ଠପ୍ ରହିଛି। ଫଳରେ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଓଡ଼ିଶା - ଝାଡ଼ଖଣ୍ଡ ସୀମାନ୍ତରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି । ସୀମାବର୍ତ୍ତି ଥାନ ଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି । ହେଲେ ସାମାନ ରୁଟରେ ଟ୍ରେନ ଚଳାଚଳ ସ୍ଵାଭାବିକ ରହିଛି ।