ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଶ୍ରୀ ଶ୍ରୀ ଲଷ୍ମୀ ବରାହ ମନ୍ଦିରରେ ଅଘଟଣ, ଦୀପରୁ ନିଆଁ ଲାଗି ମହିଳା ଗୁରୁତର

Published By : Anindita Ratha | June 5, 2025 1:18 PM

ଆଳି,୫।୬: କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଆରାଧ୍ୟ ଶ୍ରୀ ଶ୍ରୀ ଲଷ୍ମୀ ବରାହ ଜୀଉ ମନ୍ଦିରରେ ଦୀପରୁ ନିଆଁ ଲାଗି ଜଣେ ମହିଳା ଗୁରୁତର ଆହତ । ଆହତ ମହିଳା ଜଣକ ହେଉଛନ୍ତି ରାଜକନିକା ଥାନା ଓଳାଭର ଦେ ଗାଁର ସୁପ୍ରିୟା ନାୟକ ।

ସୂଚନା ମୁତାବକ, ଆଜି ସୁଦଶା ବ୍ରତ ଓଷା ଥିବାରୁ ମହିଳାମାନେ ମନ୍ଦିରକୁ ପୂଜା ନିମନ୍ତେ ଯାଇଥିଲେ ।  ଏନେଇ ମନ୍ଦିରରେ ପୂଜା କରୁଥିବା ବେଳେ ଦୀପରୁ ନିଆଁ  ସୁପ୍ରିୟାଙ୍କ ଶାଢୀରେ ଲାଗି ଯାଇଥିଲା । ଯାହାକୁ ଦେଖି ସେବାୟତମାନେ ସଙ୍ଗେ ସଙ୍ଗେ ନିଆଁ ଲିଭାଇବା ସହ ତୁରନ୍ତ ଆମ୍ବୁଲାନ୍ସ ଡାକି ମହିଳାଙ୍କୁ ଆଳି ମେଡିକାଲ ପଠାଇ ଦେଇଥିଲେ ।ବର୍ତ୍ତମାନ ମେଡିକାଲରେ ମହିଳାଙ୍କର ଚିକିତ୍ସା ଚାଲିଛି।  ମନ୍ଦିର ପରିସରରେ ଦୀପ ଲଗାଇବା ନିମନ୍ତେ ଦୀପ ଷ୍ଟାଣ୍ଡ ନଥିବାରୁ  ମହିଳାମାନେ ଏଣେ ତେଣେ ଦୀପ ଲଗାଉଛନ୍ତି । ତେଣୁ ତୁରନ୍ତ ମନ୍ଦିର ପ୍ରାଙ୍ଗଣରେ ଦୀପ ଷ୍ଟାଣ୍ଡ ଲଗାଇବା ନିମନ୍ତେ ସେବାୟତମାନେ ଦାବି କରିଛନ୍ତି । ଦୀପ ଷ୍ଟାଣ୍ଡ ନଲାଗିବା ପର୍ଯ୍ୟନ୍ତ ମନ୍ଦିରରେ ଦୀପ ଜଳାଇବା ବନ୍ଦ ସେବାୟତ  କରିଥିବା ଜଣାପଡ଼ିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.