ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

୧ ଲକ୍ଷ ନିବେଶରୁ ୮୦ କୋଟି, ବାପାଙ୍କ ୩୦ ବର୍ଷ ପୁରୁଣା ସେୟାରରୁ ପୁଅ ମାଲାମାଲ

Published By : Ankita S | June 9, 2025 1:24 PM

ନୂଆଦିଲ୍ଲୀ,୦୯/୦୬: ଚମକିଲା ଭାଗ୍ୟ । ବାପାଙ୍କ ପୁରୁଣା ସେୟାର କରିଦେଲା ମାଲାମାଲ । ଜଣେ ବ୍ୟକ୍ତିଙ୍କୁ ତାଙ୍କ ବାପା ୧୯୯୦ରେ ୧ଲକ୍ଷରେ କିଣିଥିବା ଜେଏସଡବ୍ଲୁ ଷ୍ଟିଲ ସେୟାର ମିଳିଛି । ଯାହାର ମୂଲ୍ୟ ବର୍ତ୍ତମାନ ପ୍ରାୟ ୮୦ କୋଟି ହୋଇଛି । ବ୍ୟକ୍ତି ଜଣଙ୍କର ଏହି ସେୟାର ତାଙ୍କୁ ବଡ଼ ନିବେଷକ ଭାବେ ଛିଡା କରିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି । ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ ।

ଆଜିକାଲି ସମସ୍ତେ ଧନୀ ହେବାକୁ ଚାହାନ୍ତି । ଅଳ୍ପରୁ ଅଧିକ ଆଶା କରନ୍ତି । ଏହାରିଭିତରେ ଏକ କ୍ଲାସିକ ନିବେଶ କାହାଣୀ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଛି । ଜଣେ ବ୍ୟକ୍ତିଙ୍କୁ ତାଙ୍କ ବାପାଙ୍କ ୯୦ ଦଶକରେ କିଣିଥିବା JSW ସେୟାର ସାର୍ଟିଫିକେଟ ମିଳିଛି । ସେବେ ତାର ମୂଲ୍ୟ ୧ ଲକ୍ଷ ଟଙ୍କା ଥିଲା । ମାତ୍ର ଏବେ ୩୦ ବର୍ଷ ପରେ ତାହା କୋଟିରେ ପହଞ୍ଚିଛି । ପ୍ରାୟ ୮୦ କୋଟି ହୋଇଛି । ସୋସିଆଲ ମିଡିଆରେ ଏହାକୁ 'Generational Wealth' କୁହାଯାଉଛି ।

୩୦ ବର୍ଷ ପୁରୁଣା ସେୟାରରୁ ମାଲାମାଲ- ଷ୍ଟକ ମାର୍କେଟରେ ନିବେଶ କରୁଥିବା ସୌରଭ ଦତ୍ତା ସେୟାର କରିଥିବା ପୋଷ୍ଟରେ କହିଛନ୍ତି, ଜଣେ ବ୍ୟକ୍ତିଙ୍କୁ ୧୯୯୦ ଦଶକରେ ତାଙ୍କ ପିତାଙ୍କ ଦ୍ୱାରା ୧ ଲକ୍ଷ ଟଙ୍କାରେ କିଣିଥିବା ଜେଏସଡବ୍ଲୁ ସେୟାର ମିଳିଛି । ସେ ସେୟାର ପ୍ରମାଣପତ୍ରକୁ ସୋସିଆଲ ମିଡିଆରେ ବି ସେୟାର କରିଛନ୍ତି । 

ସୋସିଆଲ ମିଡିଆରେ ଚର୍ଚ୍ଚା- ଏହି ଖବରକୁ ନେଇ ଜଣେ ୟୁଜର କହିଛନ୍ତି, ଯଦି କିଏ ୧୯୯୦ ମସିହାରେ ୧ ଲକ୍ଷ ଟଙ୍କା ନିବେଶ କରିପାରେ ତେବେ ପ୍ରଥମରୁ ହିଁ ଧନୀ ହୋଇଥିବ । ଏହାର ଉତ୍ତରରେ ଦତ୍ତା କହିଛନ୍ତି, ମାନି ନେଉଛି କି ଯଦି ନିବେଶ କେବଳ ୧୦,୦୦୦ ଟଙ୍କାର ହୋଇଥାନ୍ତା ତେବେ ଆଜି ସେ ୮ କୋଟି ହୋଇଥାନ୍ତା । ଅର୍ଥାତ କମ୍ ଟଙ୍କାରେ ବଡ଼ ଲାଭ ମିଳିବା ସମ୍ଭବ ହୋଇଥାଏ ।

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଆବଶ୍ୟକ ନୁହେଁ କି ସବୁ କମ୍ପାନୀ ୩୦ ବର୍ଷ ପରେ ବି ରହିବ । ଏ 'ବାଏ ଆଣ୍ଟ ଫରଗେଟ'ର ବଳ ନିଶ୍ଚିନ୍ତ । ମାତ୍ର ଭାଗ୍ୟ ଓ କମ୍ପାନୀ ଉପରେ ନିର୍ଭର କରେ ।' ଅନ୍ୟ ଜଣେ ୟୁଜର ପଚାରିଛନ୍ତି ୮୦ କୋଟି ଟଙ୍କା ଫେରାଇବାକୁ କେତେ ଟ୍ୟାକ୍ସ ଲାଗିବ ? ପ୍ରାୟ ୩୦%?

JSWର ବର୍ତ୍ତମାନ ପ୍ରଦର୍ଶନ- JSW ଷ୍ଟିଲ ଲିମିଟେଡ୍‌ର ସେୟାର ଶୁକ୍ରବାର (ଜୁନ୍ ୮ ୨୦୨୫ରେ) ୩.୫୬ ପ୍ରତିଶତ ସ୍ଥିତିରେ ୧,୦୦୩.୨୦ ଟଙ୍କାରେ ଟ୍ରେଡ ବନ୍ଦ ହୋଇଥିଲା । ଏହି ଷ୍ଟକ ଗତ ୫ ବର୍ଷରେ ୪୩୦.୩ ପ୍ରତିଶତର ରିଟର୍ଣ୍ଣ ଦେଇଥିଲା । ଗତ ୨୦ ବର୍ଷରେ ଜେଏସଡବ୍ଲୁ ନିବେଶକଙ୍କୁ ୨,୪୭୦.୯୯ ପ୍ରତିଶତ ମଲ୍ଡିବେଗର ରିଟର୍ଣ୍ଣ ମିଳିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.