ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଦୋକାନ ଧୂପରୁ ଲାଗିଲା ନିଆଁ : ଜଳିଗଲା ଦୋକାନ, ଜଣେ ଗୁରୁତର

Published By : Suraj Kumar | June 5, 2025 4:22 PM

ବାହାଡ଼ାଝୋଲା, ୫।୬ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆବାରୀ ପଂଚାୟତର ତୋରି ଗାଡିଆ ଗ୍ରାମରେ କୃଷ୍ଣ ଚନ୍ଦ୍ର ସାହୁଙ୍କ ଦୋକାନରେ ଦିଆଯାଇଥିବା ଧୂପରୁ ଲାଗିଲା ନିଆଁ । ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ଦୋକାନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି।

ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆବାରୀ ପଂଚାୟତର ତୋରି ଗାଡିଆ ଗ୍ରାମରେ କୃଷ୍ଣ ଚନ୍ଦ୍ର ସାହୁଙ୍କ ଦୋକାନରେ ପ୍ରତ୍ୟେକ ଦିନ ପରି ସକାଳ ଓ ସନ୍ଧ୍ୟା ସମୟରେ ଧୁପ ଦିଅନ୍ତି । ସ୍ତ୍ରୀ ଅହଲ୍ୟା ସାହୁ ଦୋକାନରେ ଧୁପ ଦେଇ ବେପାର କରୁଥିବା ବେଳେ ଧୁପ ନିଆଁ ପଡି ଦୋକାନ ଜଳିଥିଲା। ଏହା  ଦେଖି କିଛି ଜିନିଷ ଉଦ୍ଧାର କରିବା ସମୟରେ ନିଜେ ପୋଡି ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ  ଉଦ୍ଧାର କରାଯାଇଥିଲା। 

ଏଥିରେ ଅହଲ୍ୟାଙ୍କ ଦୁଇ ହାତ ଦୁଇ ଗୋଡ଼ ପୋଡ଼ି ହୋଇଯାଇଛି । ତାଙ୍କୁ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଓଡ଼ଗାଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ବେଳେ ବାହାଡ଼ା ଝୋଲା ଆରଆଇ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହିତ ତଦନ୍ତ କରିଛନ୍ତି। ଗ୍ରାମାଞ୍ଚଳରେ ବ୍ୟବସାୟ କରି ପରିବାର ପୋଷଣ କରୁଥିବା ଗରିବ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.