ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଅନ୍ତର୍ଜାତୀୟ କ୍ରିକେଟରୁ ଥମିଲା ପୂରନ ପାଓ୍ବାର; ୨୯ ବର୍ଷ ବୟସରେ ଅବସର ଘୋଷଣା, ନିକୋଲାସ ଲେଖିଲେ ଭାବବିହ୍ୱଳ ଭରା ପୋଷ୍ଟ

Published By : Ankita S | June 10, 2025 9:11 AM

ନୂଆଦିଲ୍ଲୀ,୧୦/୦୬: ୱେଷ୍ଟଇଣ୍ଡିଜ ଷ୍ଟାର କ୍ରିକେଟର ତଥା ୱିକେଟକିପର ନିକୋଲସ ପୂରନ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ସବୁଠୁ ବଡ଼ କଥା ହେଉଛି ମାତ୍ର ୨୯ ବର୍ଷ ବୟସରେ ସେ ଅବସର ଘୋଷଣା କରିଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି । ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ଅବସର ନେଇ ଘୋଷଣା କରିଛନ୍ତି ନିକୋଲସ୍ ।

ମାତ୍ର ୨୯ ବର୍ଷରେ ଅଚାନକ ଅବସର- ସୋସିଆଲ ମିଡିଆରେ ନିକୋଲସ ଲେଖିଛନ୍ତି, ''ଏ ଖେଳ ଯାହାକୁ ଆମେ ବହୁତ ଭଲ ପାଉ । ଯାହା ଆମକୁ ବହୁତ ଖୁସି ଦିଏ । ବହୁତ ବିଚାର, ଚିନ୍ତା କରିବା ପରେ ଏହି ନିଷ୍ପତ୍ତି ନେଇଛି । କେବେ ଭୁଲି ନପାରିବା ପରି  ସ୍ମୃତି ଏବଂ ୱେଷ୍ଟଇଣ୍ଡିଜକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଛି । ମେରୁନ ରଙ୍ଗର ଜର୍ସି ପିନ୍ଧିବା, ଜାତୀୟ ସଙ୍ଗୀତ ପାଇଁ ଛିଡା ହେବା ଏବଂ ପ୍ରତିଥର ମୈଦାନରେ ଶତପ୍ରତିଶତ ଦେବା ମୋ ପାଇଁ କଣ ଏହାର ଅର୍ଥକୁ ଶବ୍ଦରେ ବୟାନ କରିବା ସମ୍ଭବ ନୁହେଁ । ଅଧିନାୟକ ହିସାବରେ ଟିମ୍‌ର ନେତୃତ୍ୱ ନେବା ମୋ ପାଇଁ ସର୍ବଦା ସମ୍ମାନର କଥା ହେବ । ଅତୁଟ ଭଲପାଇବା ଓ ଏ ଯାତ୍ରାରେ ମୋତେ ସମର୍ଥନ କରିଥିବାରୁ  ମୋର ପରିବାର ଓ ଫ୍ୟାନ୍ସଙ୍କୁ ଧନ୍ୟବାଦ । ୱେଷ୍ଟଇଣ୍ଡିଜ କ୍ରିକେଟ ପାଇଁ ମୋର ଭଲ ପାଇବା କେବେ କମ୍ ହେବ ନାହିଁ । ''

ଏହା ବି ପଢନ୍ତୁ...ମହେନ୍ଦ୍ର ସିଂହ ଧୋନୀଙ୍କୁ ମିଳିଲା ବଡ଼ ସମ୍ମାନ, ICC ହଲ୍‌ ଅଫ ଫେମ୍‌ରେ ସାମିଲ

୧୯୯୫ ଅକ୍ଟୋବର ୨ରେ ଜନ୍ମିତ ନିକୋଲସ୍‌ ୨୦୧୬ରେ ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରିଥିଲେ । ଏହାର ୩ ବର୍ଷ ପରେ ୨୦୧୯ରେ ଦିନିକିଆରେ ପଦାର୍ପଣ କରିଥିଲେ । ସେ କେବେ ବି ଟେଷ୍ଟ କ୍ରିକେଟ ଖେଳି ନାହାନ୍ତି । ୱେଷ୍ଟଇଣ୍ଡିଜ ପାଇଁ ସେ ୬୧ଟି ଦିନିକିଆ, ୧୦୬ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ସେ ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ଦଳର ଅଧିନାୟକ ବି ଥିଲେ । ଦିନିକିଆରେ ୧୯୮୩ ରନ୍ ଓ ଟି-ଟ୍ୱେଣ୍ଟିରେ ୨୨୭୫ ରନ୍ କରିଛନ୍ତି । 

ଦିନିକିଆରେ ୩ ଶତକ ଓ ୧୧ ଅର୍ଦ୍ଧଶତକ ତାଙ୍କ ନାମରେ ରହିଛି । ଟି-ଟ୍ୱେଣ୍ଟିରେ ୧୩ ଥର ଅର୍ଦ୍ଧଶତକ ହାସଲ କରିଛନ୍ତି । ୨୦୨୪ ଡିସେମ୍ବର ୧୯ରେ ବାଂଲାଦେଶ ବିପକ୍ଷରେ ଟି-ଟ୍ୱେଣ୍ଟି ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଥିଲା । ଆଇପିଏଲ୍‌ରେ ସେ ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ ଟିମ୍‌ରେ ଅଛନ୍ତି । ଚଳିତ ସିଜନ୍‌ରେ ସେ ୫ ଶହରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ଫ୍ରାଞ୍ଚାଇଜ୍ କ୍ରିକେଟରେ ବିସ୍ଫୋରଣ ବ୍ୟାଟିଂ ପାଇଁ ଜଣାଶୁଣା ନିକୋଲସ୍ ପୂରନ୍ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.