ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ମହୋଦଧିରେ ଉତ୍ତମଙ୍କ ଅସ୍ଥି ବିସର୍ଜନ କରି ଲଣ୍ଡା ହେଲେ ବାବୁସାନ୍, ବାପାଙ୍କ ଅନ୍ତିମ କର୍ମ ପୂରା କଲେ

Published By : Prameya | June 2, 2025 8:53 AM

ପୁରୀ,୦୨/୦୬: ବରିଷ୍ଠ  ଅଭିନେତା ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ  ମୃତ୍ୟୁ ପରେ ରବିବାର ତାଙ୍କ ପୁତ୍ର  ବାବୁସାନ ମହାନ୍ତି ପୁରୀ ଆସି ମହୋଦଧିରେ ଅସ୍ଥି ବିସର୍ଜନ କରିବା  ସହ ମୁଣ୍ଡନ ହୋଇଛନ୍ତି । ମହୋଦଧି  କୂଳରେ ହିନ୍ଦୁ ରୀତିନୀତି ଅନୁଯାୟୀ  ନଣ୍ଡା ହେବା ସହ ତିଳତର୍ପଣ  କରିଥିଲେ । ଏହା ପୂର୍ବରୁ ଚଳିତ ବର୍ଷ  ୧୨ ମାର୍ଚ୍ଚରେ ପୁରୀ ଶ୍ୱେତଗଙ୍ଗା ତୀର୍ଥ  ପୁଷ୍କରିଣୀରେ ଦଶାହ ଅବସରରେ  ସେ ଅସ୍ଥି ବିସର୍ଜନ କରିଥିଲେ । ତେବେ ସେ ସମୟରେ ତାଙ୍କର  ଚଳଚ୍ଚିତ୍ର ବୋଉ ବୁଟୁ ଭୂତର ସୁଟିଂ  ଚାଲିଥିବା କାରଣରୁ ସେ ନଣ୍ଡା ହୋଇ ପାରିନଥିଲେ । ଶ୍ୱେତଗଙ୍ଗା ପରେ ସେ  ପ୍ରୟାଗରାଜ ଏବଂ ଶେଷରେ ଶ୍ରୀକ୍ଷେତ୍ର  ମହୋଦଧିରେ ଅସ୍ଥି ବିସର୍ଜନ କରି  ମୁଣ୍ଡନ କରିଛନ୍ତି ।

ଏହି ଅବସରରେ  ବାବୁସାନ କହିଛନ୍ତି, ଫିଲ୍ମ ସୁଟିଂ ତଥା ଅନ୍ୟାନ୍ୟ ବ୍ୟସ୍ତତା ଯୋଗୁ ବାପାଙ୍କ ଅନେକ ଅନ୍ତିମ କର୍ମ ମୁଁ  କରିପାରିନଥିଲି । ଏସବୁ କରିବା ପରେ ଏବେ ହାଲୁକା ଲାଗୁଛି । ତେବେ ସବୁ ଫିଲ୍ମ ସୁଟିଂ ପରେ ମୁଁ ଶ୍ରୀମନ୍ଦିର ଆସି  ମହାପ୍ରଭୁଙ୍କୁ ଦର୍ଶନ କରେ । ହେଲେ ବର୍ଷିକିଆ ସରିନଥିବାରୁ ଏଥର ଯାଇପାରିନି । ହେଲେ ବାନା ବାନ୍ଧିବାକୁ ଜଣେଇ ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.