ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ନିଲାମ ହେବ ନୀଳାଚଳ ଉପବନ, ଟିକଟ କରି ଦର୍ଶନ କରିପାରିବେ ଭକ୍ତ

Published By : Prameya | June 8, 2025 1:50 PM

ପୁରୀ, ୦୮/୦୬: ଶ୍ରୀମନ୍ଦିର  କୋଇଲି ବୈକୁଣ୍ଠ ଓ ରୋଷ ଘର  ପରେ ନୀଳାଚଳ ଉପବନକୁ ଦର୍ଶନ  ପାଇଁ ଟିକଟ ବ୍ୟବସ୍ଥା ହେବ ।  ଏହାକୁ ନିଲାମ କରିବ ଶ୍ରୀମନ୍ଦିର  ପ୍ରଶାସନ । ଏନେଇ ଟେଣ୍ଡର  ଆହ୍ୱାନ କରାଯାଇଛି ।  ଶ୍ରଦ୍ଧାଳୁ ଟଙ୍କା ଦେଲେ  ଏହା ଭିତରେ  ମହାପ୍ରଭୁଙ୍କ  ଫୁଲ, ତୁଳସୀ ଉଦ୍ୟାନ ଦେଖିପାରିବେ । ଶ୍ରଦ୍ଧାଳୁଙ୍କୁ  ମାଗଣା ଆଉ ଆଗକୁ ଏହି ସ୍ଥାନକୁ ଦର୍ଶନ  ମନା । ୨୦୨୦ ଏପ୍ରିଲ ପହିଲା ଠାରୁ ଦୀର୍ଘ  ୫ ବର୍ଷ ଧରି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର  ଭିତରେ ବିନା କୌଣସି ଶୁଳ୍କରେ ସମସ୍ତ  ସ୍ଥାନ ଦର୍ଶନ କରିପାରୁଥିଲେ । ୨୦୨୦  ଫେବ୍ରୁଆରୀ ୧୮ ତାରିଖରେ ବସିଥିବା  ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ସବ୍‌କମିଟି  ବୈଠକରେ ଶ୍ରୀମନ୍ଦିର ଭିତରେ ୭ଟି  ଦର୍ଶନୀ ମାହାଲ ଆଦାୟ ଉପରେ  ରୋକ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା । ଫଳରେ ସମସ୍ତ ଶ୍ରେଣୀର ଶ୍ରଦ୍ଧାଳୁ  ମାଗଣାରେ କୋଇଲି  ବୈକୁଣ୍ଠ ଠାରୁ ରୋଷଘର  ପର୍ଯ୍ୟନ୍ତ ପରିଦର୍ଶନ କରିପାରୁ ଥିଲେ। ହେଲେ ଚଳିତ ବର୍ଷ ହଠାତ୍‌ ପ୍ରଶାସନ  ନିଜ ମନ ବଦଳାଇ ସମସ୍ତ ମାହାଲରୁ  ଅର୍ଥ ଉପାର୍ଜନ ନିଷ୍ପତ୍ତି ନେଇଛି । ଯାହା ଉଦ୍‌ବେଗର ବିଷୟ ହୋଇଛି । 

