ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ବଡ଼ଦାଣ୍ଡରେ ଆମିଷ ବିକ୍ରି ଉପରେ କଟକଣା, ଶ୍ରୀମନ୍ଦିରରୁ ୨ କିମି ଭିତରେ ରହିବନି ମଦ ଦୋକାନ

Published By : Prameya | June 9, 2025 9:18 AM

ଭୁବନେଶ୍ୱର,୦୯/୦୬ ପୁରୀ ବଡ଼ଦାଣ୍ଡରେ ଆମିଷ  ବିକ୍ରି ହୋଇପାରିବନି । ଶ୍ରୀମନ୍ଦିରରୁ ୨ କିଲୋମିଟର ପର୍ଯ୍ୟନ୍ତ  କୌଣସି ବାର୍‌ ବା ମଦ ଦୋକାନ ରହିବନି ବୋଲି ଆଇନମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେହିଭଳି ବଡ଼ଦାଣ୍ଡରେ  ଥିବା ସବୁ ଘରକୁ ସମାନ ଉଚ୍ଚତା ଓ ସମାନ ଦିଶିଲା ଭଳି  ୟୁନିଫର୍ମ ଡିଜାଇନ୍‌ କରିବାକୁ ଯୋଜନା କରାଯାଉଛି ବୋଲି  ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି । 

ମନ୍ତ୍ରୀ କହିଛନ୍ତି, ରଥଯାତ୍ରା  ଭିଡ଼ ପରିଚାଳନା ନେଇ ବୈଠକରେ ଆଲୋଚନା ହୋଇଛି ।  ଶ୍ରୀମନ୍ଦିର ପାଖରୁ ମଦ ଦୋକାନ ଓ ବାର୍‌ ହଟାଇବାକୁ ନୂଆ  ଅବକାରୀ ନୀତିରେ ବ୍ୟବସ୍ଥା ରହିବ । ସ୍ୱାସ୍ଥ୍ୟ ବିଭାଗର କୋଭିଡ୍‌  ମାର୍ଗଦର୍ଶିକା ହିସାବରେ ରଥଯାତ୍ରା ଆୟୋଜନ କରାଯିବ ବୋଲି  ମନ୍ତ୍ରୀ କହିଛନ୍ତି । ସୋମବାର ସେ ରଥଯାତ୍ରା ନେଇ ପୁଣି ଥରେ ସମୀକ୍ଷା କରିବେ । ରଥଯାତ୍ରା ସୁରକ୍ଷାରେ କୌଣସି ତ୍ରୁଟି ହେବନି । କୁମ୍ଭମେଳା ପରେ ରଥଯାତ୍ରାରେ ସବୁଠୁ ବଡ଼ ଧାର୍ମିକ ସମାବେଶ  ହେଉଥିବାରୁ ଆମେ ସଜାଗ ରହିବୁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.