ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମର୍ଚ୍ଚାଣ୍ଟ ନ୍ୟାଭିରେ ଚାକିରି କରିଥାନ୍ତେ, କାଫେରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

Published By : Prameya | June 17, 2025 2:38 PM

ଭୁବନେଶ୍ୱର ୧୭/୦୬: ମର୍ଚ୍ଚାଣ୍ଟ ନ୍ୟାଭିରେ ଚାକିରି ପାଇବା ପରେ ସମସ୍ତଙ୍କୁ ଖୁସିରେ ମିଠା ବାଣ୍ଟିଥିଲେ। ମାସକୁ ଲକ୍ଷାଧିକ ଟଙ୍କାର ଦରମା ପାଇଥାନ୍ତେ। ଉଜ୍ୱଳ ଭବିଷ୍ୟତର ସ୍ବପ୍ନ ଦେଖୁଥିଲେ । ଅଳ୍ପ କେଇଟା ଦିନ ପରେ ଚାକିରିରେ ଯୋଗ କରିଥାନ୍ତେ। ହେଲେ କ'ଣ ହେଲା କେଜାଣି ଆତ୍ମହତ୍ୟାର ପନ୍ଥା ବାଛିନେଲେ । ବର୍ତ୍ତମାନ କାମ କରୁଥିବା ଏକ କାଫେରେ ରଶି ଗୁଡ଼ାଇ ଝୁଲି ପଡିଲେ। ୟୁନିଟ-୮ ଅଞ୍ଚଳରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତକ ଯୁବକ ଜଣକ ହେଲେ ଅବକାଶ ମହାନ୍ତି । ଘର ଜଗତସିଂହପୁର ଜିଲ୍ଲାର ବରପାଳ ଗାଁରେ‌ ବୋଲି ଜଣାପଡିଛି। 

ଅବକାଶ ପୁରୁଣା ପାସ ପୋର୍ଟ ଅଫିସ ନିକଟ ଏରିଆ-୮ କାଫେରେ ୪ ମାସ ତଳେ ରୋଷେୟା ଭାବେ କାମ କରୁଥିଲେ। ଗତକାଲି କାଫେ ବନ୍ଦ ହେବା ପରେ ମାଲିକ ଘରକୁ ଚାଲି ଯାଇଥିଲେ। ଅବକାଶ ସେହି କାଫେରେ ଶୋଇ ଯାଇଥିଲେ। ଆଜି ସକାଳ ୧୦ଟା ରେ ମାଲିକ ଆସି ଦେଖିବା ବେଳକୁ ଅବକାଶଙ୍କ ମୃତଦେହ କାଫେ ଭିତରେ ଏକ ଫ୍ୟାନରେ ଝୁଲନ୍ତା ଅବସ୍ଥରେ ଦେଖିବାକୁ ପାଇଥିଲେ।।ମାଲିକ ସଙ୍ଗେ ସଙ୍ଗେ ନୂଆପଲ୍ଲୀ ଥାନା ପୁଲିସ ଓ ତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। କାଫେର ସିସି କ୍ୟାମେରା ଫୁଟେଜ ଯାଞ୍ଚ କରୁଛି। ପରିବାର ଲୋକ ଆସିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.