ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

କଲମ୍ବିଆ ବିଶ୍ୱବିଦ୍ୟାଳୟର ବଡ଼ ସଫଳତା, ଏଆଇ ସାହାଯ୍ୟରେ ଗର୍ଭଧାରଣ କଲେ ମହିଳା

Published By : Krishna Priya | June 13, 2025 8:50 AM

ନୂଆଦିଲ୍ଲୀ ୧୩/୦୬: ଦୀର୍ଘ ଦୁଇ ଦଶନ୍ଧିର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କଲମ୍ବିଆ ବିଶ୍ୱବିଦ୍ୟାଳୟ ଫର୍ଟିଲିଟି ସେଣ୍ଟର୍‌ର ଡାକ୍ତରମାନେ ଏଆଇ ଜରିଆରେ ପ୍ରଥମ ଥର ଜଣେ ମହିଳାଙ୍କର ଗର୍ଭଧାରଣ କରାଇଥିବା ସ୍ପଷ୍ଟ କରିଛନ୍ତି । ଦୀର୍ଘ ୧୯ ବର୍ଷ ଧରି ଗର୍ଭଧାରଣ ପାଇଁ ଚେଷ୍ଟା କରି ବିଫଳ ହେଉଥିବା ଜଣେ ଦମ୍ପତି ଏକ ନୂଆ ଏଆଇ ସିଷ୍ଟମ୍‌ ଜରିଆରେ ସନ୍ତାନ ସୁଖ ପାଇବାକୁ ଯାଉଛନ୍ତି । 

ପ୍ରଜନନ ଚିକିତ୍ସାରେ ଏହା ଏକ ବଡ଼ ମାଇଲଖୁଣ୍ଟ । ଷ୍ଟାର୍‌ (ସ୍ପର୍ମ ଟ୍ରାକିଂ ଆଣ୍ଡ୍‌ ରିକଭରୀ) ନାମକ ଏଆଇ-ଆଧାରିତ ପ୍ରକ୍ରିୟା ପ୍ରୟୋଗ କରି ସନ୍ତାନ ସୁଖରୁ ବଞ୍ଚିତ ଜଣେ ମହିଳାଙ୍କର ଗର୍ଭଧାରଣରେ ଉକ୍ତ ବିଶ୍ୱବିଦ୍ୟାଳୟର ଡାକ୍ତର ସଫଳତା ପାଇଛନ୍ତି । ପୁରୁଷ ବନ୍ଧ୍ୟାଦୋଷର ସମ୍ମୁଖୀନ ହେଉଥିବା ଦମ୍ପତିଙ୍କୁ ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ଆଶାର ନୂଆ ଆଲୋକ ପ୍ରଦାନ କରିଛି । ଖାସ୍‌କରି ‘ଆଜୋସ୍ପର୍ମିଆ’ ସମସ୍ୟାରେ ପୀଡ଼ିତଙ୍କ ପାଇଁ ଏହା ବରଦାନ ହୋଇଛି । ପୁରୁଷଙ୍କ ସିମେନ୍‌ରେ ଶୂକ୍ରାଣୁର ସମ୍ପୂର୍ଣ୍ଣ ଅନୁପସ୍ଥିତିକୁ ଏହା ଦର୍ଶାଏ । 

ଅବ୍‌ଷ୍ଟ୍ରକ୍‌ଟିଭ ଆଜୋସ୍ପର୍ମିଆ ପୁରୁଷ ବନ୍ଧ୍ୟାଦୋଷର ଏକ ଗୁରୁତ୍ୱପୂର୍ଣ୍ଣ କାରଣ । ଏହା ଯୋଗୁ ପ୍ରାକୃତିକ ରୂପେ ଗର୍ଭଧାରଣ କଷ୍ଟକର ହୋଇଥାଏ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ବ୍ୟକ୍ତି ସନ୍ତାନ ଜନ୍ମ କରିପାରିବେ ନାହିଁ । ଅନ୍ୟ ପ୍ରଜନନ ଟେକ୍ନୋଲୋଜି ଏଥିରେ ସହାୟକ ହୋଇପାରେ । ଅବ୍‌ଷ୍ଟ୍ରକ୍‌ଟିଭ ଆଜୋସ୍ପର୍ମିଆ ପ୍ରଜନନ ମାର୍ଗକୁ ଅବରୋଧ କରି ସିମେନ୍‌ରେ ଶୂକ୍ରାଣୁକୁ ରୋକିଥାଏ । ସଂକ୍ରମଣ, ସର୍ଜରି କିମ୍ବା ଜନ୍ମଜାତ ସମସ୍ୟା, ଜିନ୍‌ଗତ ସମସ୍ୟା, ହରମୋନ ଅସନ୍ତୁଳନ ଯୋଗୁ ଏହା ହୋଇପାରେ । 

