ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ

Published By : Harapriya Sethi | June 23, 2025 11:58 AM

ବୋଲଗଡ଼, ୨୩/୦୬: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବୋଲଗଡ ବ୍ଲକ୍ ସ୍ଥିତ ପିଚୁକୁଳି ପଞ୍ଚାୟତ ନିକଟସ୍ଥ ଟୀକାତାଳ ଟୋଲଗେଟ ତାରିଣୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍‌କୁ ପଛରୁ ପିଟିଲା ମାଲବାହୀ ଟ୍ରକ୍‌ । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍‌ ଚାଳକ ଆହତ ହୋଇଛନ୍ତି । ଉଭୟଙ୍କ ପରିଚୟ ବର୍ତ୍ତମାନ ଅସ୍ପଷ୍ଟ ରହିଥିବା ବେଳେ ସେମାନେ ରାଜସୁନାଖଳାର ବୋଲି ଲୋକେ କହୁଛନ୍ତି ।

ସୂଚନା ମୁତାବକ, ବାଇକ୍‌ରେ ୨ ଜଣ ଯାତ୍ରୀ ରାଜସୁନାଖଳାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଟୀକାତାଳ ତାରିଣୀ ଛକରେ ଏକ ମାଲବାହୀ ଟ୍ରକ୍‌ ଡ୍ରାଇଭରର ଆଖି ଲାଗି ଯାଇଥିଲା । ଫଳରେ ଟ୍ରକ୍‌ଟି ଉକ୍ତ ବାଇକ ପଛରେ ପିଟି ହୋଇଥିଲା । ଯାହା ଫଳରେ ବାଇକ୍‌ରେ ଯାଉଥିବା ମହିଳାଙ୍କ ମୃତ୍ୟୁ ଘଟିଛି । ବାଇକ୍‌ ଚାଳକ ଆହତ ହୋଇଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଘଟଣାସ୍ଥଳରେ ବେଗୁନିଆ ପୁଲିସ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.