ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

Starlink: ଭାରତରେ ଷ୍ଟାରଲିଙ୍କକୁ ମିଳିଲା ଲାଇସେନ୍ସ, ୧୫ ଦିନ ଭିତରେ ଆରମ୍ଭ ହୋଇପାରେ ଟ୍ରାଏଲ

Published By : Tapas Panda | June 6, 2025 6:30 PM

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦୂରସଂଚାର ବିଭାଗ (DoT) ଭାରତରେ ସାଟେଲାଇଟ୍ ଯୋଗାଯୋଗ (SatComm) ସେବା ଯୋଗାଇବା ପାଇଁ ଏଲନ୍ ମସ୍କଙ୍କ କମ୍ପାନି ଷ୍ଟାରଲିଙ୍କକୁ ଏକ ସରକାରୀ ଲାଇସେନ୍ସ ପ୍ରଦାନ କରିଛି । ଏହି ସୂଚନା ପିଟିଆଇ ସୂତ୍ରରୁ ମିଳିଛି। ସରକାର କିମ୍ବା ଷ୍ଟାରଲିଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ। ଟେଲିକମ୍ୟୁନିକେସନ୍ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଷ୍ଟାରଲିଙ୍କ୍ ଲାଇସେନ୍ସ ପାଇଛି ଏବଂ ୧୫-୨୦ ଦିନ ମଧ୍ୟରେ ପରୀକ୍ଷଣ ସ୍ପେକ୍ଟ୍ରମ୍ ଯୋଗାଇ ଦିଆଯିବ। ଭାରତରେ ବ୍ରଡବ୍ୟାଣ୍ଡ ଏବଂ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବା ପାଇଁ ଷ୍ଟାରଲିଙ୍କକୁ ସବୁଜ ସଙ୍କେତ ମିଳିଛି। ଷ୍ଟାରଲିଙ୍କକୁ ଗ୍ରୀନ ସିଗନାଲ ମିଳିବା ପରେ ଆଗକୁ ଭାରତର ଗ୍ରାମାଞ୍ଚଳ ଏବଂ ଅପହଞ୍ଚ ଅଞ୍ଚଳରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ପହଞ୍ଚାଇବାରେ ସାହାଯ୍ୟ କରିପାରିବ।

 ଏଲନ ମସ୍କଙ୍କ କମ୍ପାନି ଷ୍ଟାରଲିଙ୍କକୁ ଟେଲିକମ ମନ୍ତ୍ରଣାଳୟରୁ ଗ୍ଲୋବାଲ ମୋବାଇଲ ପର୍ସନାଲ କମ୍ୟୁନିକେସନ ବାୟ ସାଟେଲାଇଟ ବା GMPCS ଲାଇସେନ୍ସ ମିଳିଛି । ଗତ ମାସରେ ଷ୍ଟାରଲିଙ୍କକୁ ଲେଟର ଅଫ୍‌ ଇଣ୍ଟେଣ୍ଟ ମିଳିସାରିଛି। କମ୍ପାନିକୁ IN-SPACeରୁ ଅନ୍ତିମ ଆପ୍ରୁଭାଲର ଆବଶ୍ୟକତା ରହିଛି। ଆପ୍ରୁଭାଲ ମିଳିବା ପରେ ଭାରତରେ ଷ୍ଟାରଲିଙ୍କର ସାଟେଲାଇଟ ଆଧାରିତ ଇଣ୍ଟରନେଟ ସେବା ମିଳିପାରିବ । ତେବେ ଏହା କେବେ ହେବ ତାହା ସ୍ପଷ୍ଟ ହୋଇନାହିଁ।

 ପୂର୍ବରୁ OneWeb ଏବଂ Relianceକୁ ମଧ୍ୟ ଏହି ଲାଇସେନ୍ସ ମିଳିସାରିଛି। ଅର୍ଥାତ ଷ୍ଟାରଲିଙ୍କ ଏହି ଲାଇସେନ୍ସ ପାଇବାରେ ତୃତୀୟ କମ୍ପାନି। ବର୍ତ୍ତମାନ ୧୦୦ରୁ ଅଧିକ ଦେଶରେ ସେବା ଦେଉଛି ଷ୍ଟାରଲିଙ୍କ  । ଏହି କମ୍ପାନିର ଉଦ୍ଦେଶ୍ୟ ଲେଟେନ୍ସୀ ବ୍ରଡବ୍ୟାଣ୍ଡ ଦ୍ବାରା ଦ୍ରୁତ ଇଣ୍ଟରନେଟ ସେବା ପ୍ରଦାନ କରିବା। ରିପୋର୍ଟ ଅନୁଯାୟୀ, ଭାରତରେ ଷ୍ଟାରଲିଙ୍କ ପ୍ରାରମ୍ଭିକ ଭାବରେ ପ୍ରାୟ ୮୪୦ ଟଙ୍କାରେ ଆରମ୍ଭ କରିପାରେ।

ଭାରତରେ ଏବେବି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠାରେ ଭିତ୍ତିଭୂମିର ଅଭାବ ଯୋଗୁ ଇଣ୍ଟରନେଟ ପହଞ୍ଚିପାରିନାହିଁ। କିନ୍ତୁ ଷ୍ଟାରଲିଙ୍କ ଏବଂ ଅନ୍ୟ କମ୍ପାନି ଆସିବା ପରେ ଏଭଳି ଅଞ୍ଚଳରେ ମଧ୍ୟ ଲୋକଙ୍କୁ ଇଣ୍ଟରନେଟ ମିଳିପାରିବ। ଏହି ତିନି କମ୍ପାନି ବ୍ୟତୀତ ଆମାଜନ ମଧ୍ୟ Kuiper ପ୍ରୋଜେକ୍ଟ ସହ ସାଟେଲାଇଟ ଇଣ୍ଟରନେଟ ଦେବା ପାଇଁ ଲାଇସେନ୍ସ ଏବଂ ଆପ୍ରୁଭାଲ ପାଇଁ ପ୍ରଚେଷ୍ଟା ଚଳାଇଛି। ତେବେ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଭାରତକୁ ଆସିବା ପରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.