ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲା; ଚାକିରିରୁ ବହିଷ୍କୃତ ହେଲେ କନେଷ୍ଟବଳ…

Published By : Ladu Kishor | June 4, 2025 4:36 PM

ସମ୍ବଲପୁର ୪।୬: ବରେଇପାଲି ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୁଲିସ କନେଷ୍ଟବଳ ବିରଞ୍ଚି ମୁଣ୍ଡା (୩୫) ଚାକିରିରୁ ବହିଷ୍କୃତ ହୋଇଛନ୍ତି। ସମ୍ବଲପୁର ଏସପି ମୁକେଶ ଭାମୁ ଏପରି ପଦକ୍ଷେପ ନେଇଛନ୍ତି । ବିରଞ୍ଚି ଓଏସଏଫର କନେଷ୍ଟବଳ ଭାବରେ ବରେଇପାଲି ଥାନାରେ ନିୟୋଜିତ ଥିଲେ। ଆଦିବାସୀପଡ଼ାର ଜଣେ ୧୪ ବର୍ଷିୟ ନାବାଳିକାଙ୍କ ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏନେଇ ବରେଇପାଲି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ହେବା ପରେ କେସ ନଂ ୯୬/୨୫ରେ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ ଏସପିଙ୍କ ନିର୍ଦେଶ କ୍ରମେ ତାଙ୍କୁ ବହିଷ୍କାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିରଞ୍ଚି ନାବାଳିକାକୁ ରବିବାର ଶୀତଳଷଷ୍ଠୀ ଯାତ୍ରା ଦେଖାଇ ନେବା ବାହାନାରେ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା। ପୀଡ଼ିତା ନାବାଳିକା ଜଣକ ଉପସ୍ଥିତ ବୁଦ୍ଧି ଲଗାଇ ଘଟଣାସ୍ଥଳରୁ ଖସି ଚାଲି ଆସିଥିଲେ। ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ସମ୍ପର୍କୀୟ ହେବେ। ସେଠାରେ ଅଭିଯୁକ୍ତ ପୁଲିସ କନେଷ୍ଟବଳ ଜଣକ ଝିଅ ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲା। ଏହି ସମ୍ପର୍କରେ ଜଣାପଡ଼ିବା ପରେ ଆଦିବାସୀପଡ଼ାରେ ଉତ୍ତେଜନା ଦେଖା ଦେଇଥିଲା । ପରିବାର ସହିତ ସ୍ଥାନୀୟ ପଡ଼ାବାସୀ ଥାନାକୁ ଯାଇ ଏତଲା ଦେଇଥିଲେ। କିନ୍ତୁ ପ୍ରଥମେ ସମ୍ବଲପୁର ପୁଲିସ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା । ବାରମ୍ବାର ଚାପ ପଡିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.