ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ପରିତ୍ୟକ୍ତ ଭେଣ୍ଡିଂ ଜୋନ୍‌ରେ ନିଶା କାରବାର; ୮ ଗ୍ରାମ ବ୍ରାଉନସୁଗର ଜବତ, ଦମ୍ପତି ଗିରଫ

Published By : Harapriya Sethi | June 5, 2025 1:05 PM

ଅନୁଗୁଳ,୦୫/୦୬(ଲିଟୁନ୍ କୁମାର ସାହୁ): ଅନୁଗୁଳ ସହରରେ ବଢ଼ି ଚାଲିଛି ବ୍ରାଉନସୁଗର କାରବାର । ଅନୁଗୁଳ ଥାନା ପୁଲିସ୍ ଟାଉନ୍ ହାଇସ୍କୁଲ ସାମ୍ନା ପରିତ୍ୟକ୍ତ ଭେଣ୍ଡିଂ ଜୋନ୍‌ରେ ଚଢ଼ାଉ କରି ୮ ଗ୍ରାମ୍ ବ୍ରାଉନସୁଗ ଜବତ କରିଛି । ଏଥି ସହିତ ଏହି ଚୋରା କାରବାରର ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ରାଜକିଶୋରପଡ଼ାର କହୁଲୁ ନାଏକ(୬୦ ବର୍ଷ) ଓ ତାଙ୍କ ସ୍ତ୍ରୀ ଚତୁରୀ ନାଏକ(୫୫ ବର୍ଷ) । ବ୍ରାଉନସୁଗର ସହିତ ପୁଲିସ ସେମାନଙ୍କ ଠାରୁ ୨ଟି ମୋବାଇଲ୍ ଓ ନଗଦ ୩୬ ହଜାର ଟଙ୍କା ଜବତ କରିଛି।

ସୂଚନା ମୁତାବକ, ନହୁଲ ଓ ଚତୁରୀ ଦୀର୍ଘଦିନ ହେଲା ବ୍ରାଉନସୁଗର କାରବାର କରି ଆସୁଥିଲେ । ଛୋଟ ଛୋଟ ପୁଡ଼ିଆ କରି ବିକ୍ରି କରୁଥିଲେ । ପୁଲିସ୍ ଉଭୟଙ୍କ ଉପରେ ନଜର ରଖିଥିଲା । ଉଭୟ ବୁଧବାର ଅପରାହ୍ଣରେ ଟାଉନ୍ ହାଇସ୍କୁଲ ସାମ୍ନା ଭେଣ୍ଡିଂ ଜୋନ୍‌ରେ ବ୍ରାଉନସୁଗର କାରବାର କରୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଖବର ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ଚଢାଉ କରିଥିଲା । ପୁଲିସକୁ ଦେଖି ସେଠାରେ ଥିବା କିଛି ଲୋକ ଛତ୍ରଭଙ୍ଗ ଦେଇଥିଲେ। ମାତ୍ର ପୁଲିସ୍ ଉଭୟ କହୁଲୁ ଓ ଚତୁରୀଙ୍କୁ କାବୁ କରି ନେଇଥିଲା । ଛୋଟ ଛୋଟ ପୁଡ଼ିଆ କରୁଥିବା ବେଳେ ପୁଲିସ ସେମାନଙ୍କୁ ମାଡ଼ି ବସିଥିଲା। ସେମାନଙ୍କ ଠାରୁ ବ୍ରାଉନସୁଗର ସହିତ ମୋବାଇଲ ଓ ନଗଦ ୩୬ ହଜାର ଟଙ୍କା ଜବତ କରିଥିଲା । ରାଜକିଶୋରପଡ଼ାର ଜଣେ ଯୁବକଠାରୁ ସେମାନେ ବ୍ରାଉନସୁଗର ଆଣି ବ୍ୟବସାୟ କରୁଥିବା ପୁଲିସ ଜେରା ବେଳେ ସ୍ୱୀକାର କରିଛନ୍ତି ଦମ୍ପତି । ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.