ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଅହଲ୍ୟା ବାଇଙ୍କ ଆଦର୍ଶରେ ପରିଚାଳିତ ଓଡିଶା ଶାସନ,ବାଚସ୍ପତିଙ୍କ ଲିଖିତ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

Published By : Anindita Ratha | May 31, 2025 1:47 PM

ଭୁବନେଶ୍ୱର,୩୧/୦୫ : ପୂଣ୍ୟଶ୍ଳୋକା ରାଣୀ ଅହଲ୍ୟା ବାଇ ହୋଲକରଙ୍କ ଆଜି ୩୦୦ତମ ଜୟନ୍ତୀ। ଏନେଇ  ଜୟଦେବ ଭବନରେ ପ୍ରଥମଥର ପାଇଁ ମହା ଆଡ଼ମ୍ବରରେ ସରକାରୀ ସ୍ତରରେ ଜୟନ୍ତୀ ପାଳନ ହୋଇଯାଇଛି।  ଏକ କାର୍ଯ୍ୟକ୍ରମ ମାଧ୍ୟମରେ ରାଣୀ ଅହଲ୍ୟା ବାଇ ହୋଲକରଙ୍କ ଜୀବନୀ ଆଗକୁ ଆଣିଛନ୍ତି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ  କହିଛନ୍ତି, ଅହଲ୍ୟା ବାଇ, ରାଣୀ ଲକ୍ଷ୍ମୀବାଇ ପ୍ରମୁଖଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ଜାଣିବାର ଆବଶ୍ୟକତା ଅଛି। ଯାହା ଆମକୁ ପ୍ରେରଣା ଯୋଗାଇବ। ସେହିପରି ଅପରେସନ ସିନ୍ଦୁରର ମଙ୍ଗ ଧରିଥିଲେ ଦୁଇ ନାରୀ। ସୋଫିଆ କ୍ୟୁରେସୀଙ୍କ ପରାକ୍ରମ ଆମକୁ ପ୍ରେରଣା ଦେଉଛି। ସାବିତ୍ରୀର  ସିନ୍ଦୁରକୁ ଯିଏ ଆଡ଼ ଆଖିରେ ଦେଖିବ ପ୍ରଧାନମନ୍ତ୍ରୀ ତାଙ୍କୁ ଚେତାବନୀ ଦେଇଛନ୍ତି। ମୋଦି ହେ ତୋ ହମ ସୁରକ୍ଷିତ ହେ। ଏବେ ଆମେ ମୋଦିଜୀଙ୍କ ପାଇଁ ସୁରକ୍ଷିତ ଅଛୁ  ବୋଲି ମୁଖ୍ୟମନ୍ତ୍ରୀ  କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏ ସମାଜ ପାଇଁ ଓ ଦେଶ ପାଇଁ ବିପରୀତ ପରିସ୍ଥିତି ସହ ଲଢ଼ି ବହୁ ମହାନ ଆତ୍ମା କାମ କରିଛନ୍ତି। ସେମାନଙ୍କ ଜୟନ୍ତୀ ପାଳନ କରି ମନେ ପକାଇବା ଉଚିତ। ପୂର୍ବରୁ ରଜ୍ୟରେ ଏମିତି କରା ଯାଉନଥିଲା। ମାତ୍ର ଏବେ କରାଯିବ। ଦୁଃଖର ବିଷୟ ରାଣୀ ଅହଲ୍ୟା ବାଇ ହୋଲକରଙ୍କ ବିଷୟରେ ବହି ଖୋଜିଲେ ଓଡିଶା ଗ୍ରନ୍ଥଳାୟରେ ମିଳୁନି। ତେଣୁ ତାଙ୍କ ଭଳି ବହୁ ମହାନ ଆତ୍ମାଙ୍କ ମହାନ କାର୍ଯ୍ୟ ବିଷୟରେ ଆମେ ଜାଣି ପାରୁନୁ। ସମୟ କ୍ରମେ ଆମେ ତାଙ୍କ ବିଷୟରେ ଜାଣିଲେ ଆମ ସମାଜ ରୂଦ୍ଧିମନ୍ତ ହେବ। 

