ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଅଯୋଧ୍ୟାରେ ରାମ ଦରବାର ପ୍ରାଣ ପ୍ରତିଷ୍ଠା; ୭ ମନ୍ଦିରରେ ସ୍ୱତନ୍ତ୍ର ପୂଜା, ମୂର୍ତ୍ତି ଶୁଦ୍ଧିକରଣ ପୂଜା ଆରମ୍ଭ

Published By : Prameya | June 3, 2025 10:49 AM

ଅଯୋଧ୍ୟା,୦୩/୦୬: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାର ରୀତିନୀତି ଆରମ୍ଭ ହୋଇଛି। ଆଜି ଅନୁଷ୍ଠାନ ପୂଜା ୧୨ ଘଣ୍ଟା ଧରି ଚାଲିବ। ମୂର୍ତ୍ତିଗୁଡ଼ିକର ଶୁଦ୍ଧିକରଣ କରାଯିବ। ଜୁନ୍ ୫ରେ ଅଯୋଧ୍ୟା ରାମମନ୍ଦିରରେ ଥିବା ରାମ ଦରବାର ସମେତ ୭ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବ। ଏଥିପାଇଁ ଫୁଲରେ ସାଜସଜ୍ଜାରେ ମନ୍ଦିର ପରିସର। ଝଲସୁଛି  ସୁନା ଖଚିତ ଶିଖର କଳସ ମଧ୍ୟ ଟକୁଛି । ରାମମୟ ହୋଇପଡିଛି ପୁରା ଅଯୋଧ୍ୟା

ଆଜି ସକାଳ ସାଢ଼େ ୬ଟାରୁ ରାମ ଦରବାର ପ୍ରାଣ ପ୍ରତିଷ୍ଠାର ରୀତିନୀତି ପାଇଁ ସବୁ ମନ୍ଦିରରେ ବିଶେଷ  ପୂଜାପାଠ ଆରମ୍ଭ ହୋଇଛି। ପ୍ରାଣ ପ୍ରତିଷ୍ଠାରେ ମୋଟ ୧୨୦ ଆଚାର୍ଯ୍ୟ  ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ  ୧୦୦ ଜଣ କେବଳ ଅଯୋଧ୍ୟାର । ଅନ୍ୟ  ଆଚାର୍ଯ୍ୟମାନେ କାଶୀ, ପ୍ରୟାଗରାଜ  ସମେତ ଅନ୍ୟ ତୀର୍ଥସ୍ଥଳୀରୁ ଆସିଛନ୍ତି। 

ଅଗ୍ନି ଦେବତାଙ୍କୁ ଆହୁତି ଅର୍ପଣ କରାଯିବ। ଏହା ସହିତ, ମୂର୍ତ୍ତିଗୁଡ଼ିକର ଶୁଦ୍ଧିକରଣ ପ୍ରକ୍ରିୟା ମଧ୍ୟ ସମାପ୍ତ ହେବ। ବୁଧବାର ମଧ୍ୟ ପୂଜା ପଦ୍ଧତି ସମାନ ଭାବରେ ସମାପ୍ତ ହେବ। ଏହିଭଳି ଜୁନ୍‌ ୪  ଏବଂ ଜୁନ୍‌ ୫ରେ ବି ବିଶେଷ ପୂଜାପାଠ ହେବ । ୧୧ଟା ପରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟ  ଆରମ୍ଭ ହେବ । ମନ୍ଦିରର ପ୍ରଥମ ମହଲାରେ  ରାମ ଦରବାର ସ୍ଥାପନ ହୋଇଛି । ଏହା ପରିସରରେ ସୂର୍ଯ୍ୟ, ଗଣେଶ, ହନୁମାନ, ଶିବ, ଭଗବତୀ, ଅନ୍ନପୂର୍ଣ୍ଣାଙ୍କ ମନ୍ଦିର  ରହିଛି । ଏହି ସବୁ ମନ୍ଦିରରେ ଜୁନ୍‌ ୫ରେ  ପ୍ରାଣ ପ୍ରତିଷ୍ଠା କରାଯିବ। ଏହା ବ୍ୟତୀତ  ସପ୍ତ ମଣ୍ଡପମ୍‌ରେ ୭ ମନ୍ଦିର ରହିଛି ।  ସେଥିରେ ମହର୍ଷି ବାଲ୍ମିକୀ, ବିଶ୍ୱାମିତ୍ର,  ଅଗସ୍ତ୍ୟ, ବଶିଷ୍ଠ, ନିଷାଦରାଜ, ଅହଲ୍ୟା  ଏବଂ ଶବରୀ ମୂର୍ତ୍ତି ସ୍ଥାପନ ହୋଇସାରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.