ରାଉରକେଲା,୧୩/୦୬: ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଢ଼ି ଟୋଲ୍ ପ୍ଲାଜା ନିକଟରେ ଜଳିଗଲା ଲୌହ ଖଣି ବୋଝେଇ ଟ୍ରେଲର। ଡ୍ରାଇଭର ଓ ହେଲପର୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୂଚନା ମୁତାବକ, କୋଇଡା ଖଣି ସେକ୍ଟରରୁ ଖଣି ନେଇ ଟ୍ରେଲରଟି ବାହାର ରାଜ୍ୟକୁ ଯାଉଥିଲା । ଯିବାବେଳେ କୌଣସି କାରଣରୁ ଜାମୁଢ଼ି ଟୋଲ୍ ପ୍ଲାଜା ନିକଟରେ ଟ୍ରେଲରରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବାର କିଛି ସମୟ ମଧ୍ୟରେ ଦେଖୁ ଦେଖୁ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଟ୍ରେଲରଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି । ଟ୍ରେଲର ଡ୍ରାଇଭର ଓ ହେଲପର୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।