ଆମ ରାଜ୍ୟ ପ୍ରେରଣା ପାଇବ। ସେ ଏକାଧାରରେ ଭଲ ବୋହୁ, ଭଲ ପ୍ରଶାସିକା, ସଂସ୍କୃତି ସୁଧାରକ, ଭଲ ମାଆ ଥିଲେ। ଧର୍ଯ୍ୟର ସହ ସେ ବହୁ କାମ କରିଥିଲେ। କାଶୀ ବିଶ୍ଵନାଥ ମନ୍ଦିର ହେଉ କି ବାନାରସ ଘାଟ, ସବୁଠି ତାଙ୍କ ନାମ ଲେଖା ହୋଇ ରହିଛି। ରାସ୍ତାରେ କୂଅ ନିର୍ମାଣ କରିବା, ବିଶ୍ରାମଗାର ନିର୍ମାଣ କରିବା ସମେତ ମୋଗଲ ଧ୍ବଂସ କରିଥିବା ବାବା କାଶୀ ବିଶ୍ଵନାଥ ମନ୍ଦିର ପୁନଃ ନିର୍ମାଣ କରିଥିଲେ।ପୁରୀ ସମେତ ଚାରି ଧାମ ରକ୍ଷଣା ବେକ୍ଷଣ କାମ କରିଥିଲେ। ଗଣତନ୍ତ୍ର ପ୍ରତିଷ୍ଠା ଓ ନ୍ୟାୟ ଯୋଗାଇବା ପାଇଁ ରାଣୀ ଅହଲ୍ୟା ବାଇ ବହୁ  କାର୍ଯ୍ୟ କରିଥିଲେ।ତାଙ୍କୁ ଅନୁକରଣ କରି ଓଡ଼ିଶାରେ ମୋ ସରକାରରୁ ଆମ ସରକାର କରାଯାଇଛି। ଓଡିଶା ଶାସନର ପ୍ରେରଣା ରାଣୀ ଅହଲ୍ୟା ବାଇ ହୋଲକରଙ୍କ ନିକଟରୁ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ,ଆଜି ଆମେ ନ୍ୟାୟ ଓ ସୁଶାସନ ଖୋଜୁଛୁ। ପ୍ରଧାନମନ୍ତ୍ରୀ  ସେହି ଦିଗରେ କାର୍ଯ୍ୟ କରୁଛନ୍ତି। ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନ ପାଇଁ କାମ ଜାରି ରହିଛି।  ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଓଡିଶାରେ ପାଳନ ହୋଇଥିଲା। ଏହି ଅବସରରେ ସେ ଜଣେ ଆଦିବାସୀ ମାଆଙ୍କ ପାଖରେ ଖିରି ଖାଇ ଜନ୍ମଦିନ ପାଳନ କରିଥିଲେ। ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ। ଓଡିଶାର ସୁଭଦ୍ରା ମାଆମାନେ ଯୋଜନା ଅର୍ଥ ସୁଵିନିଯୋଗ କରି  ୧୬ ଲକ୍ଷ ୪୦ ହଜାର ଲକ୍ଷପତି ଦିଦି ହୋଇଛନ୍ତି। ସାରା ଦେଶର ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡିଶା ପ୍ରଥମ ହୋଇଛି।  ଆମ ସରକାରକୁ ବର୍ଷେ ପୂରଣ ହେବାକୁ ଆଉ ମାତ୍ର ୧୧ ଦିନ ଅଛି। ସେ ଭିତରେ ନିଷ୍ଠାର ସହ କାମ କରିବୁ। ଲକ୍ଷପତି ଦିଦି କରିବାରେ ଓଡିଶା ଦେଶର ପ୍ରଥମ ହେବା ଦେଖି ବିରୋଧୀ ଇର୍ଷା କରୁଛନ୍ତି। 

