ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

‘କୁହନ୍ତି କିଛି, ଆଉ କରନ୍ତି ଆଉ କିଛି... ’, ଲଣ୍ଡନରେ ଭାରତ ସହ ସମ୍ପର୍କ ନେଇ ଜାଣନ୍ତୁ ଆଉ କ’ଣ ସବୁ କହିଲେ ମହମ୍ମଦ ୟୁନୁସ୍

Published By : Harapriya Biswal | June 11, 2025 8:23 PM

ନୂଆଦିଲ୍ଲୀ,୧୧।୬: ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ପୁଣି ଥରେ ଭାରତ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ କିଛି କହେ ଏବଂ ଆଉ କିଛି କରେ। ୟୁନୁସ୍ ବ୍ରିଟିଶ ଥିଙ୍କ ଟ୍ୟାଙ୍କ ଚାଥାମ ହାଉସରେ ଏକ ଆଲୋଚନା ସମୟରେ ଏହା କହିଛନ୍ତି। କେବଳ ସେତିକି ନୁହେଁ , ମହମ୍ମଦ ୟୁନୁସ କହିଛନ୍ତି ଭାରତ ଆମର ପଡ଼ୋଶୀ। ଆମେ ସେମାନଙ୍କ ସହିତ କୌଣସି ପ୍ରକାରର ସମସ୍ୟା ହେବାକୁ ଚାହୁଁନାହୁଁ। ବାଂଲାଦେଶରେ ଶେଖ ହସିନାଙ୍କ ସରକାରର ପତନ ଏବଂ ୟୁନୁସ୍ ଶାସକ ହେବା ପରଠାରୁ, ବାଂଲାଦେଶ ଚୀନର ନିକଟତର ହୋଇଛି, ଯେଉଁ କାରଣରୁ ଭାରତ ସହିତ ସମ୍ପର୍କ ଖରାପ ହୋଇଛି।

ଲଣ୍ଡନରେ ଗସ୍ତରେ ଥିବା ୟୁନୁସ୍ କହିଛନ୍ତି 'ମୁଁ ଭାରତ ସହିତ ଭଲ ସମ୍ପର୍କ ଗଢ଼ିବାକୁ ଚେଷ୍ଟା କରେ, କିନ୍ତୁ ଭାରତୀୟ ଗଣମାଧ୍ୟମ ନକଲି ଖବର ଚଲାଉଥିବାରୁ ଏହା ହିଁ ବାଂଲାଦେଶକୁ କଷ୍ଟ ଦେଉଛି। ମୁଁ ବହୁତ ରାଗ ମଧ୍ୟ ଲାଗେ ଏସବୁ ଶୁଣି। ଆମେ ଆଲୋଚନାକୁ ଆଗକୁ ବଢାଇବାକୁ ଚେଷ୍ଟା କରୁଛୁ କିନ୍ତୁ ସେହି ସମୟରେ ବହୁତ କିଛି ଘଟୁଛି। ଆମେ ଏଥିରୁ ଦୂରେଇ ଯାଇପାରିବୁ ନାହିଁ। ଯଦି ମୁଁ ଶାନ୍ତ ରହିବାକୁ ଚେଷ୍ଟା କରେ ହଠାତ୍ ସେମାନେ କିଛି କୁହନ୍ତି କିମ୍ବା କିଛି କରନ୍ତି, ତେଣୁ ଆମେ ରାଗିଯାଉ। ଆମକୁ ଏକ  ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବା ଦରକାର, ଆମେ ଯେଉଁ ଜୀବନର ସ୍ୱପ୍ନ ଦେଖୁଛୁ ତାହା ସୃଷ୍ଟି କରିବା ଏବେ ଆମର ବଡ଼ କାମ।

ଏହି ସମୟରେ ୟୁନସ୍ କହିଛନ୍ତି, ସେ ନିର୍ବାଚିତ ସରକାରରେ ଯୋଗଦେବାକୁ ଆଗ୍ରହୀ ନୁହଁନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ୟୁନୁସ୍ କହିଲେ, 'ବିଲକୁଲ ନୁହେଁ, ମୁଁ ଭାବୁଛି ଆମର କ୍ୟାବିନେଟ ସଦସ୍ୟ (ପରାମର୍ଶଦାତା ପରିଷଦ)ଙ୍କ ମଧ୍ୟରୁ କେହି ଏହା କରିବାକୁ ଚାହିଁବେ ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.