ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ରେଳ ଦୁର୍ଘଟଣାରେ ବେସାହାରା ଯୁବକ ମୃତ; ଦୀର୍ଘ ସମୟ ପରେ ଶବଦାହ କଲେ ଗ୍ରାମବାସୀ

Published By : Bijay Swain | June 9, 2025 11:16 PM

ସୁକିନ୍ଦା, ୯/୬: ଅନୁଗୁଳ ସୁକିନ୍ଦା ରେଳପଥର ମଙ୍ଗଳପୁର ଗ୍ରାମ ନିକଟରେ ରେଳ ଦୁର୍ଘଟଣାରେ ଜଣେ ବେସାହାରା ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକ ସୁକିନ୍ଦା ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମର ବିନୟ ବେହେରା ବୋଲି ଜଣାପଡିଛି। ଦୁର୍ଘଟଣା ଗତ ରବିବାର ସନ୍ଧ୍ୟାରେ ଘଟିଥିବା ସନ୍ଦେହ କରାଯାଉଛି। ରାତିରେ କିଛି ସ୍ଥାନୀୟ ଗ୍ରାମବାସୀ ଶୌଚ ପାଇଁ ସେହି ଅଞ୍ଚଳକୁ ଯାଉଥିବା ବେଳେ ଏକ ମୃତଦେହ ପଡ଼ିଥିବା ଦେଖିଥିଲେ। ସଂପୃକ୍ତ ଯୁବକର କେହି ନିଜଲୋକ ନଥିବାରୁ ରେଳ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। 

ଦୀର୍ଘ ସମୟ ଧରି ମୃତଦେହ ନିକଟକୁ କେହି ନଆସିବାରୁ ବେସାହାରା ଯୁବକର ଶେଷକୃତ୍ୟ କରିବାକୁ ଉଚିତ୍ ମଣିଥିଲେ କିଛି ଗ୍ରାମବାସୀ । ଶେଷରେ ଗ୍ରାମ ମଶାଣିରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ତେବେ ଏହି ଘଟଣାରେ ରେଳ ବିଭାଗ କିମ୍ବା ସ୍ଥାନୀୟ ପୋଲିସଙ୍କ ଦାୟିତ୍ଵହୀନତା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.