ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଲିଫ୍ଟରେ ଫସିଗଲେ ଦୁଇ ମହିଳା, ଦୁଇ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

Published By : Ladu Kishor | June 9, 2025 6:58 PM

ବ୍ରହ୍ମପୁର ୦୯/୬: ଦୁଇ ଘଣ୍ଟା ଧରି ଲିଫ୍ଟରେ ଫସି ରହିଲେ ଦୁଇ ମହିଳା । ଦେବଦୂତ ସାଜି ଦୁଇ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗିରିରୋଡ଼ ଅଞ୍ଚଳରେ। ସୂଚନା ମୁତାବକ, ଗିରିରୋଡ଼ ଠାରେ ରହିଥିବା କେ.ଭି ପ୍ଲାଜା ନାମକ ଏକ କୋଠାକୁ ବ୍ରଜନଗର ଦ୍ବିତୀୟ ଲାଇନ ଅଞ୍ଚଳର ସରିତା ମେହେର ଓ ସୌଦାମିନୀ ମେହେର ଯାଇଥିଲେ । କୋଠାର ଦ୍ଵିତୀୟ ମହଲାକୁ କୌଣସି କାମରେ ଯାଇଥିଲେ। ସେଠାରୁ ତଳକୁ ଫେରିବା ପାଇଁ ଲିଫ୍ଟର ବ୍ୟବହାର କରିଥିଲେ। ତେବେ ଅଧା ରାସ୍ତା ଆସିବା ପରେ ହଠାତ୍‌ ଲିଫ୍ଟଟି ବନ୍ଦ ହୋଇଯାଇଥିଲା। ଉଭୟ ସରିତା ଓ ସୌଦାମିନୀ ଲିଫ୍ଟରେ ରହିଥିବା ଏମର୍‌ଜେନ୍ସି ସୁଇଚ୍‌କୁ ଚିପିବା ପରେ ମଧ୍ୟ ତାହା କାମ ଦେଇନଥିଲା। ଏହାଛଡ଼ା ଲିଫ୍ଟରେ କୌଣସି ସହାୟତା ନମ୍ବର ମଧ୍ୟ ଉପଲବ୍ଧ ନଥିଲା। କୌଣସି ଉପାୟ ନ ପାଇ ଦୁଇ ମହିଳା ପାଟି କରିବା ସହିତ ଲିଫ୍ଟର କବାଟକୁ ମଧ୍ୟ ବାଡ଼େଇଥିଲେ। ତଥାପି ମଧ୍ୟ ତାହା ତଳକୁ ନ ଯିବା ଯୋଗୁଁ ନିଜ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକେ ସମ୍ପୃକ୍ତ କୋଠାରେ ପହଞ୍ଚିବା ପରେ ସ୍ଥାନୀୟ ବାସିନ୍ଦା ଏନେଇ ଜାଣିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଖବର ପାଇ ନିଜର ବିଭିନ୍ନ ଯନ୍ତ୍ରାଂଶ ଦ୍ବାରା ପ୍ରଥମେ ଲିଫ୍ଟକୁ ତଳକୁ ଆଣିବା ପରେ ଲିଫ୍ଟର କବାଟକୁ ମଧ୍ୟ ବାହାର କରି ଦୁଇ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ମହିଳା ମାନେ ଲିଫ୍ଟରେ ରହିବା ଯୋଗୁଁ ଶ୍ବାସରୁଦ୍ଧ ହୋଇ ସାମାନ୍ୟ ଅସୁସ୍ଥ ହୋଇପଡ଼ିଥିଲେ । ଦେବଦୂତ ସାଜି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କରିଥିବା ଯୋଗୁଁ ଦୁଇ ମହିଳାଙ୍କ ପରିବାର ଅଗ୍ନିଶମ ବିଭାଗକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.