ରାୟଗଡ଼(ଗଜପତି) ୨୭/୫: ଗାରାବନ୍ଧ ଥାନା ପୁଲିସ ସୁରକ୍ଷା ଦେବା ନାମରେ ଭୟଭୀତ କରିଥିବା ନେଇ ମଙ୍ଗଳବାର ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ କଇଁପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ ହୋଇଥିବା ଜଣାପଡିଛି l
ସୂଚନା ମୁତାବକ, ରାୟଗଡ଼ ଗ୍ରାମର କୈଳାସ ଚନ୍ଦ୍ର ସାହୁ ସେ ତାଙ୍କ ଟାକ୍ସି ଗାଡ଼ିରେ ସୋମବାର ରାତ୍ରି ପ୍ରାୟ ସାଢେ ନଅଟା ସମୟରେ ଯାତ୍ରୀଙ୍କୁ ନେଇ ପଲାସା ଠାରୁ ରାୟଗଡ ଅଭିମୁଖେ ଫେରୁଥିଲେ। ଏହି ସମୟରେ ଆନ୍ଧ୍ର ସୀମାନ୍ତ ତଥା ଗୋପିଲି ନିକଟସ୍ଥ ଦେଶୀ ମଦ ଦୋକାନ ସମ୍ମୁଖରେ ଗାରାବନ୍ଧ ପୋଲିସ ତାଙ୍କ ବିଭାଗୀୟ ଜିପକୁ ଠିକ ମଝି ରାସ୍ତା ଉପରେ ନାଲିବତି ବଦଳରେ ଅପର ଲାଇଟ (ହେଲୋଜେନ) ଲଗେଇ ଠିଆ କରିଥିଲେ l ଇତି ମଧ୍ୟରେ ଉକ୍ତ ରାସ୍ତା ଏକପାଖିଆ ହୋଇଥିବାରୁ ସେ ଧିର ଗତିରେ ବହୁ କଷ୍ଟରେ ଉକ୍ତ ଗାଡି ନିକଟରେ ପହଂଚି ଡ୍ରାଇଭରଙ୍କୁ ଅପର ଲାଇଟ ଜଳେଇ ମଝି ରାସ୍ତାରେ ଗାଡି ଠିଆ କରିଥିବା ସମ୍ପର୍କରେ ପଚାରିଥିଲେ l
ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କ ଗାଡିକୁ ଅଟକାଇ ନିଜକୁ ପୁଲିସ ବୋଲି ପରିଚୟ ଦେଇ ତାଙ୍କୁ ଧମକ ଚମକ ଦେଇଥିଲେ l ତେବେ ରାତିରେ ବିନା ୟୁନିଫର୍ମ ପୋଷାକରେ ଲୋକଙ୍କୁ ଏଭଳି ହଇରାଣ କରାଯାଉଥିବା କଥା କହିବାରୁ ସେହି ଜିପରେ ବସିଥିବା ପୋଲିସ ଅଧିକାରୀଜଣକ ତାଙ୍କ କର୍ମଚାରୀମାନଙ୍କୁ ଶ୍ରୀଯୁକ୍ତ ସାହୁଙ୍କ ଫୋଟ ଓ ଭିଡିଓ ରେକର୍ଡ଼ିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ସେ ଏହାର ବିରୋଧ କରିବାରୁ ସେମାନେ ଚାହିଁଲେ ତାଙ୍କ ଗାଡିକୁ ରାସ୍ତାରେ ଚଲାଇ ଦେବୁ ନାହିଁ ବୋଲି ତାଙ୍କୁ ଧମକ ଦେଇଥିଲେ l ଏଥିରେ ସେ ଭୟଭୀତ ହୋଇ ସେଠାରୁ ପଳେଇଆସିଥିଲେ l ତେବେ ଗାଡିର ସମସ୍ତ କାଗଜପତ୍ର ଠିକ ଥିଲେ ମଧ୍ୟ ଗାରବନ୍ଧ ପୋଲିସ ରାତ୍ର ୧୧ଟା ୪୫ ମିନିଟ ସମୟରେ General offense ଏବଂ ଡ୍ରାଇଭର ଓ ଯାତ୍ରୀ ସିଟ୍ ବେଲ୍ଟ ଲଗାଇ ନଥିବା ଦର୍ଶାଇ ଟ, ୧୫୦୦/- ଙ୍କା ଚାଲାଣ କାଟିଥିବା ସେ ଅଭିଯୋଗ କରିଛନ୍ତି l
ଅନ୍ୟପଟେ ଉକ୍ତ ଗାଡ଼ିରେ ଯେଉଁ ଅଧିକାରୀ ଜଣକ ବସିଥିଲେ ସେ ବାବୁ କିମ୍ବା ତାଙ୍କ ଡ୍ରାଇଭର ଏବଂ ବସିଥିବା କୌଣସି କର୍ମଚାରୀ ସିଟ ବେଲଟ ଲଗାଇ ନଥିବା ବେଳେ ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି l ପୁଲିସ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ନାମରେ ଭୟଭୀତ କରୁଛନ୍ତି l ତେଣୁ ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିକଟରେ ସେ ଅଭିଯୋଗ କରିଛନ୍ତି l ତେବେ ଉକ୍ତ ଅଭିଯୋଗର ତଦନ୍ତ କରି ଦୋଷୀ ବିରୁଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା କହିଛନ୍ତି l