ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୂର ମାଝୀ ଗିରଫ

Published By : Harapriya Sethi | June 19, 2025 10:54 AM

କନ୍ଧମାଳ, ୧୯/୦୬: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସରାମୁଳି ପଞ୍ଚାୟତର ପୂର୍ବତନ ପିଇଓ ଅକ୍ରୂର ମାଝୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ଏସଏଫସି/ସିଏଫସି ଅନୁଦାନ ଅଧୀନରେ ୫୩ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗରେ ଓଡିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ସରାମୁଳି ପଞ୍ଚାୟତର ପୂର୍ବତନ ପିଇଓ ଅକ୍ରୂର ମାଝୀ ୫୩ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ଓଡିଶା ଭିଜିଲାନ୍ସ ଦ୍ୱାରା ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟରତ ଅକ୍ରୂର ମାଝୀ ସରକାରୀ ପାଣ୍ଠିରୁ ୫୩,୩୮, ୮୦୯ ଟଙ୍କା ଆତ୍ମସାତ କରିଥିବା ଜଣାପଡ଼ିଥିଲା । ୩୧. ୧୦.୨୩ ରୁ ୧୮.୧୧.୨୦୨୪ ମଧ୍ୟରେ ପିଇଓ ଭାବରେ କାର୍ଯ୍ୟ କରୁଥିବା ସମୟରେ ସରାମୁଳି ପଞ୍ଚାୟତର ବିକାଶମୂଳକ କାର୍ଯ୍ୟକୁ କାର୍ଯ୍ୟକାରୀ ନକରି ୧୫ତମ ସିଏଫସି ଏବଂ ୫ମ ଏସଏଫସି ଅଧୀନରେ ୫୩, ୩୮, ୮୦୯ ଟଙ୍କା ହେରଫେର କରିଥିଲେ । ତେଣୁ ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ପିଇଓ ଅକ୍ରୂର ମାଝୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରି ମାଲମା ରୁଜୁ କରିଛି । ଗୁରୁବାର ତାଙ୍କୁ ଫୁଲବାଣୀର ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ପଠାଯାଇଛି।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.