ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ନାଗ-ନାଗୁଣୀକୁ ଧରିବା ବେଳେ ଅଘଟଣ; ସାପ କାମୁଡ଼ାରେ ଗୁଣିଆ ମୃତ

Published By : Prameya | June 8, 2025 9:11 AM

ବେତନଟୀ,୦୮/୦୬: ନାଗ-ନାଗୁଣୀଙ୍କୁ ଧରିବା ହେଲା କାଳ । ସାପକୁ କାବୁ କରିବା ବେଳେ ଚୋଟ ଖାଇଲେ ଗୁଣିଆ । ସାପ କାମୁଡା ସମୟରେ ଝଡାଫୁଙ୍କା ସାଙ୍ଗକୁ ସମସ୍ତ ପ୍ରକାର ବିଷଧର ସାପ ଧରିବାରେ ଅଞ୍ଚଳରେ ବେଶ୍‌ ନାମ ଅର୍ଜନ କରିଥିବା ସମ୍ପୃକ୍ତ ଗୁଣିଆ ଜଣକ ନାଗନାଗୁଣୀ ଧରିବାକୁ ଯାଇଥିବା ବେଳେ ବିଷଧର ସର୍ପ ଦଂଶନରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏଭଳି ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର  ଫାଣ୍ଡି ଅଧୀନ ତୁଙ୍ଗାଧୁଆ ଗ୍ରାମରେ  ା ମୃତକ ଜଣକ ହେଉଛନ୍ତି ଗାଁର ସ୍ୱର୍ଗତ ନରେନ୍ଦ୍ର ଦେହୁରୀଙ୍କ ପୁଅ ଶୀତଲ ଦେହୁରୀ(୫୭) ।  

ଶୀତଲ ତୁଙ୍ଗାଧୁଆ ସମେତ ଆଖପାଖ ଅଞ୍ଚଳରେ ସାପ କାମୁଡା ଠାରୁ ଆରମ୍ଭ କରି ପିଲାଙ୍କୁ ନଜର  ଲାଗିଲେ ଝଡାଫୁଙ୍କା ପାଇଁ ଜଣେ ସଫଳ ଗୁଣିଆ ଭାବେ ବେଶ୍‌  ସୁନାମ ଅର୍ଜନ କରିଥିଲେ । ଏବଂ ସମସ୍ତ ବିଷଧର ସାପ ଧରିବାରେ  ସିଦ୍ଧହସ୍ତ ଥିବାରୁ ସାପ ଧରାଳି ଭାବରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି  କରିପାରିଥିଲେ । ଶୁକ୍ରବାର ରାତିରେ  ଗ୍ରାମର ସୁନାରାମ ବେହେରାଙ୍କ ଘର ଭିତରକୁ ଦୁଇଟି ନାଗନାଗୁଣୀ ପଶିଆସିଥିବା ବେଳେ ସେଗୁଡ଼ିକୁ ସୁରକ୍ଷିତ ଉଦ୍ଧାର କରି ଜନବସତିଠାରୁ ଦୂର ସଂରକ୍ଷିତ ଜଙ୍ଗଲରେ ଛାଡ଼ିବା ପାଇଁ ଶୀତଲ ଦେହୁରୀଙ୍କୁ ଖବର ଦିଆଯାଇଥିଲା । ଶୀତଲ କୌଶଳକ୍ରମେ ପ୍ରଥମେ ଗୋଟିଏ ଗୋଖର ସାପକୁ ଉଦ୍ଧାର କରିଥିଲେ । ଦ୍ୱିତୀୟସାପକୁ ଧରିବାକୁ  ଯିବା ସମୟରେ ବାମଗୋଡ଼ରେ ଦଂଶନ କରିଥିଲା । ଗୁରୁତର ଅବସ୍ଥାରେ  ଶୀତଳଙ୍କୁ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ନିଆଯାଇଥିଲେ  ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ବେତନଟୀ  ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.