ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଭଦ୍ରକ ନୂଆ ମେଡିକାଲ ପରିସରରେ ରକ୍ତ ଦାନ ଶିବିର; ୧୦୦୦ ୟୁନିଟ୍ ରକ୍ତ ସଂଗ୍ରହ ଟାର୍ଗେଟ୍

Published By : Harapriya Sethi | June 14, 2025 12:46 PM

ଭଦ୍ରକ,୧୪/୦୬: ଭଦ୍ରକ ନୂଆ ମେଡିକାଲ ପରିସରରେ ଆଜି ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ରକ୍ତ ଦାତା ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଏନସିସି ନିର୍ଦ୍ଦେଶାଳାୟ କଟକ ଓ ରେଡ୍ କ୍ରସ୍ ବିଭାଗ ଅଧୀନରେ ଏହି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିଛି । ଭଦ୍ରକ, ବାଲେଶ୍ୱର, କେନ୍ଦୁଝର କଟକ, କେନ୍ଦ୍ରାପଡା ଆଦି ଜିଲ୍ଲାରୁ ଏନସିସି କ୍ୟାଡର ଯୋଗଦେଇ ରକ୍ତ ଦାନ କରିଛନ୍ତି ।

ରକ୍ତ ସଂଗ୍ରହ କାର୍ଯ୍ୟକ୍ରମରେ ୨୦୦ କର୍ମଚାରୀ ଓ ଅଧିକାରୀ ଲାଗିଛନ୍ତି । ଆୟୋଜିତ ଶିବିରକୁ ମନ୍ତ୍ରୀ ସୂର୍ଯ୍ୟବଂଶୀ, ଏମପି ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ସେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତ, ଏସପି ମନୋଜ ରାଉତ, କଟକ ମଣ୍ଡଳର ଗ୍ରୁପ କମଣ୍ଡାର, ତଥା ଓଡିଶା ଡେପୁଟି ଡାଇରେକଟର ଜେନରାଲ କର୍ନେଲ ସତ୍ୟ ବ୍ରତ ସ୍ୱାଇଁ, ୭ ଓଡିଶା ବାଟାଲିଆନ ଏନସିସି ମୁଖ୍ୟ ଲେଫ୍ଟନାଣ୍ଟ କର୍ନେଲ ଏସ ଏସ ରଘୁବଂଶୀ ଓ ସେକେଣ୍ଡ ଓଡିଶା ନାଭାଲ ୟୁନିଟ ମୁଖ୍ୟ କମାଣ୍ଡର ସୁଦିପ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ । ସଭିଏଁ ରକ୍ତ ଦେବାକୁ ଆହ୍ୱାନ କରିବା ସହ ରକ୍ତବିନା କାହାକୁ ଜୀବନ ହାରିବାକୁ ହେବନି ବୋଲି ଶପଥ ନେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.