ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଦୃଢ ଇଛା ଶକ୍ତି ଆଗରେ ବାଧକ ସାଜି ପାରିନି ଅର୍ଥ

Published By : Gurupada Nath | May 28, 2025 4:51 PM

ସୋରଡ଼ା, ୨୮/୫ :  ଇଛା ଶକ୍ତି ଆଗରେ ବାଧକ ସାଜି ପାରିନି ଅର୍ଥ । ଘରେ ଦୁଇ ମୁଠା ଖାଇବାକୁ ବି ନିଅଣ୍ଟ । ଏଭଳି ପରିସ୍ଥିତିରେ ବି ସେ କେବେ ପଛକୁ ହଟିନାହାନ୍ତି । ଆଗକୁ ଯାଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଆଉ ଦେଖେଇ ଦେଇଛନ୍ତି କି ଏଠି ଦୃଢ ଇଛା ଶକ୍ତି ହିଁ ମଣିଷକୁ ଆଗକୁ ନେଇଥାଏ । ଯୁକ୍ତ ୨ପରୀକ୍ଷାରେ ସୋରଡ଼ା ଏନଏସିରେ ସବୁଠାରୁ ଆଗରେ ରହିଛନ୍ତି ଶୃତି । ଭଙ୍ଗା ଦଦରା ଭଡ଼ା ଘରେ ଆର୍ଥିକ ଅନାଟନରେ ବିତୁଛି ଜୀବନ । ତଥାପି ସେ କେବେ ହାର୍ ମାନି ନାହାନ୍ତି । 

ପ୍ରକାଶ ଯେ, ସୋରଡ଼ା ଏନଏସିର ଶୃତି ସାହୁ । ସ୍ଥାନୀୟ ପ୍ରକାଶ ଚନ୍ଦ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୃତି ଅଧ୍ୟୟନ କରୁଥିବାବେଳେ ଚଳିତ ବର୍ଷ ଯୁକ୍ତ ୨ପରୀକ୍ଷାରେ ସର୍ବୋଚ୍ଚ ୫୨୦ରଖିଛନ୍ତି । ଯାହାକି ଯୁକ୍ତ ୨ ପରୀକ୍ଷାରେ ସମଗ୍ର ଏନଏସିରେ ପ୍ରଥମ । ମା’ ପ୍ରଭାସିନୀ ସାହୁ । ଝିଅକୁ ପାଠ ପଢାଇ ମଣିଷ କରିବାକୁ ଦିନ ରାତି ଏକ କରି ଦେଉଛନ୍ତି । ଘରେ ନଳୀ, ଖଜା, ପାମ୍ପଡ଼ ତିଆରି କରି ବୁଲି ବୁଲି ବିକ୍ରି କରିଥାନ୍ତି । ଏଥିରେ ଝିଅ ଶୃତି ବି ତାଙ୍କୁ ସାହାଯ୍ୟ କରିଥାନ୍ତି । ସେଥିରୁ ଯାହା ବାହାରେ ସେଥିରେ ଶୃତିକୁ ପାଠ ପଢାଇଥାନ୍ତି ମା’ ପ୍ରଭାସିନୀ । ଦିନକୁ ୮ ଘଣ୍ଟାରୁ ଅଧିକ ସମୟ ପାଠ ପଢାରେ ନିଜକୁ ନିମଗ୍ନ ରଖୁଥିବା ସହ ଆଗକୁ ଆଇଏଏସ ହେବାର ସ୍ବପ୍ନ ଦେଖୁଛନ୍ତି ବୋଲି କହିଛନ୍ତି ଶୃତି I ତାଙ୍କର ଏହି ସଫଳତା ପାଇଁ ସେ ନିଜ ମା’ ଓ ବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପିକା, ଅଧ୍ୟାପକମାନଙ୍କୁ ଶ୍ରେୟ ଦେଇଛନ୍ତି l ସମସ୍ତ ଶିକ୍ଷାର୍ଥୀ ଦୃଢ଼ ମନୋବଳ ରଖି ଆଗକୁ ବଢିବା ସହ ଆଧୁନିକ ମାନସିକତାରୁ ଦୁରେଇ ରହିବାକୁ କହିଛନ୍ତି ଶୃତି l 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.