ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଅନ୍ଧବିଶ୍ଵାସର କରୁଣ ପରିଣତି, ଦୁଇ ଭାଇଙ୍କ ଠେଙ୍ଗା ମାଡ଼ରେ ଚାଲିଗଲା ବୃଦ୍ଧଙ୍କ ଜୀବନ

Published By : Rasmita Pradhan | June 6, 2025 11:18 AM

ପାଳଲହଡା, ୬/୬ : ଜୀବନ ନେଲା ଅନ୍ଧବିଶ୍ଵାସ। ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ ଦୁଇ ଭାଇ। ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ବନ୍ଧାଭୂଇଁ ଗ୍ରାମପଞ୍ଚାୟତର ଭୀମକାଣ୍ଡ ଗାଁରେ ହତ୍ୟା ଅଭିଯୋଗ। ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି ପୁଲିସ। ଅଭିଯୁକ୍ତ ଦୁଇ ଭାଇ ଫେରାର୍। 

ସୂଚନା ଅନୁଯାୟୀ, ଗୁରୁବାର ବନ୍ଧାଭୂଇଁ ପାଞ୍ଚୟତ ଭୀମକାଣ୍ଡ ଗ୍ରାମରେ ରଜ ପାଇଁ ଦୋଳି ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ କାଠ ଛାଲି ଘରକୁ ନେବା ପାଇଁ ଗ୍ରାମସମାଜରୁ ବାସନ୍ଦ ହୋଇଥିବା ନକୁଳ ପ୍ରଧାନ (୫୭ ବର୍ଷ) ଓ ଦୁଇ ଭାଇ ଜିତୁ ପ୍ରଧାନ ଏବଂ କାହ୍ନା ପ୍ରଧାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେମାନେ ନକୁଳ ପ୍ରଧାନଙ୍କୁ କାଠ ଛାଲି ଦେଇନଥିଲେ। ଯାହାଫଳରେ ନକୁଳ ରାଗିଯାଇ ସେମାନଙ୍କ ବାପାକୁ ସାପ କାମୁଡ଼ି ଦେବ ବୋଲି କହିଥିଲା। ଦୁର୍ଭାଗ୍ୟବଶତଃ ଝଗଡ଼ା ପରେ ଗତକାଲି ଅପରାହ୍ଣରେ ଜିତୁ ଓ କାହ୍ନାଙ୍କ ବାପା ଇଶ୍ୱର ପ୍ରଧାନଙ୍କୁ ସାପ କାମୁଡ଼ି ଦେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରାତିରେ ଦୁଇ ଭାଇ ନକୁଳଙ୍କୁ ଘରୁ ଟାଣି ଆଣି ଠେଙ୍ଗାରେ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ନକୁଳଙ୍କ ମୃତ୍ୟୁ ହୋଇଥିଲା। 

ଏନେଇ ଖବର ପାଇବା ପରେ ପାଳଲହଡା ପୁଲିସ ଏସଡିପିଓ କୈଳାସ ଚନ୍ଦ୍ର ସେଠୀ ଓ ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଦୁଇ ଭାଇ ଫେରାର ହୋଇଯାଇଛନ୍ତି। ଦୁଇ ଭାଇଙ୍କ ମଧ୍ୟରୁ ସାନ ଭାଇ ନାବାଳକ ବୋଲି ଜଣାପଡ଼ିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.