ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ବିଦେଶରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ନିଜ ଦଳର ନେତା କରୁଥିଲେ ସମାଲୋଚନା, ଏମିତି କହି ଚୁପ୍ କରିଦେଲେ କଂଗ୍ରେସ ସାଂସଦ...

Published By : Ladu Kishor | June 1, 2025 5:46 PM

ନୂଆଦିଲ୍ଲୀ: ପାକିସ୍ତାନ ଭାରତ ଉପରେ କରିଥିବା ଆତଙ୍କବାଦୀ ଆକ୍ରମଣର ପର୍ଦ୍ଦାଫାଶ କରିବା ପାଇଁ ଏକ ସର୍ବଦଳୀୟ ଭାରତୀୟ ପ୍ରତିନିଧି ଦଳ ଏବେ ବିଦେଶ ଗସ୍ତରେ ଅଛନ୍ତି। ୭ଟି ପ୍ରତିନିଧି ଦଳ ମଧ୍ୟରୁ ଗୋଟିଏର ନେତୃତ୍ୱ ବରିଷ୍ଠ କଂଗ୍ରେସ ନେତା ତଥା କେରଳ ସାଂସଦ ଶଶି ଥରୁର ନେଉଛନ୍ତି। ବ୍ରାଜିଲରେ ପହଞ୍ଚିଥିବା ଶଶି ଥରୁରଙ୍କୁ ଯେତେବେଳେ କଂଗ୍ରେସ ନେତା ମାନେ କରୁଥିବା ସମାଲୋଚନା ବିଷୟରେ ପଚରାଗଲା, ଥରୁର କହିଥିଲେ ଯେ ମୁଁ ଭାବୁଛି ଏବେ ଆମ ମିଶନ ଉପରେ ଧ୍ୟାନ ଦେବାର ସମୟ ଆସିଛି।

ଯେତେବେଳେ ଗଣମାଧ୍ୟମ କଂଗ୍ରେସ ନେତାମାନଙ୍କ ବିଷୟରେ ପଚାରିଲା, ଥରୁର କହିଥିଲେ ଯେ, ନିସନ୍ଦେହରେ ଏକ ସମୃଦ୍ଧ ଗଣତନ୍ତ୍ରରେ ମନ୍ତବ୍ୟ ଏବଂ ସମାଲୋଚନା ହେବା ନିଶ୍ଚିତ, କିନ୍ତୁ ମୁଁ ଭାବୁଛି ଆମେ ବର୍ତ୍ତମାନ ସେହି ଜିନିଷ ଗୁଡ଼ିକ ଉପରେ ଧ୍ୟାନ ଦେଇପାରିବୁ ନାହିଁ।

ସେ କହିଥିଲେ ଯେ ଯେତେବେଳେ ଆମେ ଭାରତ ଫେରିବୁ, ଆମେ ନିଶ୍ଚିତ ଭାବରେ ଆମର ସହକର୍ମୀ,ସମାଲୋଚକ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ କଥା ହେବାର ସୁଯୋଗ ପାଇବୁ, କିନ୍ତୁ ବର୍ତ୍ତମାନ ଆମେ ଯେଉଁ ଦେଶ ଗୁଡ଼ିକୁ ଯାଉଛୁ ସେଠାରେ ଆମେ ଆମର ବାର୍ତ୍ତା ନେଇଯାଉଛୁ। ପାକିସ୍ତାନ ସହିତ ଉତ୍ତେଜନା ସମ୍ପର୍କରେ ଶଶି ଥରୁର ବିଦେଶରେ ଭାରତକୁ ଦୃଢ଼ ଭାବରେ ପ୍ରତିନିଧିତ୍ୱ କରୁଛନ୍ତି, ଯାହା ଯୋଗୁଁ ସମାଲୋଚକ ମାନେ ମଧ୍ୟ ତାଙ୍କର ପ୍ରଶଂସକ ହୋଇଯାଇଛନ୍ତି। ତଥାପି, ଅନେକ କଂଗ୍ରେସ ନେତା ଏହାକୁ ପସନ୍ଦ କରୁନାହାଁନ୍ତି।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କଂଗ୍ରେସ ମୋଦି ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଦେବାକୁ ଘୋଷଣା କରିଥିଲା, କିନ୍ତୁ ଏବେ କଂଗ୍ରେସର ମନୋଭାବ ବଦଳି ଯାଇଛି। କଂଗ୍ରେସ ଯୁଦ୍ଧବିରତିକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଛି ଏବଂ ଆମେରିକାର ଭୂମିକା ବିଷୟରେ ମଧ୍ୟ ପ୍ରଶ୍ନ କରିବା ଆରମ୍ଭ କରିଛି । ଅପରେସନ ସିନ୍ଦୁର ସମ୍ପର୍କରେ ଶଶି ଥରୁର ସରକାରଙ୍କୁ ସମର୍ଥନ କରିବା ଏବଂ ପରେ ତାଙ୍କୁ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବା ପାଇଁ ବାଛିବା କଂଗ୍ରେସର ଏକ ଗୋଷ୍ଠୀକୁ ପସନ୍ଦ ଆସିନଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.