ଧାର୍ମିକ ସଂସ୍କୃତି ଓ ନୀତିକୁ  ଉଲ୍ଲଙ୍ଘନ କରି ଶ୍ରୀମନ୍ଦିର ଭିତରେ  ଗୋଟିଏ ପରେ ଗୋଟିଏ ସ୍ଥାନକୁ ନିଲାମ  କରି ଲାଗିଛି ପ୍ରଶାସନ । ନିଲାମଧାରୀ  ଶ୍ରଦ୍ଧାଳୁଙ୍କଠାରୁ ଅର୍ଥ ବିନିମୟରେ  ଦର୍ଶନ ସୁଯୋଗ ଦେବେ । ଯାହାକୁ  ନେଇ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ  କରିଛନ୍ତି । ପ୍ରତିଦିନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦାନ ଦକ୍ଷିଣାରୁ ଶ୍ରୀମନ୍ଦିର ପ୍ରଶାସନ  ୧୦ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି । ନୀଳାଚଳ ଉପବନର ବର୍ଷିକିଆ ଦର୍ଶନ ମାହାଲ ନିଲାମ ମୂଲ୍ୟ ୬.୨୫ ଲକ୍ଷ ଟଙ୍କା ରହିଛି ।  ସର୍ବାଧିକ ଟଙ୍କା ନିଲାମ ରଖିଥିବା ବ୍ୟକ୍ତିଙ୍କୁ ଏହା ଦିଆଯିବ । ଏଥିସହ ବର୍ଷକ ପରେ ୧୦ ପ୍ରତିଶତ ହିସାବରେ ପରବର୍ତ୍ତୀ ଦୁଇ ବର୍ଷ ନିମନ୍ତେ  ଯଥାକ୍ରମେ ଦୁଇଥର ନିଲାମ ଦର ବଢ଼ାଇ ଆଦାୟ କରାଯିବ । ଏହି ସ୍ଥାନକୁ ପରିଦର୍ଶନ ନିମନ୍ତେ ଆସୁଥିବା ଦର୍ଶନାର୍ଥୀଙ୍କୁ  ଯଥୋଚିତ ବ୍ୟବହାର କରିବା ସହ ଏହି ସ୍ଥାନର ରକ୍ଷଣାବେକ୍ଷଣ  କରିବା ନେଇ ମାର୍ଗଦର୍ଶିକା ଜାରି ହୋଇଛି । ଏହାକୁ ଖିଲାପ କଲେ  ନିଲାମଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । 

ସୂଚନା ଥାଉକି, ଶ୍ରୀକ୍ଷେତ୍ର ଏକ ଧାର୍ମିକ ସ୍ଥଳ ହୋଇଥିବାରୁ ରାଜ୍ୟ  ତଥା ରାଜ୍ୟ ବାହାରର ବହୁ ଶ୍ରଦ୍ଧାଳୁ ଏଠାରେ ଥିବା ପ୍ରତିଷ୍ଠିତ ମନ୍ଦିର  ଏବଂ ତୀର୍ଥସ୍ଥଳରେ ଠାକୁର ଦର୍ଶନ ନିମନ୍ତେ ଆସିଥାଆନ୍ତି । ହେଲେ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନରେନ୍ଦ୍ର ମାହାଲ ନାମରେ ଜଳକ୍ରୀଡ଼ା  ମଣ୍ଡପ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି ।  ସେହିପରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଟ୍ରଷ୍ଟ ବୋର୍ଡ ଅଧୀନରେ  ପରିଚାଳନା ହେଉଥିବା ଚକ୍ରତୀର୍ଥ ରୋଡ୍‌ ସ୍ଥିତ ପ୍ରସିଦ୍ଧ ବେଡ଼ି ହନୁମାନ  ମନ୍ଦିର ଓ ନୃସିଂହ ମନ୍ଦିରରେ ଠାକୁର ଦର୍ଶନ ନିମନ୍ତେ ଟଙ୍କା ଆଦାୟ  କରାଯାଉଛି । ଦର୍ଶନୀ ମାହାଲ ନାମରେ ଶ୍ରଦ୍ଧାଳୁଙ୍କ ଠାରୁ ଟଙ୍କା ଆଦାୟ  କରାଯିବା ଧାର୍ମିକ ସଂସ୍କୃତି ବିରୋଧୀ ବୋଲି ଅନେକ ଭକ୍ତ ଅଭିଯୋଗ  କରିଛନ୍ତି । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କୁ ଯୋଗାଯୋଗ  କରାଯିବାରେ ଏ ବାବଦରେ କିଛି କହିବାକୁ ମନା କରିଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.