ଅନ୍ୟପଟେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଦେଇ କହିଛନ୍ତି, ରାଣୀ ଅହଲ୍ୟାବାଇ ସୁଶାସନ ପ୍ରତିଷ୍ଠା କରି ରାଜମାତାରୁ ଲୋକମାତା ହୋଇଥିଲେ। ମାହେଶ୍ୱରୀ ଶାଢ଼ୀ ବନାଇବାକୁ ଉତ୍ସାହିତ କରି ମହିଳା ଶାସକ୍ତିକରଣକୁ ପ୍ରୋତ୍ସାହିତ କରିଥିଲେ। ବଦ୍ରିନାଥଠୁ ଆରମ୍ଭ କରି ପାଖାପାଖି ଶହେ ମନ୍ଦିରର ପୁନରୁଦ୍ଧର କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶରେ ସାରା ଦେଶରେ କାର୍ଯ୍ୟକ୍ରମ ହେଉଛି। ଆମ ସଂସ୍କୃତି କେତେ ମହାନ।ଆମେ ନାରୀଙ୍କୁ ମାଆ କହୁ। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ଅହଲ୍ୟା ବାଇ ହୋଲକରଙ୍କ ଜୀବନୀ ଲୋକଲୋଚନକୁ ଆସିନଥିଲା। ଅଠର ଶହ ଶତାବ୍ଦୀରେ ସେ ମହିଳା ଶିକ୍ଷାକୁ ଗୁରୁତ୍ୱ ଦେଉଥିଲେ। ଶାସନରେ ନିଜ ପୁଅକୁ ଦଣ୍ଡିତ କରିଥିଲେ। ଝିଅକୁ ଏକ ଯୋଗ୍ୟ ଗରିବ ପୁଅ ସହ ବାହା କରିଥିଲେ।

ପୂର୍ବତନ ସାଂସଦ ସରୋଜ ପାଣ୍ଡେ କହିଛନ୍ତି, ଓଡିଶାର ସଂସ୍କୃତି ବହୁତ ସମୃଦ୍ଧ।  କୋଣାର୍କ ଦେଖିବା ପରେ ଲାଗୁଛି ଓଡିଶାର ମହିଳା ସେବେଠୁ ସମୃଦ୍ଧ ଥିଲେ। ପୁଣ୍ୟାଶ୍ଳୋକ ପଦବୀ ଦେବତାଙ୍କୁ ବି ମିଳିନି। ମାତ୍ର ଚାରି ଶଙ୍କରାଚାର୍ଯ୍ୟ ମିଶି  ରାଣୀ ଅହଲ୍ୟା ବାଇ ହୋଲକରଙ୍କୁ ଏହି ପଦବୀ ଦେଇଛନ୍ତି। ତିନି ତଲାକ ଉଠାଇ ମହିଳାଙ୍କୁ ବଞ୍ଚିବାର ଅଧିକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, ସାରା ଦେଶରେ ପୂଣ୍ୟଶ୍ଳୋକା ରାଣୀ ଅହଲ୍ୟା ବାଇ ହୋଲକରଙ୍କ ଜୟନ୍ତୀ ଆମ ରାଜ୍ୟରେ ପାଳିତ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ଦୁଃଖର ବିଷୟ ଆମ ଗ୍ରନ୍ଥାଳୟରେ ରାଣୀ ଅହଲ୍ୟା ବାଇ ହୋଲକରଙ୍କ ବିଷୟରେ କୌଣସି ବହି ନାହିଁ। ତେଣୁ ଅନ୍ୟ ଭାଷାରେ ଥିବା ପୁସ୍ତକକୁ ଭାଶାନ୍ତର କରିବାକୁ ଇଛା ଜାଗ୍ରତ ହେଲା। କହିବା ପରେ ସଂସ୍କୃତି ମନ୍ତ୍ରୀ ଏହି ପୁସ୍ତକକୁ ରାଜ୍ୟ ସରକାରଙ୍କ ପୁସ୍ତକ ହେବ ବୋଲି କହିଥିଲେ। ଯାହା ମୁଁ କରିବାକୁ ଚେଷ୍ଟା କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ରାଣୀ ଅହଲ୍ୟା ବାଇ ହୋଲକରଙ୍କ ସମ୍ପର୍କରେ ଲିଖିତ ପୁସ୍ତକ ଉନ୍ମୋଚନ କରିଛନ୍ତି। ସଂସ୍କୃତି ବିଭାଗ ଦ୍ୱାରା ପ୍ରସ୍ତୁତ କମିକ ବୁକ ଉନ୍ମୋଚନ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଅଧକ୍ଷା ଡାକ୍ତର ଐଶ୍ୱର୍ଯ୍ୟା ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.