ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ବଜ୍ରପାତରେ ଟ୍ରକ ହେଲପର ମୃତ, ଡ୍ରାଇଭର ଆହତ

Published By : Suraj Kumar | June 9, 2025 9:43 PM

ରଗଡି, ୯।୬ :  କୋରେଇ ଥାନା ଅନ୍ତର୍ଗତ ରଗଡି ଛକ ନିକଟ  ମା' ବାଗେଶ୍ବରୀ  ହୋଟେଲ ନିକଟରେ ବଜ୍ରପାତରେ ଜଣେ ଟ୍ରକ ହେଲପରର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।  ଡ୍ରାଇଭର ସାମାନ୍ୟ ଆହତ ହୋଇଛି। ମୃତକ  ହେଲେ ଅନୁଗୁଳ ଜିଲା ବଜ୍ରୋକୋଟ ଗ୍ରାମର ଦିଲ୍ଳୀପ ନାୟକ। ଆହତ  ଡ୍ରାଇଭର ହେଲେ   କେନ୍ଦୁଝର ଜିଲ୍ଲା କଲଣ୍ଡା ଗ୍ରାମର  ପପୁ ଖୁଣ୍ଟିଆ। 

କେନ୍ଦୁଝରରୁ ଲୁହାପଥର ଗୁଣ୍ଡ ନେଇ ଟ୍ରକ ପାରାଦ୍ବୀପ ଅଭିମୁଖେ ଯାଉଥିଲା। ଖାଇବା ପାଇଁ ହୋଟେଲ ନିକଟରେ ଟ୍ରକ ରଖି ଉଭୟ ସିମେଣ୍ଟ କୁଣ୍ଡରେ ଗାଧୋଉଥିବା ବେଳେ  ବଜ୍ରପାତର ଶିକାର ହୋଇଥିଲେ । ଏଥିରେ ହେଲପରର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଆହତ ହୋଇଥିଲା। ଖବର ପାଇ କୋରେଇ ପୋଲିସ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । କୋରେଇ ଅଞ୍ଚଳରେ ଅପରାହ୍ନରେ ବର୍ଷା ସହିତ ପ୍ରବଳ ଭାବରେ ବିଜୁଳି ଘଡଘଡି ମାରିଥିଲା । ଏହାଦ୍ୱାରା ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ । ବଜ୍ରପାତରେ କେଉଁଠି ଘରର ଆଜବେଷ୍ଟସ ଭାଙ୍ଗି ଯାଇଛି ତ ଆଉ କେଉଁଠି ପଙ୍ଖା, ଇନଭର୍ଟର ଓ ଅନ୍ୟ ବିଦ୍ୟୁତ ଉପକରଣ ପୋଡି ଯାଇଥିବା   ଜାଣିବାକୁ ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.