ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଏସିଆ କପ୍‌ ଯୋଗ୍ୟତା ପର୍ଯ୍ୟାୟ, ହଂକଂଠୁ ହାରିଲା ଭାରତ

Published By : Rasmita Pradhan | June 11, 2025 7:55 AM

ହଂକଂ, ୧୧/୬ : ଏଏଫ୍‌ସି ଏସିଆ କପ୍‌୨୦୨୭ ଯୋଗ୍ୟତା ପର୍ଯ୍ୟାୟର ତୃତୀୟ ରାଉଣ୍ଡର ଏକ ମ୍ୟାଚ୍‌ରେ ଆଜି ଭାରତ ଘରୋଇ ହଂକଂ ଠାରୁ ୧-୦ ଗୋଲରେ ପରାଜିତ ହୋଇଛି । ଭାରତ ପରବର୍ତ୍ତୀ ମ୍ୟାଚ୍‌ରେ ସିଙ୍ଗାପୁରକୁ ଭେଟିବ । ଏହି ମ୍ୟାଚ୍‌ ଅକ୍ଟୋବର ୯ ତାରିଖରେ ଖେଳାଯିବ । 

ଗତକାଲିର ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ୪୨,୫୭୦ ଦର୍ଶକ ମ୍ୟାଚର ପ୍ରତ୍ୟକ୍ଷ ରୋମାଞ୍ଚ ନେଇଥିଲେ । ପ୍ରତି ମୁହୂର୍ତ୍ତରେ ହୋଇଥିଲା ଆକ୍ରମଣ ଓ ପ୍ରତିଆକ୍ରମଣ । ଫଳରେ ଖେଳର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ମଧ୍ୟ ସମାନ ଖେଳ ଦେଖିବାକୁ ମିଳିଥିଲା । ୯୦ ମିନିଟ ପର୍ଯ୍ୟନ୍ତ କେହି ଗୋଲ ଖାତା ଖୋଲି ପାରିନଥିଲେ । ଇନ୍‌ଜ୍ୟୁରୀ ଟାଇମରେ ଗୋଲ୍‌ ଦେଇ ହଂକଂ ଶେଷରେ ବିଜୟୀ ହୋଇଥିଲା । ୯+୪ ମିନିଟରେ ହଂକଂକୁ ମିଳିଥିଲା ପେନାଲ୍ଟି । ଘରୋଇ ତାରକା ଷ୍ଟେଫାନ ପେରେଇରା ତ୍ରୁଟି ନକରି ଭାରତ ଗୋଲପୋଷ୍ଟରେ ବଲ ପୂରାଇ ବିଜୟ ଛଡ଼ାଇ ନେଇଥିଲେ । ଢାକାରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ସିଙ୍ଗାପୁର ୨-୧ ଗୋଲରେ ବାଂଲାଦେଶକୁ ପରାଜିତ କରିଥିଲା । ପୂର୍ବରୁ ଭାରତ ଗତ ୪ ତାରିଖରେ ଥାଇଲାଣ୍ଡ ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲା । ଏହି ମ୍ୟାଚ୍‌ରେ ଥାଇଲାଣ୍ଡ ୨-୦ ଗୋଲରେ ବିଜୟୀ ହୋଇଥିଲା । ଶେଷ ପର୍ଯ୍ୟନ୍ତ ଭାରତ ଗୋଲ ଖାତା ଖୋଲି ପାରିନଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.