ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

କନ୍ଧମାଳ ଜଙ୍ଗଲରେ ଟଳିଲା ବଡ଼ ମାଓ ହମ୍‌ଲା; ବିଏସ୍‌ଏଫ୍‌କୁ ମିଳିଲା ବିପୁଳ ବିସ୍ଫୋରକ

Published By : Prameya | June 13, 2025 10:11 AM

ଭୁବନେଶ୍ୱର,୧୩/୦୬: କନ୍ଧମାଳ ଜଙ୍ଗଲରେ ଏକ ବଡ଼ ମାଓ ଆକ୍ରମଣକୁ ରୋକିପାରିଛି ବିଏସ୍‌ଏଫ୍‌ । ଏକ ସ୍ୱତନ୍ତ୍ର  କମ୍ବିଂ ଅପରେସନ ବେଳେ କନ୍ଧମାଳ ବାଲିଗୁଡ଼ା ଥାନା ଅଧୀନ ଖମନଖୋଲ ନିକଟ ଜଙ୍ଗଲରୁ ବିପୁଳମାତ୍ରାରେ ବିସ୍ଫୋରକ ଜବତ କରିଛି । କିନ୍ତୁ ମାଓବାଦୀଙ୍କ କୌଣସି ସନ୍ଧାନ ମିଳି ନାହିଁ । କିଛି ବିସ୍ଫୋରକରେ ଆଲୁମିନିୟମ ପେପର ଗୁଡ଼ା ହୋଇଥିବାରୁ ମାଓବାଦୀମାନେ ଆକ୍ରମଣ ପାଇଁ ସଜାଗ ଥିବା ସନ୍ଦେହ କରାଯାଉଛି ।   

ବିଏସ୍‌ଏଫ ଆଇଜି ଅବତାର ସିଂ ସାହିଙ୍କ ସୂଚନା ମୁତାବକ, ଉକ୍ତ ଜଙ୍ଗଲ ଓ ପାହାଡ଼ ଇଲାକାରେ ମାଓ ଉପଦ୍ରବ ବଢ଼ିଥିବା ନେଇ ସୂଚନା ମିଳିଥିଲା । ବିଏସ୍‌ଏଫ୍‌ ୧୩୬ ବାଟାଲିୟନ ଯବାନମାନେ ସେହି ଇଲାକାରେ ସ୍ୱତନ୍ତ୍ର କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଗୁରୁବାର ଭୋର୍‌ ସମୟରେ କିଛି ଯବାନ ଏକ ପଥରରେ ଧଳା ରଙ୍ଗ ଲାଗିଥିବାର ଦେଖିଥିଲେ । ପଥର ଘେରରେ ଲୁଚାଯାଇଥିବା କିଛି ରୋଷେଇ ଉପକରଣ ଦେଖି  ଯବାନମାନଙ୍କ ସନ୍ଦେହ ଉପୁଜିଥିଲା । ସେଠାକାର ଆଖପାଖ ଇଲାକା ଖୋଜିବାରୁ ଏସବୁ ବିସ୍ଫୋରକ ମାଟି ତଳେ ପୋତା ହୋଇଥିବା ଦେଖିବାକୁ ମିଳିଥିଲା ।  

ବିଏସ୍‌ଏଫ୍‌ ପକ୍ଷରୁ ୮ଟି ଡେଟୋନେଟର, ଆଲୁମିନିୟମ ପେପରରେ ରୋଲ୍‌  ହୋଇଥିବା ୯ଟି ବିସ୍ଫୋରକ, ଗୋଟିଏ  ପାୱାର ବ୍ୟାଙ୍କ, ୧୦ ମିଟର କେବୁଲ୍‌,  ୨ଟି ୧୨ ଭୋଲ୍ଟ ବ୍ୟାଟେରୀ, ଗୋଟିଏ  ଟିଫିନ୍‌, ଗୋଟିଏ ଜୋତା ଜବତ କରାଯାଇଛି । ଏସବୁ ବିସ୍ଫୋରକ ଓ ଅନ୍ୟାନ୍ୟ ମାରାତ୍ମକ ସାମଗ୍ରୀକୁ  ବାଲିଗୁଡ଼ା ଥାନାକୁ ହସ୍ତାନ୍ତର କରାଯାଇଛି ।  ଏହି ବିସ୍ଫୋରକ ମିଳିବା ପରେ ମାଓବାଦୀମାନେ ଉକ୍ତ ଜଙ୍ଗଲରେ ସକ୍ରିୟ ଥିବା ଅନୁମାନ କରାଯାଉଛି । ଯାହାଫଳରେ ସ୍ଥାନୀୟ ବାସିନ୍ଦା ଓ ବିଏସ୍‌ଏଫ୍‌ ଯବାନ ଉପରେ ମାଓ ହମ୍‌ଲାର ଆଶଙ୍କା ବଢ଼ିଛି । ଉକ୍ତ ଇଲାକାରେ ସନ୍ଧାନ ଅପରେସନ ଜାରି ରହିଛି । ଏହାସହ  କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ ମୁତୟନ ଥିବା ବିଏସ୍‌ଏଫ୍‌ ଯବାନମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.