ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

WTCରେ ରାହାଣେଙ୍କ ରେକର୍ଡ ଭାଙ୍ଗିଲେ ଷ୍ଟିଭ ସ୍ମିଥ୍‌, ପ୍ରଥମ ବ୍ୟାଟର ଭାବରେ ରଚିଲେ ଇତିହାସ

Published By : Tapas Panda | June 11, 2025 10:07 PM

Image Courtesy: indiatv

ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ଦଳ ସମସ୍ୟାରେ ପଡ଼ିଥିବା ବେଳେ ଷ୍ଟିଭ୍ ସ୍ମିଥ୍ ଦାୟିତ୍ବ ନେଇଥିଲେ ଏବଂ ତାଙ୍କ ଦଳକୁ ସମସ୍ୟାରୁ ବାହାର କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ । ଏହି ସମୟରେ ଷ୍ଟିଭ୍ ସ୍ମିଥ୍ ନିଜ ନାମରେ ଏକ ବିଶ୍ବ ରେକର୍ଡ ମଧ୍ୟ କରିଥିଲେ। ସେ ପୁରୁଣା ରେକର୍ଡ ଭାଙ୍ଗି ସେଥିରେ ନିଜ ନାମ ଲେଖିଥିଲେ । ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଏପର୍ଯ୍ୟନ୍ତ ଦୁଇଟି ଫାଇନାଲ ହୋଇଛି । 

 ଏହି ମ୍ୟାଚ୍ ପୂର୍ବରୁ ଏଥିରେ ସର୍ବାଧିକ ରନ ସ୍କୋରର ଭାରତର ଅଜିଙ୍କ୍ୟ ରାହାଣେ ଥିଲେ। ସେ ଦୁଇଟି ମ୍ୟାଚ୍ ର ଚାରି ଇନିଂସରେ ୧୯୯ ରନ କରିଥିଲେ। କିନ୍ତୁ ଏବେ ଷ୍ଟିଭ୍ ସ୍ମିଥ୍ ତାଙ୍କୁ ପଛରେ ପକାଇ ଦେଇଛନ୍ତି । ଷ୍ଟିଭ୍ ସ୍ମିଥ୍ ଲର୍ଡସରେ ତାଙ୍କର ୪୫ ରନ ପୂରଣ କରିବା ମାତ୍ରେ, ସେ ରାହାଣେଙ୍କୁ ପଛରେ ପକାଇଥିଲେ। କେବଳ ଏତିକି ନୁହେଁ, ସେ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ୨୦୦ ରୁ ଅଧିକ ରନ ସ୍କୋର କରିଥିବା ପ୍ରଥମ ବ୍ୟାଟର ହୋଇଛନ୍ତି । ଭାରତୀୟ ଦଳ ୨୦୨୧ ଏବଂ ତା’ପରେ ୨୦୨୩ ମସିହାରେ ଲଗାତାର ଦୁଇ ଥର ଫାଇନାଲ ଖେଳିଥିଲା । କିନ୍ତୁ ଏଥର ଦଳ ତୃତୀୟ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିପାରିନଥିଲା । 

 ଅଷ୍ଟ୍ରେଲିଆ ଦଳ ଦ୍ବିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ଫାଇନାଲ ଖେଳୁଛି। ଆଜି ମ୍ୟାଚ୍‌ର ପ୍ରଥମ ଦିନ । ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୫୬.୪ ଓଭରରେ ଅଲଆଉଟ ହୋଇଥିଲା । ଦଳ ୧୦ ଓ୍ବିକେଟ ହରାଇ ୨୧୨ ରନ୍‌ କରିଥିଲା ।ଆଜିର ଏହି ମ୍ୟାଚରେ ଷ୍ଟିଭ୍ ସ୍ମିଥ୍ ବିଶ୍ବ ରେକର୍ଡ କରିଛନ୍ତି । ଟ୍ରାଭିସ୍ ହେଡ୍ ମଧ୍ୟ ପଛରେ ନାହାନ୍ତି। ସେ ଏପର୍ଯ୍ୟନ୍ତ ଦୁଇଟି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଖେଳିଛନ୍ତି ଏବଂ ତିନୋଟି ଇନିଂସରେ ୧୯୨ ରନ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ମ୍ୟାଚରେ ସେ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ। କିନ୍ତୁ ଷ୍ଟିଭ୍ ସ୍ମିଥ୍ ଏହି ସୁଯୋଗକୁ ହାତଛଡ଼ା କରିନଥିଲେ ଏବଂ ନମ୍ବର ୱାନ୍ ସ୍ଥାନ କବଜା କରିବାରେ ସଫଳ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.