ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଅସହାୟ ଯୁବକର ବିବାହ କାର୍ଯ୍ୟ ସମାପନ କଲା ଡୁମ୍ବାଳ ପରିଷଦର ଗୋଚ୍ଛାପଡ଼ା କେନ୍ଦ୍ର

Published By : Suraj Kumar | June 23, 2025 10:18 PM

ଫିରିଙ୍ଗିଆ, ୨୩।୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଚ୍ଛାପଡ଼ାରେ ଜଣେ ଅସହାୟ ଯୁବକଙ୍କ ବିବାହ କରାଇଛନ୍ତି ଡୁମ୍ବାଳ ପରିଷଦ କନ୍ଧମାଳର ଗୋଚ୍ଛାପଡ଼ା କେନ୍ଦ୍ର । ଡୁମ୍ବାଳ କୁଳର ଜଣେ ଯୁବକ ସଞ୍ଜୟ ମହାକୁଡ଼ (୨୩)ଙ୍କ  ପିତା ବଶିଷ୍ଟ ମହାକୁଡ଼ଙ୍କ ବିୟୋଗ ପରେ ମା’ ମଧ୍ୟ ଗତ ୪ ବର୍ଷରୁ ଊର୍ଦ୍ଧ ହେବ ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ l  ସଞ୍ଜୟ ନିଜେ କଷ୍ଟ କରି ଯାହା ରୋଜଗାର କରନ୍ତି ଦୁଇ ଓଳି ଦୁଇ ମୁଠା ପେଟକୁ ଭାତ ମିଳିବା କଷ୍ଟକର କଥା।  ଯାହା ରୋଜଗାର ହୁଏ ତାହା ମା’ଙ୍କ ଚିକିତ୍ସା ରେ ସରିଯାଏ । ତେବେ ଏହି ପରିସ୍ଥିତି କୁ ଦୃଷ୍ଟିରେ ରଖି ଅସହାୟ ସଞ୍ଜୟକୁ ସହଯୋଗ କରିବାକୁ ଅଣ୍ଟା ଭିଡ଼ିଥିଲା ଡୁମ୍ବାଳ କୁଳ ସମାଜ ଗୋଚ୍ଛାପଡ଼ା କେନ୍ଦ୍ର l 

ଡୁମ୍ବାଳ କୁଳ ସମାଜର ଗୋଚ୍ଛାପଡ଼ା କେନ୍ଦ୍ର ସଭାପତି ବିଶ୍ଵାମିତ୍ର ମହାକୁଡ଼, ସମ୍ପାଦକ ଜଳନ୍ଧର ମହାକୁଡ଼, ରାଜ୍ୟ ସଂଯୋଜକ କୃଷ୍ଣ ଚନ୍ଦ୍ର ମହାକୁଡ଼ ଏବଂ କିଛି ବରିଷ୍ଠ ସମାଜର କର୍ମକର୍ତ୍ତାଙ୍କୁ ନେଇ ବୈଠକ କରିଥିଲେ।  ସଞ୍ଜୟ ପାଇଁ ଏକ ଝିଅ କାଶିନୀ ପଦର ପଞ୍ଚାୟତ ଜିରିସୀ ଗାଁରେ ଦେଖିଥିଲେ । ପରେ ଉଭୟ ପରିବାରଙ୍କ ସହ ଆଲୋଚନା ପରେ ଜିରିସୀ ଗାଁର ଲିଙ୍ଗରାଜ ଅମାତ ନିଜ ଝିଅକୁ ସଞ୍ଜୟଙ୍କୁ  ବିବାହ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ l 

ସୋମବାର ଡୁମ୍ବାଳ କୁଳର ଇଷ୍ଟଦେବୀ ମା’ ମାହେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଡୁମ୍ବାଳ କୁଳ ଗୋଚ୍ଛାପଡ଼ା କେନ୍ଦ୍ରର ୧୬୫ ଘରର ଶତାଧିକ କୁଳ ସମାଜବାସୀଙ୍କ ଉପସ୍ଥିତିରେ ପୁରୋହିତ ନାମେଶ୍ୱର ମିଶ୍ର ଓ ମନ୍ଦିର ପୂଜକ କର୍ଣ୍ଣ ମହାକୁଡ଼ଙ୍କ ଉପସ୍ଥିତ ରେ ସଞ୍ଜୟ ମହାକୁଡ଼ଙ୍କ ସହ ରିଙ୍କି ଅମାତଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି l ବିବାହ କାର୍ଯ୍ୟକ୍ରମରେ ଡୁମ୍ବାଳ କୁଳ ସମାଜ ବାସୀଙ୍କ ସହ ବରିଷ୍ଠ ବୁଦ୍ଧିଜୀବୀ ଏବଂ ଅଞ୍ଚଳ ର କିଛି ଜନସାଧାରଣ ଉପସ୍ଥିତ ରହି ବର କନ୍ୟାକୁ ଆଶୀର୍ବାଦ କରିଥିଲେ l ଵିଧି ଅନୁସାରେ ବାଜା ବାଦ୍ୟ ମହୁରୀ ବାଜି ଧୁମ ଧାମ ରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା l 

ଏହି ବିବାହ କାର୍ଯ୍ୟକ୍ରମରେ ଯଶୋବନ୍ତ ମହାକୁଡ଼, ରଘୁନାଥ ମହାକୁଡ଼, ସୁର ବନ୍ତ ମହାକୁଡ଼, ମାଧବ ପ୍ରଧାନ, ସ୍ଵପ୍ନେଶ୍ଵର ମହାକୁଡ଼, ସୌଦାମିନୀ ଦନ୍ତା, ଶାନ୍ତି ମହାକୁଡ଼ଙ୍କ ସହ ବହୁ ସମାଜର ବରିଷ୍ଠ କର୍ମକର୍ତ୍ତା ସହଯୋଗରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା l ପୂର୍ବରୁ ଫିରିଙ୍ଗିଆ ବ୍ଲକର ଗୋଟିଏ ଡୁମ୍ବାଳ କୂଳର କେନ୍ଦ୍ର ଥିବା ବେଳେ ବର୍ତ୍ତମାନ ଆଲୋଚନା ପରେ ଦୁଇଟି କେନ୍ଦ୍ର କରା ଯାଇଛି । ଗୋଚ୍ଛାପଡ଼ା କେନ୍ଦ୍ର ଗଠନ ପରେ ସହଯୋଗ ର ହାତ ବଢ଼ାଇ ଅସହାୟ ସଞ୍ଜୟର ବିବାହ କରାଯାଇଥିବା କହିଛନ୍ତି କେନ୍ଦ୍ର ସଭାପତି ବିଶ୍ଵାମିତ୍ର ମହାକୁଡ଼ । ତେବେ ଆଗାମୀ ଦିନରେ ଶିକ୍ଷା ସଂସ୍କାର ସହ ସମାଜ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେବା କହିଛନ୍ତି l ଅନ୍ୟପଟେ ଏହି ସହଯୋଗ ପରେ ଡୁମ୍ବାଳ କୁଳ କୁ ପ୍ରଶଂସା କରାଯାଇଥିବା ବେଳେ ଅନ୍ୟମାନଙ୍କ ପାଇଁ ଏହି କାର୍ଯ୍ୟ ଉଦାହରଣ ହେବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଓ ଅଞ୍ଚଳ ବାସୀ କହିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.