ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

୧୫ ବର୍ଷ ପରେ ରାଉରକେଲା ଆଇଜି ପାର୍କରେ ବାଘ, ପୁନେ ଚିଡ଼ିଆଖାନାରୁ ଆସିଲା ୨ କଲରାପତରିଆ

Published By : Prameya | November 23, 2024 3:07 PM

ରାଉରକେଲା,୨୩/୧୧: ଦୀର୍ଘ ୧୫ବର୍ଷ ପରେ ରାଉରକେଲା ସହରବାସୀ ଇନ୍ଦିରା ଗାନ୍ଧି (ଆଇଜି)  ପାର୍କରେ ବାଘ ଦେଖିବାର ସୁଯୋଗ ପାଇବେ । ମହାରାଷ୍ଟ୍ର ପୁନେସ୍ଥିତ ରାଜୀବ ଗାନ୍ଧି ବାୟୋଲୋଜିକାଲ ଚିଡ଼ିଆଖାନାରୁ ଏଠାକୁ ଅତିଥି ହୋଇ ଆସିଛନ୍ତି  ଦୁଇଟି କଲରାପତରିଆ। ତନ୍ମଧ୍ୟରୁ  ଗୋଟିଏ ମାଈ ଓ ଅନ୍ୟଟି ଅଣ୍ଡିରା ।  

ରାଉରକେଲା ଇସ୍ପାତ କାରଖାନା  (ଆର୍‌ଏସ୍‌ପି) ଉଦ୍ୟାନ ବିଭାଗ ଦ୍ୱାରା ପରିଚାଳିତ ହେଉଛି  ଆଇଜି ପାର୍କ । ଏହି ପାର୍କରେ ଥିବା ଚିଡ଼ିଆଖାନାରେ  ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଭାଲୁ, କୁମ୍ଭୀର, ମାଙ୍କଡ଼,  ହରିଣ, ସମ୍ବର, ଅଜଗର, ନୀଳଗାଈ, ମୟୂର, ବିଭିନ୍ନ  ପ୍ରଜାତିର ଚଢ଼େଇ ଅଛନ୍ତି । ୨୦୦୧ରେ ଏଠାରେ ଏକ  ବାଘ ଥିଲା । ରୋଗରେ ପଡ଼ି ଏହାର ମୃତ୍ୟୁ ଘଟିଥିଲା ।  ସେହିଦିନଠାରୁ ବାଘ ଏନ୍‌କ୍ଲୋଜର ଖାଲି ଥିଲା । ବାଘ ଆଣିବା  ଲାଗି ଆଇଜି ପାର୍କ କର୍ତ୍ତୃପକ୍ଷ ଅନେକ ଦିନରୁ ଉଦ୍ୟମ  ଚଳାଇଥିଲେ । କିଛି ମାସ ତଳେ ଦୁଇଟି କଲରାପତରିଆ  ଆଣିବା ଲାଗି ପୁନେସ୍ଥିତ ରାଜୀବ  ଗାନ୍ଧି ବାୟୋଲୋଜିକାଲ ଚିଡ଼ିଆଖାନା  କର୍ତ୍ତୃପକ୍ଷଙ୍କ ସହ ଆର୍‌ଏସ୍‌ପି ଅଧିକାରୀ  ଆଲୋଚନା କରିଥିଲେ । ବନ ବିଭାଗର  ଅନୁମତି ମିଳିବା ପରେ ଆରଏସ୍‌ପି  ଉଦ୍ୟାନ ବିଭାଗର ଡିଜିଏମ୍‌ ଡା. ଅଭିଜିତ  ବିଶ୍ୱାସଙ୍କ ନେତୃତ୍ୱରେ ୪ଜଣିଆ ଟିମ୍‌  ଗତ ସପ୍ତାହରେ ପୁନେ ଯାଇଥିଲେ ।  ଆବଶ୍ୟକ ପ୍ରକ୍ରିୟା ପରେ ଦୁଇଟି  କଲରାପତରିଆ ଆଇଜି ପାର୍କକୁ ଆସିଛନ୍ତି । ଦୁଇଟି ସ୍ୱତନ୍ତ୍ର ଯନ୍ତାରେ ଗତ ଗୁରୁବାର ଭୋର୍‌  ୩ଟାରେ ବାଘ ଦୁଇଟି ଏଠାରେ ପହଞ୍ଚିଥିଲେ । ମାଈ  କଲରାପତରିଆର ଆନୁମାନିକ ବୟସ ୭ ବର୍ଷ ଏବଂ  ଅଣ୍ଡିରା କଲରାପତରିଆରଟି ୮ ବର୍ଷର ହେବ । ସେମାନଙ୍କୁ  ଆଇଜି ପାର୍କ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି ।  ଉଦ୍ୟାନ ବିଭାଗର ସ୍ୱତନ୍ତ୍ର ଟିମ୍‌ ସେମାନଙ୍କ ଉପରେ ନଜର  ରଖିଛନ୍ତି । ୨୧ ଦିନ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ପ୍ରାୟ  ୨ ଏକର ପରିଧିରେ ନିର୍ମିତ ଏନ୍‌କ୍ଲୋଜରରେ ସେମାନଙ୍କୁ  ଛଡ଼ାଯିବ । ପରେ ଦର୍ଶକ ବାଘଙ୍କୁ ଦେଖିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.