ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ପ୍ରାତଃଭ୍ରମଣବେଳେ ମହିଳାଙ୍କଠୁ ଅଳଙ୍କାର ଲୁଟ୍ ଅଭିଯୋଗ

Published By : Gurupada Nath | May 30, 2025 8:13 PM

ବୁଗୁଡ଼ା,୩୦/୫ : ବୁଗୁଡ଼ା ସହର ଉପକଣ୍ଠସ୍ଥ ସ୍ବାଗତ ତୋରଣ ନିକଟରେ ପ୍ରାତଃଭ୍ରମଣରେ ଯାଇଥିବା ଜନୈକା ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଲେ ସ୍ଥାନୀୟ ଶକ୍ତିନଗର ନିବାସୀ ଅଭିମନ୍ୟୁ ସାହୁଙ୍କ ପତ୍ନୀ ସୁକାନ୍ତି ସାହୁ ।

ପ୍ରକାଶ ଯେ, ଆଜି ୫ଟା ସମୟରେ ସୁକାନ୍ତି ସାହିର ଅନ୍ୟ ୩ ଜଣ ମହିଳାଙ୍କ ସହ ମିଶି ପ୍ରାତଃଭ୍ରମଣରେ ଯାଇଥିଲେ। ସହର ଉପକଣ୍ଠସ୍ଥ ସ୍ବାଗତ ତୋରଣ ପରେ ତିନି ଜଣ ମହିଳା ଏକ କଲଭର୍ଟଠାରେ ବିଶ୍ରାମ ନେଇଥିଲେ ଏବଂ ସୁକାନ୍ତି ଆଉ ଅଳ୍ପ ଦୂର ଆଗକୁ ଯାଇଥିଲେ। ଏହି ସମୟରେ ବାଇକରେ ଦୁଇ ଜଣ ଆସି ତାଙ୍କ ପାଖରେ ଅଟକିଲେ। ଜଣେ ବାଇକରୁ ଓହ୍ଲାଇ ପଛପଟୁ ମାଆ-ମାଆ ବୋଲି ଡାକିଲା । ସୁକାନ୍ତି ଯେତେବେଳେ ପଛକୁ ବୁଲିଛନ୍ତି ସେତେବେଳେ ଦୁବୃର୍ତ୍ତ ଜଣକ ସେ ପିନ୍ଧିଥିବା ଆଗକାଳର ୧୦ଭରି ଓଜନର ଏକ କାଟା ଚେନ୍ ଓ ତିନି ଭରି ଓଜନର ମଙ୍ଗଳସୂତ୍ରଟିକୁ ଝାମ୍ପି ଛିଣ୍ଡାଇ ଦେଇ ବାଇକରେ ବସି ଷୋଳମଇଲି ଅଭିମୁଖେ ଦ୍ରୁତଗତିରେ ଚାଲିଯାଇଥିଲେ। ଏ ନେଇ ଥାନାରେ ଅଭିଯୋଗ କ୍ରମେ ପୋଲିସ କେଶ୍ ନଂ୩୫୩/୨୫ରେ ଏକ ମାମଲା ରୁଜୁ କରି ଆଖପାଖରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ ପୂର୍ବକ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ଏହି ଘଟଣା ପରେ ପ୍ରାତଃଭ୍ରମଣକାରୀଙ୍କ ଛାତିରେ ଛନକା ପଶିଥିବାବେଳେ ପୋଲିସ ପାଇଁ ଏହା ଚ୍ଯାଲେଞ୍ଜ ସୃଷ୍ଟି କରିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.