ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

୫୫ନଂ ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ପରିବାର

Published By : Gurupada Nath | June 5, 2025 8:39 PM

ଢେଙ୍କାନାଳ,୫/୬ : ୫୫ ନମ୍ବର ଜାତୀୟ ରାଜପଥର ଦୟନୀୟ ଅବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ଘଟୁଛି । ଗୁରୁବାର ଏହି ରାଜପଥରେ ସିରିଜ୍ ଦୁର୍ଘଟଣା ଘଟିଛି । ବ୍ରହ୍ମପୁରର ଏକ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । 

ସୂଚନା ଅନୁସାରେ, ଢେଙ୍କାନାଳ ସହର ନିକଟ ଜାତୀୟ ରାଜପଥରେ ଅପରାହ୍ନରେ ଏକ ଟାଟାଏସି ପଛକୁ ଏକ କାର ଧକ୍କା ଦେଇଥିଲା। କାରରେ ଯାଉଥିବା ଉକ୍ତ ପରିବାର ଅନ୍ୟ ଏକ କାରରେ ଅନୁଗୁଳରୁ କଟକ ଆଡକୁ ଯାଉଥିଲେ। ହଠାତ୍ ରାସ୍ତା ଖରାପ ଯୋଗୁଁ ଆଗରେ ଯାଉଥିବା ଟାଟାଏସି ରହିଯିବାରୁ ପଛରେ ଥିବା କାରଟି ଧକ୍କା ଦେଇଥିଲା ଓ ପଛ କାର୍ ମଧ୍ୟ ଆଗ କାରକୁ ଧକ୍କା ଦେଇଥିଲା। ପଛ କାରରେ ଉକ୍ତ ପରିବାର ଯାଉଥିବାବେଳେ କାରର ସମ୍ମୁଖ ପାର୍ଶ୍ଵ ଭାଙ୍ଗି ରୁଜି ଯାଇଛି। ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ପରେ ଟାଟାଏସି ଓ ତା ପଛକୁ ଥିବା କାର ଫେରାର ହୋଇଯାଇଥିଲେ। ହାଇୱେ ପାଟ୍ରୋଲିଂ ପୁଲିସ୍‌ ପହଞ୍ଚି ତଦନ୍ତ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.