ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଖଣି କର୍ମଚାରୀଙ୍କଠାରୁ ଝାମ୍ପି ନେଲେ ଚୋରା ମାଙ୍କଡ଼ା ପଥର ଗାଡ଼ି

Published By : Gurupada Nath | May 14, 2025 4:57 PM

ନୟାଗଡ଼,୧୪/୫ :  ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଖଣି ଅଧିକରୀ ୩ ଜଣ କର୍ମଚାରୀଙ୍କୁ ନେଇ ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ଼ ଛକରେ ଚୋରା ଚାଲାଣ ହେଉଥିବା ଏକ ମାଙ୍କଡ଼ା ପଥର ଗାଡିକୁ ଜବତ କରି ଚାନ୍ଦପୁର ପୋଲିସକୁ ଖବର ଦେଇଥିଲେ । ହେଲେ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ କରିବାରୁ ସ୍ଥାନୀୟ କେତେକ ଖଣି ମାଲିକ ଏବଂ ସେମାନଙ୍କ ଭଡ଼ାଟିଆ ଗୁଣ୍ଡା ଖଣି କର୍ମଚାରୀଙ୍କୁ ନାଲି ଆଖି ଦେଖାଇ ଜବତ ଗାଡିକୁ ଛଡ଼ାଇ ନେଇଗଲେ । ଯାହାକୁ ନେଇ ଏବେ ଖଣି କର୍ମଚାରୀ ଓ ଖଣି ମାଫିଆଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ପ୍ରକାଶ ଯେ, ଚୋରା ମାଙ୍କଡ଼ା ପଥର ଖଣି ଉପରେ ସରକାର ରୋକ୍ ଲଗାଇଛନ୍ତି । ଫଳରେ ପଥର ମାଫିଆମାନେ ପୂର୍ବ ଭଳି ଖୁଲମ ଖୋଲା ପଥର  କାଟି ବାହାରକୁ ପଠାଇପାରୁ ନାହାନ୍ତି । ରାତିରେ ପଥର କାଟି ରାତାରାତି ବାହାରକୁ ମାଙ୍କଡ଼ା ଚୋରା ଚାଲଣା କରୁଛନ୍ତି । 

ମଙ୍ଗଳବାର ରାତିରେ ପଥର କଟା ହେଉଥିବା ଖବରପାଇ ଖଣି କର୍ମଚାରୀମାନେ ଚାନ୍ଦପୁର ଅଂଚଳରେ ଚଢଉ କରିଥିଲେ । ଚଢଉବେଳେ ଚମ୍ପାଗଡ଼ ଛକରେ ଏକ ମାଙ୍କଡ଼ା ପଥର ଗାଡିକୁ ଜବତ କରିଥିଲେ  । ଗାଡି ଜବତ ପରେ କର୍ମଚାରୀମାନେ ଚାନ୍ଦପୁର ଥାନାକୁ ଫୋନ୍ କରି ତୁରନ୍ତ ଘଟଣାସ୍ଥଳକୁ ଆସିବାକୁ କହିଥିଲେ ହେଲେ ପୋଲିସ୍ ଏହି ସ୍ଥାନକୁ ଜାଣି ଶୁଣି ବିଳମ୍ବରେ ପହଞ୍ଚିଥିଲେ ସେତେବେଳକୁ ପଥର ବୋଝେଇ ଗାଡିକୁ ସେମାନେ ନେଇ ପଳାଇଗଲେ । ପୋଲିସ ପହଞ୍ଚି ମଧ୍ଯ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲା । ପୋଲିସ୍ ସମ୍ମୁଖରେ ଖଣି କର୍ମଚାରୀଙ୍କୁ ଥାନାରେ ଅଭିଯୋଗ ନ କରିବାକୁ ଧମକ ଦେଇ ଚାନ୍ଦପୁର ଥାନାକୁ ଆସିଲେ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି । ତେବେ ଚାନ୍ଦପୁର ଅଞ୍ଚଳରେ ଗତ ଜାନୁଆରୀଠାରୁ ୫୦ରୁ ଅଧିକ ଖଣି ଚାଲୁଥିବାବେଳେ ପୋଲିସ୍ ମାସିକ ଜଣକ ପିଛା ୧୫ହଜାର ଟଙ୍କା ହାତଗୁଞ୍ଜା ନେଉଥିବା ଅଭିଯୋଗ ହେଉଛି । ଏ ନେଇ ଥାନା ଅଧିକାରୀଙ୍କୁ ପଚରାଯିବାରେ ଖଣି କର୍ମଚାରୀମାନେ ଥାନାକୁ ନ ଜଣାଇ କାହିଁକି ଚଢଉ କରିବାକୁ ଯାଉଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଏପଟେ ଖଣି ବିଭାଗ କର୍ମଚାରୀମାନେ ଚଢଉ କରିବାକୁ ଗଲାବେଳେ କେତେକ ପୋଲିସ୍ ଖଣି ମାଫିଆଙ୍କୁ ଖବର ପହଞ୍ଚାଇ ଦେଉଥିବା କୁହାଯାଇଛି । ସରକାର ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଚୋରା ଖଣି ଉପେର ଚଢଉ କରିବାକୁ ଦାବି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.