ଭଦ୍ରକ, ୧୭/୦୬: ଶ୍ବଶୁର ଗାଁରେ ଜ୍ବାଇଁର ଆତ୍ମହତ୍ୟା । ଗାଁ ନିକଟରେ ଏକ ଗଛରେ ଲାଗିଥିବା ରଜ ଦୋଳି ରଶିରେ ଝୁଲି ପଡ଼ିଲେ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ତଳାଙ୍ଗରୁ ଆସିଛି ଏଭଳି ଦୁଃଖଦ ଖବର । ମୃତକ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଦେମାଦେଇପୁର ଅଞ୍ଚଳର ସଂଗ୍ରାମ ବଳ ।
ସୂଚନା ଅନୁଯାୟୀ, ସଂଗ୍ରାମ ଦୁଇ ମାସ ତଳେ ତଲାଙ୍ଗ ଗାଁର ଏକ ଯୁବତୀଙ୍କୁ ଆଇନଗତ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ଆରମ୍ଭରୁ ବିବାଦ ଲାଗି ରହୁଥିଲା । ଗତ ମେ’ ୩୦ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଦୁଇ ପକ୍ଷ ମଧ୍ୟରେ ଚୁକ୍ତି ନାମା ହୋଇଥିଲା । ପରସ୍ପର ଅଲଗା ରହିବେ ଏବଂ କେହି କାହାକୁ ସନ୍ଦେହ ନଜରରେ ଦେଖିବେ ନାହିଁ । ମାତ୍ର ୩ଦିନ ତଳେ ସଂଗ୍ରାମ ଆସି ଶ୍ବଶୁର ଘରେ ରହିଥିଲେ । ସୋମବାର ସଂଗ୍ରାମଙ୍କ ବାପା ତଳାଙ୍ଗ ଆସି ତାଙ୍କୁ ଘରକୁ ଯିବାକୁ କହିଥିଲେ । ହେଲେ ଯିବାକୁ ରାଜି ହୋଇନଥିଲେ । ଆଜି ସକାଳୁ ଶ୍ୱଶୁର ଘର ପଛ ପାଖ ଏକ ପୋଖରୀ ହୁଡାରେ ରଜ ଦୋଳି ରଶିରେ ଝୁଲୁଥିବା ଦେଖିବାକୁ ମିଳିଛି । ଏନେଇ ଖବର ମିଳିବା ପରେ ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।....