ବୋଲଗଡ଼,୭/୬ : ବୋଲଗଡ଼ ବ୍ଲକ ସ୍ଥିତ ଖଙ୍ଗୁରିଆ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ବମ୍ ଫୁଟି ଜଣେ ମୃତ ଓ ଦୁଇ ଜଣ ଆହତ ହୋଇଛନ୍ତି l ମୃତ ମହିଳା ଜଣଙ୍କ ହେଲେ ଇଚ୍ଛାପୁର ଗ୍ରାମର ଆମିନା ବେଗମ (୩୬) l ଆହତ ହୋଇଥିବା ଦୁଇ ଜଣ ରୁକ୍ସମା ବେଗେମ୍ (୧୧), ରୋଷନା ବେଗେମ୍ (୧୩) ।
ସେମାନଙ୍କୁ ଚିକିତ୍ସା ନିମନ୍ତେ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଆମିନାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ପରେ ଆହତ ଦୁଇ ଜଣଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି l ବୋଲଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।