ଏବେ ଆଜୋସ୍ପର୍ମିଆ ହାରାହାରି ୧୦ ପ୍ରତିଶତ ପୁରୁଷ ବନ୍ଧ୍ୟାଦୋଷ ମାମଲା ପାଇଁ ଦାୟୀ । ଏହି ସ୍ଥିତିରେ ପାରମ୍ପରିକ ପଦ୍ଧତି ସିମେନ୍‌ ନମୁନାରେ ମୂଲ୍ୟବାନ ଶୂକ୍ରାଣୁ ଚିହ୍ନଟ କରିବାରେ ସକ୍ଷମ ନୁହନ୍ତି । କଲିମ୍ବିଆ ବିଶ୍ୱବିଦ୍ୟାଳୟର ଷ୍ଟାର୍‌ ସିଷ୍ଟମ୍‌ରେ ଏକ ଉଚ୍ଚ ଶକ୍ତିସମ୍ପନ୍ନ ଇମେଜିଂ ଟେକ୍ନୋଲୋଜି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମିଶ୍ରଣ ରହିଛି, ଯାହା ପୂରା ସିମେନ୍‌ ନମୁନାକୁ ସ୍କାନ୍‌ କରେ । ଏହା ଘଣ୍ଟାକୁ ପ୍ରାୟ ୮୦ ଲକ୍ଷ ଛବି ଉତ୍ତୋଳନ କରେ । ଏହି ଏଆଇ ଆଲ୍‌ଗୋରିଦମ ଛବିଗୁଡ଼ିକର ବିଶ୍ଳେଷଣ କରେ ଏବଂ ଭ୍ରୂଣ ବିଶେଷଜ୍ଞ ଚିହ୍ନଟ କରିପାରିନଥିବା ବିରଳ ଶୂକ୍ରାଣୁ କୋଷିକାଗୁଡ଼ିକୁ ଅଲଗା କରେ । 

ଶୂକ୍ରାଣୁ ଚିହ୍ନଟ ହେବା ପରେ ମାଇକ୍ରୋଫ୍ଲୁଇଡିକ୍‌ ଚିପ୍‌ ସେଗୁଡ଼ିକୁ ଏକ ଅଲଗା ଚ୍ୟାନେଲ୍‌କୁ ଯିବାକୁ ଦିଏ । ସେଣ୍ଟ୍ରିଫ୍ୟୁଗେସନ୍‌ କିମ୍ବା ଅନ୍ୟ ସମ୍ଭାବ୍ୟ ହାନିକାରକ ପ୍ରକ୍ରିୟାର ଆବଶ୍ୟକ ବିନା ଏହି ଶୂକ୍ରାଣୁ ଅଲଗା ହୁଅନ୍ତି । ଏହି ପ୍ରକ୍ରିୟା ମୂଲ୍ୟବାନ ଶୂକ୍ରାଣୁଙ୍କ ସଂରକ୍ଷଣକୁ ସୁନିଶ୍ଚିତ କରେ ଏବଂ ପ୍ରଜନନ ପାଇଁ ମଧ୍ୟ ଏହାକୁ ପ୍ରୟୋଗ କରାଯାଇପାରେ । ଏହା ସର୍ଜରି ଓ ରସାୟନ-ମୁକ୍ତ ବିକଳ୍ପ ପ୍ରଦାନ କରେ । ଚିକିତ୍ସା ବିଜ୍ଞାନ ଓ ଉନ୍ନତ ଟେକ୍ନୋଲୋଜିର ଏହା ସମନ୍ୱୟ । ଦୀର୍ଘ ଦୁଇ ଦଶନ୍ଧି ଧରି ଗର୍ଭଧାରଣ ପାଇଁ ଚେଷ୍ଟା କରୁଥିବା ଉକ୍ତ ଦମ୍ପତିଙ୍କ ସଫଳ କାହାଣୀ ଏହାର ସଦ୍ୟ ପ୍ରମାଣ । ଦମ୍ପତି ୧୫ ଥର ଆଇଭିଏଫ୍‌ରେ ଗର୍ଭଧାରଣ କରି ବିଫଳ ହୋଇଥିଲେ । ଷ୍ଟାର୍‌ ସିଷ୍ଟମ୍‌ ଉପଯୋଗର ଏକ ଚିକିତ୍ସକୀୟ ପରୀକ୍ଷଣରେ ଅଂଶଗ୍ରହଣ କରିବା ପରେ ସେମାନଙ୍କ ଭାଗ୍ୟ ବଦଳିଲା । ଏହି ଏଆଇ ସିଷ୍ଟମ୍‌ ସଫଳତାପୂର୍ବକ ବ୍ୟକ୍ତିଙ୍କ ମୂଲ୍ୟବାନ ଶୂକ୍ରାଣୁ ଚିହ୍ନଟ କଲା, ଯାହା ସଫଳ ଗର୍ଭଧାରଣର ମାର୍ଗ ପ୍ରଶସ୍ତ କଲା । ବିଭିନ୍ନ ପ୍ରଜନନ ସମସ୍ୟାର ସମାଧାନରେ ଏଆଇର ସାମର୍ଥ୍ୟକୁ ନେଇ ଆଶାବାଦୀ ହୋଇଛନ୍ତି କଲମ୍ବିଆ ବିଶ୍ୱବିଦ୍ୟାଳୟ ପ୍ରଜନନ କେନ୍ଦ୍ରର ନିର୍ଦ୍ଦେଶକ ଓ ଷ୍ଟାର୍‌ ପ୍ରୋଜେକ୍ଟର ମୁଖ୍ୟ ଡା. ଜେଭ୍‌ ୱିଲିୟମ୍ସ । ଆଜୋସ୍ପର୍ମିଆର ମୁକାବିଲା ଲାଗି ଷ୍ଟାର୍‌ ସିଷ୍ଟମ୍‌ ବିକଶିତ ହୋଇଥିବାବେଳେ ସମାନ ପ୍ରକାର ଏଆଇ ଟେକ୍ନୋଲୋଜି ପ୍ରଜନନ ଚିକିତ୍ସାର ଅନ୍ୟ ଦିଗଗୁଡ଼ିକର ପ୍ରୋତ୍ସାହନ ଲାଗି ଉପଯୋଗ ହୋଇପାରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.