ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସ୍ୱାଭିମାନ ଅଞ୍ଚଳର ଶିକ୍ଷକ ସାଜିଛନ୍ତି ଠିକାଦାର; ଶିକ୍ଷାଦାନରେ ଉପୁଜୁଛି ବାଧା

Published By : Bijay Swain | June 16, 2025 9:06 PM

ଚିତ୍ରକୋଣ୍ଡା/ମାଲକାନଗିରି, ୧୬/୬(ଆପ୍ର): ସ୍ୱାଭିମାନ ଅଞ୍ଚଳର କିଛି ସ୍କୁଲର ଶିକ୍ଷକ ଶିକ୍ଷାଦାନ ବଦଳରେ ଠିକାଦାର କାମ କରୁଛନ୍ତି। ଯାହା ଫଳରେ ଶିକ୍ଷା ଦାନରେ ବାଧାସୃଷ୍ଟି ହେଉଥିବାର ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସି ମାନେ ଅଭିଯୋଗ କରିଛନ୍ତି ।

ପୂର୍ବରୁ ଦୁର୍ଗମ ଅଞ୍ଚଳର ଲୋକେ ଶିକ୍ଷା କଣ ଜାଣିନଥିଲେ । ସେଥିପାଇଁ ଗତ କିଛି ବର୍ଷ ହେଲା ସରକାରଙ୍କ ପକ୍ଷରୁ ଗାଁ ଗାଁରେ ସ୍କୁଲ ସ୍ଥାପିତ ହେବା ଦ୍ଵାରା ଛାତ୍ରଛାତ୍ରୀଙ୍କର ଶିକ୍ଷା ପ୍ରତି ଆଗ୍ରହ ବଢିବାରେ ଲାଗିଛି । ଘର ଓ ଜମି କାର୍ଯ୍ୟ ଛାଡି ବର୍ତ୍ତମାନ ସ୍କୁଲ ମୁହାଁ ହେବାରେ ଲାଗିଲେଣି ପିଲାଏ । କିନ୍ତୁ ଏହି ସ୍ଵାଭିମାନ ଅଞ୍ଚଳ ଆଦିବାସୀ ଅଞ୍ଚଳ ହେବା ଦ୍ଵାରା କିଛି ଶିକ୍ଷକ ଏହି ନିରୀହ ଲୋକଙ୍କ ଫାଇଦା ଉଠେଇବାରେ ବ୍ୟସ୍ତ । ଶିକ୍ଷକତା ନାଁ ରେ କରୁଛନ୍ତି କଣ୍ଟ୍ରାକ୍ଟିଙ୍ଗ କାର୍ଯ୍ୟ । ଯାହାର ଉଦାହରଣ ସ୍ୱରୂପ ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ଵାଭିମାନ ଅଞ୍ଚଳରେ । ଜନୈକ ପ୍ରଧାନ ଶିକ୍ଷକ ନିଜେ କରୁଛନ୍ତି ଏକ ନୂତନ ବିଦ୍ୟାଳୟ ଗୃହନିର୍ମାଣର ଠିକାଦାର କାମ । 

ସୂଚନା ମୁତାବକ, ଏହି ସ୍କୁଲ ଗୃହ ଟେଣ୍ଡର କରାଯାଇଥିବା ନେଇ ସ୍ଥାନୀୟ ସରପଞ୍ଚ ଅଭିଯୋଗ କରିଥିବା ବେଳେ, ଏଠାକାର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଜଣକ ଏହି କାମ କେମିତି କରୁଛନ୍ତି ସେନେଇ ପ୍ରଶ୍ନ ଉଠିଛି ? ଅନ୍ୟପଟେ ନିମ୍ନ ମାନର ଜିନିଷରେ ନିର୍ମାଣ କରାଯାଉଛି ସ୍କୁଲ ଗୃହ । କେବଳ ଏତିକି ନୁହେଁ,  ଏହା ସହ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାମ କରୁଥିବା ଗାଁର କିଛି ମହିଳାଙ୍କୁ ପାରିଶ୍ରମିକ ମଧ୍ୟ ସ୍ୱଳ୍ପ ପରିମାଣର ଦିଆଯାଉଛି । 

ରାଜ୍ୟ ସରକାର ମୁଣ୍ଡ ପିଛା ଦୈନିକ ମଜୁରି ୨୫୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ, ୨୦୦ ଟଙ୍କା ଦୈନିକ ମଜୁରିରେ ଗୃହ ନିର୍ମାଣ କାର୍ଯ୍ୟ କରାଉଛନ୍ତି ପ୍ରଧାନ ଶିକ୍ଷକ ଜଣକ । ୨୦୦ ଟଙ୍କା ମଜୁରି ଆମ ପରିବାର ପାଇଁ ଯଥେଷ୍ଠ ହୋଇ ପାରୁନଥିବା ବେଳେ, ଠିକାଦାର ଜଣକ ୨୫୦ ଟଙ୍କା ଦୌନିକ ମଜୁରି ଦେବାକୁ ପ୍ରସ୍ତୁତ ନଥିବା କଥା କହିଛନ୍ତି ଗାଁ ମହିଳା ମାନେ । ନିମ୍ନ ମାନର କାର୍ଯ୍ୟ ଓ ସ୍ୱଳ୍ପ ପାରିଶ୍ରମିକ ପାଇଁ ଅଭିଯୋଗ କରିବାରୁ ପ୍ରଧାନ ଶିକ୍ଷକ ବନାମ ଠିକାଦାର ଜଣକ କର୍ଣପାତ କରୁନଥିବା ବୋଲି କହିଛନ୍ତି ସରପଞ୍ଚ । ତେବେ ଶିକ୍ଷକଙ୍କୁ ଏଠାରେ ଶିକ୍ଷାଦାନ ନିମନ୍ତେ ନିଯୁକ୍ତି କରାଯାଇଛି ନା ଠିକାଦାର ଭାବେ ନିଯୁକ୍ତି କରାଯାଇଛି ତାହାକୁ ନେଇ ଜନସାଧରଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।     

ବଲରାମ ଗୋଲରି (ସରପଞ୍ଚ ଗାଜୋଲମାମୁଡି ପଞ୍ଚାୟତ)ଙ୍କ କହିବାନୁଜାଇ ଦୁର୍ଗମ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ହେଲେ, ଏହିଭଳି ଠିକା ସଂସ୍ଥାରେ ଜଡିତ ଥିବା ଶିକ୍ଷକଙ୍କ ପ୍ରତି କେବେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହାକୁ ଅପେକ୍ଷା  କରିଛନ୍ତି ସ୍ଥାନୀୟ ଲୋକ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.