ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଜୁଆ ଆଡ୍ଡାରେ ପୁଲିସର ଚଢାଉ; ବଳି ପଡ଼ିଗଲା ବିଚରା ଛେଳି, ଜୁଆଡ଼ି ଚମ୍ପଟ

Published By : Anindita Ratha | June 6, 2025 3:04 PM

ମାଲକାନଗିରି,୦୬/୦୬: ଜୁଆ ଖେଳରେ ମାତିଥିଲେ ଜୁଆଡ଼ି । ଅତର୍କିତ ଚଢାଉ କଲା ପୁଲିସ । ଜୁଆଡ଼ି ଚମ୍ପଟ ମାରିଲେ ମାତ୍ର ଧରାପଡ଼ିଗଲା ବାଜିରେ ଲାଗିଥିବା ଛେଳି ।  ତେବେ ଏଭଳି ଖବର ସାମ୍ନାକୁ ଆସିଛି ମାଲକାନଗିରି ଥାନାସ୍ଥିତ ଗୌଡ଼ଗୁଡା ଗ୍ରାମରୁ । ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢାଉ କରି ବାଜିରେ ଲାଗିଥିବା ଛେଳିକୁ ଥାନାକୁ ନେଇଛି। 

ସୂଚନା ମୁତାବକ, ଗୌଡ଼ଗୁଡ଼ା ଗ୍ରାମରୁ କୁକୁଡ଼ା ଲଢ଼େଇ ସାଙ୍ଗକୁ ଜୁଆ ଆଡ୍ଡା ଚାଲୁଥିଲା। ଏନେଇ  ଖବରପାଇ ଗୁରୁବାର ରାତିରେ  ମାଲକାନଗିରି ଏସଡିପିଓ ଦିବ୍ୟ ଦଳେଇଙ୍କ ନେତୃତ୍ୱରେ ମାଲକାନଗିରି ଥାନା ପୁଲିସ ଟିମ୍ ଚଢ଼ାଉ କରିଥିଲେ।  ପୁଲିସକୁ ଦେଖି ଜୁଆ ଖେଳୁଥିବା ବ୍ୟକ୍ତିମାନେ ରାତିର ଅନ୍ଧାରରେ ଦୌଡ଼ି ପଳାଇ ଜଙ୍ଗଲରେ ଲୁଚି ଯାଇଥିଲେ। ତେବେ ଜୁଆଡ଼ିମାନେ ଫେରାର ହୋଇଯାଇଥିବା ବେଳେ ସେଠାରେ  ଶ୍ରେଷ୍ଠ ବିଜେତା ପାଇଁ ରଖାଯାଇଥିବା ଏକ ଛେଳି ଓ  ୭ଟି ମୋଟର ସାଇକେଲକୁ ପୁଲିସ ଜବତ କରି ଭ୍ୟାନରେ ଆଣି ଥାନା ପରିସରରେ ବାନ୍ଧି ରଖିଛନ୍ତି।  ଗତକାଲି ରାତି ଠାରୁ ଛେଳିଟିକୁ ପୁଲିସ ଖାଦ୍ୟ ଦେଇ ଯତ୍ନରେ ରଖିଛନ୍ତି। ଏ ସମ୍ପର୍କରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି, ଛେଳିଟିର ଦାବିଦାର ଆସିଲେ ତାଙ୍କୁ ଛେଳିଟିକୁ ହସ୍ତାନ୍ତର କରାଯିବ। ନଚେତ ଅନ୍ୟ କେଉଁ ଭଦ୍ର ଲୋକଙ୍କ ଜିମାଦିଆଯିବ। ଖୁବଶୀଘ୍ର ଜୁଆଡ଼ିମାନେ ଗିରଫ ହେବେ ବୋଲି ସେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.