ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଶ୍ରୀଜିଉଙ୍କ ସେନାପଟା ଲାଗି ଭୁବନେଶ୍ୱରରୁ ଗଲା ବଉଳ କାଠ, ମହାପ୍ରଭୁଙ୍କ ପହଣ୍ଡିରେ ବ୍ୟବହାର ହେବ

Published By : Prameya | June 3, 2025 11:21 AM

ଚନ୍ଦ୍ରଶେଖରପୁର,୩/୦୬ ଶ୍ରୀଜିଉଙ୍କ ସେନାପଟା ପାଇଁ ଜୟଦେବ ବିହାର ଅଞ୍ଚଳରୁ ଏକ ବଉଳ ଗଛ କଟାଯାଇଛି । ଇଂ ଗଣେଶ ପଣ୍ଡାଙ୍କ ବାଡ଼ିରେ ଲାଗିଥିବା ଏହି ଗଛକୁ ଶ୍ରୀମନ୍ଦିରରୁ ଆସିଥିବା ୫ ଜଣିଆ ଟିମ୍‌ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ  କରିବା ପରେ ଛେଦନ କରିଥିଲେ । ପରେ କାଠକୁ  ଟ୍ରକରେ କଟକ ଖପୁରିଆସ୍ଥିତ କରତକଳକୁ  ପଠାଯାଇଛି । ସୁଦର୍ଶନ ମେକାପଙ୍କ ତତ୍ତ୍ୱାବଧାନରେ  ଶ୍ରୀମନ୍ଦିରର ବରିଷ୍ଠ ସେବାୟତମାନେ ସାମିଲ  ହୋଇ ଏହି ପ୍ରକ୍ରିୟା ଶେଷ କରିଥିଲେ ।ରଥଯାତ୍ରାରେ ପହଣ୍ଡି ସମୟରେ ଶ୍ରୀଅଙ୍ଗ  ସୁରକ୍ଷା ପାଇଁ ଲାଗିଥାଏ ଏହି ସେନାପଟା । ଆଜି  ଛେଦନ ପାଇଁ ଦିନ ସ୍ଥିର ହୋଇଥିବାରୁ ସକାଳୁ  ବୃକ୍ଷ ନିକଟରେ ପୂଜାର୍ଚ୍ଚନା କରାଯାଇ ହୋମଯଜ୍ଞ  କରାଯାଇଥିଲା । ଘଣ୍ଟଘଣ୍ଟା, ହୁଳହୁଳିରେ ପୂରା  ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ପୂର୍ବାହ୍ନ  ୧୦ଟାରେ ଶ୍ରୀମନ୍ଦିରର ୫ ଜଣିଆ ଟିମ୍‌ ପହଞ୍ଚି  ଗଛକୁ କାଟିବା ପରେ ଧଳା କପଡ଼ା ଗୁଡ଼ାଯାଇ  ଅପରାହ୍ଣ ୩ଟାରେ କଟକ କରତକଳକୁ  ପଠାଯାଇଥିଲେ। 

ସୂଚନାଯୋଗ୍ୟଯେ, କିଛି ଦିନ  ପୂର୍ବରୁ ଶ୍ରୀଜିଉଙ୍କ ସେନାପଟା ଲାଗି ବଉଳ କାଠ  ଯୋଗାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ଖବରକାଗଜରେ ବିଜ୍ଞାପନ ଦିଆଯାଇଥିଲା ।  ବୃକ୍ଷର ମୂଳଠୁ ୧୦ ଫୁଟ ଯାଏଁ କୌଣସି ଶାଖା  ନଥିବ । ବୃକ୍ଷର ଗୋଲେଇ ୪ ଫୁଟ ଥିବା  ଆବଶ୍ୟକ । ଶ୍ରୀ ପଣ୍ଡା ଏହି ବିଜ୍ଞାପନ ଦେଖିବା  ପରେ ତାଙ୍କ ବାଡ଼ିରେ ଲାଗିଥିବା ବଉଳ ଗଛକୁ  ସେନାପଟା ପାଇଁ ବ୍ୟବହାର କରିବାକୁ ଶ୍ରୀମନ୍ଦିର  ପ୍ରଶାସନକୁ ଚିଠି ଲେଖିଥିଲେ । ଗତ ମେ ୧୬  ତାରିଖରେ ଶ୍ରୀମନ୍ଦିର ପ୍ରଶାସନର ଏକ ଟିମ୍‌  ବୃକ୍ଷର ଯାଞ୍ଚ କରିଥିଲେ । ବୃକ୍ଷର ଉଚ୍ଚତା ୧୫ ଫୁଟ  ରହିଥିବା ବେଳେ ଗୋଲେଇ ୩ ଫୁଟ ୪ ଇଞ୍ଚ  ରହିଥିଲା । ଏହି ବୃକ୍ଷକୁ ଚୟନ କରି ଶ୍ରୀମନ୍ଦିରରୁ  ଆସିଥିବା ଆଜ୍ଞାମାଳ ଉକ୍ତ ଗଛରେ ଲାଗି  କରିଥିଲେ । ସେବେଠାରୁ ଗଛକୁ ସବୁଦିନ ପୂଜା  କରାଯାଉଥିଲା । ଶ୍ରୀ ପଣ୍ଡା କହିଛନ୍ତି ଆମ ବାଡ଼ିରୁ  ବଉଳ ଗଛ କଟାଯାଇ ଶ୍ରୀଜିଉଙ୍କ ସେନାପଟା ତିଆରି  ହେବା ବଡ଼ ସୌଭାଗ୍ୟର କଥା । ମହାପ୍ରଭୁଙ୍କ  ଆଶୀର୍ବାଦରୁ ଏହା ସମ୍ଭବ ହୋଇପାରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.